କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆଉ ବିକ୍ରି ହେବନି ବ୍ଲଡ୍

ନୂଆଦିଲ୍ଲୀ:ବ୍ଲଡ ବିକ୍ରି ପାଇଁ ନୁହେଁ, ଅର୍ଥାତ ବର୍ତ୍ତମାନ ଦେଶରେ ବ୍ଲଡ ବିକ୍ରି ହେବ ନାହିଁ । ଏଭଳି ପରିସ୍ଥିତିରେ ରକ୍ତ ଅଭାବରୁ ଆଉ ଦେଶରେ କେହି ମରିବେ ନାହିଁ । ବର୍ତ୍ତମାନ ଡାକ୍ତରଖାନା ଏବଂ ଘରୋଇ ବ୍ଲଡ ବ୍ୟାଙ୍କଗୁଡ଼ିକ ରକ୍ତ ପାଇଁ ବିପୁଳ ପରିମାଣର ଚାର୍ଜ ଆଦାୟ କରିପାରିବେ ନାହିଁ । କାରଣ ମୋଦୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଯାହା ଅନ୍ତର୍ଗତ ବ୍ଲଡ ବ୍ୟାଙ୍କ କିମ୍ବା ଡାକ୍ତରଖାନା କେବଳ ରକ୍ତଦାନ ପାଇଁ ପ୍ରକ୍ରିୟାକରଣ ଶୁଳ୍କ ଆଦାୟ କରାଯାଇ ପାରିବ ।

ଏହା ବ୍ୟତୀତ ଯେଉଁ ଦେୟ ଆଦାୟ କରାଯାଉଥିଲା ତାହା ଆଉ ଆଦାୟ କରାଯିବ ନାହିଁ । ସରକାରଙ୍କ ଦ୍ୱାରା ଏନେଇ ଆଡଭାଇଜରୀରେ ଦେଶର ସମସ୍ତ ଡାକ୍ତରଖାନା ଏବଂ ବ୍ଲଡ ବ୍ୟାଙ୍କକୁ ଦିଆଯାଇଛି । ନୂତନ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଘରୋଇ ହସ୍ପିଟାଲ ଓ ବ୍ଲଡ୍ ବ୍ୟାଙ୍କରେ ଗୋଟିଏ ବ୍ଲଡ୍ ପ୍ୟାକେଟ୍ ପାଇଁ ୨ରୁ ୬ ହଜାର ଟଙ୍କା ଦାବି କରାଯାଉଥିଲା ।

no more blood will be sold

ଏମିତି କି ବିରଳ ବ୍ଲଡ୍ ଗ୍ରୁପର ରକ୍ତ ପାଇବା ପାଇଁ କିଛି କିଛି ଜାଗାରେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବି ଦାବି କରାଯାଉଥିବା ଦେଖିବାକୁ ମଧ୍ୟ ମିଳିଛି । ଏ ସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ନୂତନ ନିୟମ ଅନୁଯାୟୀ କେବଳ ପ୍ରକ୍ରିୟାକରଣ ଶୁଳ୍କ ଆଦାୟ କରାଯିବ, ଯାହା ୨୫୦ ରୁ ୧୫୫୦ ଟଙ୍କା ମଧ୍ୟରେ ରହିଛି । ପ୍ଲାଜ୍ମା ଏବଂ ପ୍ଲେଟଲେଟ୍ ପାଇଁ ପ୍ୟାକ୍ ପିଛା ୪୦୦ ଟଙ୍କା ଶୁଳ୍କ ଆଦାୟ କରାଯିବ ।

ସରକାରଙ୍କ ଏହି ପଦକ୍ଷେପ କାହିଁକି ଗୁରୁତ୍ୱପୂର୍ଣ୍ଣ?

ବ୍ଲଡ ଫି କୁ ନେଇ ସରକାର ନେଇଥିବା ନିଷ୍ପତ୍ତି ରୋଗୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷକରି ଥାଲାସେମିଆରେ ପୀଡିତ ଲୋକମାନଙ୍କ ପାଇଁ ଏହା ଏକ ଜୀବନ ରକ୍ଷାକାରୀ, ଯେଉଁମାନେ ବର୍ଷକୁ ଅନେକ ଥର ରକ୍ତ ବଦଳାଇବାକୁ ପଡ଼ିଥାଏ । ଦୁର୍ଘଟଣାଗ୍ରସ୍ତ ପୀଡିତ ଏବଂ ଗୁରୁତର ରୋଗ ପାଇଁ ଅସ୍ତ୍ରୋପଚାର କରୁଥିବା ବ୍ୟକ୍ତିମାନେ ମଧ୍ୟ ଯେକୌଣସି ସମୟରେ ରକ୍ତ ଆବଶ୍ୟକ କରିପାରନ୍ତି, ଏପରି ପରିସ୍ଥିତିରେ ଯଦି ରକ୍ତ ସହଜରେ ଉପଲବ୍ଧ ହୁଏ, ତେବେ ସେମାନଙ୍କ ଜୀବନ ବଞ୍ଚାଇବା ସମ୍ଭବ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+