NHAI ରେ ଆଉ ଚଳିବନି ପେଟିଏମ
ଦିନକୁ ଦିନ ପେଟିଏମର ସମସ୍ୟା ବଢିବାରେ ଲାଗିଛି। ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ, ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ NHAI ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛି । ଫାସଟାଗ ବ୍ୟବହାରକାରୀଙ୍କ ପାଇଁ NHAI ଏକ ଆଡଭାଇଜରୀ ଜାରି କରିଛି।

ସଂସ୍ଥା ଦ୍ୱାରା 32 ଟି ବ୍ୟାଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି ଏବଂ ବ୍ୟବହାରକାରୀଙ୍କୁ କେବଳ ଏହି ବ୍ୟାଙ୍କଗୁଡ଼ିକରୁ ଫାସଟାଗ କିଣିବାକୁ କୁହାଯାଇଛି । ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଫାସଟାଗ ନାମ ଏହି ତାଲିକାରେ ନଥିଲା | ଏହାର ସରଳ ଅର୍ଥ ହେଉଛି ପେଟିଏମ୍ ଫାସଟାଗ ବ୍ୟବହାରକାରୀଙ୍କୁ ଏକ ନୂତନ ଫାସଟାଗ ପାଇବାକୁ ପଡିବ । ଏକ ଆକଳନ ଅନୁଯାୟୀ, ଦେଶରେ 2 କୋଟିରୁ ଅଧିକ ପେଟିଏମ୍ ଫାସଟାଗ ବ୍ୟବହାରକାରୀ ଅଛନ୍ତି ।












Click it and Unblock the Notifications