ଇଣ୍ଡିଆ ମେଣ୍ଟ ଉପରେ ଆସିଲା ବଡ଼ ସଂକଟ! ଆସନ ବଣ୍ଟାକୁ ନେଇ କଂଗ୍ରେସ ସହ ଆଲୋଚନା କରିବନି ଟିଏମସି

କୋଲକତା:ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ମେଣ୍ଟ ଇଣ୍ଡିଅ।।ରେ ଅନ୍ତର୍ଭୁକ୍ତ ଦଳ ସହ ଆସନ ବୁଝାମଣା ନେଇ କଂଗ୍ରେସ ନିରନ୍ତର ବୈଠକ କରୁଛି । ଏହି ସମୟରେ ସୂତ୍ରରୁ ପ୍ରକାଶ ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି ସିଟ୍ ବୁଝାମଣାକୁ ନେଇ କଂଗ୍ରେସ ସହିତ ବୈଠକ କରିବ ନାହିଁ ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ ଯେ କଂଗ୍ରେସ ନ୍ୟାସନାଲ ଆଲାଏନ୍ସ କମିଟି ବୈଠକରେ ଟିଏମସି କୌଣସି ନେତାଙ୍କୁ ପଠାଇବ ନାହିଁ । କାରଣ ଟିଏମସି ପଶ୍ଚିମବଙ୍ଗର ୪୨ ଟି ଲୋକସଭା ଆସନ ମଧ୍ୟରୁ କେବଳ ୨ ଟି କଂଗ୍ରେସକୁ ଦେବାକୁ ରାଜି ହୋଇଛି । ଆଉ ଏ ସମ୍ପର୍କରେ କଂଗ୍ରେସ କହିଛି ଯେ ଏହା ଉପଯୁକ୍ତ ନୁହେଁ, କାରଣ ଏହା ବହୁତ କମ୍ ସଂଖ୍ୟକ ଆସନ ।

ଏଭଳି ପରିସ୍ଥିତିରେ ଏହାକୁ ଗ୍ରହଣ କରିବା ଅତ୍ୟନ୍ତ କଷ୍ଟକର । ଅପରପକ୍ଷରେ କଂଗ୍ରେସ ବଙ୍ଗଳାର ଅନ୍ୟୁନ ୬ରୁ ୧୦ଟି ଆସନରେ ଦାବି ହେଉଛି । ଟିଏମସିର ଜଣେ ବରିଷ୍ଠ ନେତା ପିଟିଆଇକୁ ସୂଚନା ଦେଇ କହିଛନ୍ତି ଯେ ଗତ ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସକୁ ୨ ଟି ଆସନ ପ୍ରଦାନ କରାଯାଇଛି । ସେ କହିଛନ୍ତି ଯେ ୪୨ ଟି ସିଟ୍ ମଧ୍ୟରୁ ୩୯ ଟି ଆସନରେ କଂଗ୍ରେସ ପାଞ୍ଚ ପ୍ରତିଶତରୁ କମ୍ ଭୋଟ୍ ପାଇଥିଲା ।

India Alliance

୨୦୨୧ ବିଧାନସଭା ନିର୍ବାଚନରେ କଂଗ୍ରେସ ୨.୯୩ ପ୍ରତିଶତ ଭୋଟ୍ ପାଇଥିଲା । ୨୦୧୬ ରେ ଦଳ ୧୨.୨୫ ପ୍ରତିଶତ ଭୋଟ୍ ପାଇଥିଲା । ଏଭଳି ପରିସ୍ଥିତିରେ କଂଗ୍ରେସ ନେତୃତ୍ୱକୁ ବଙ୍ଗଳାରେ ଏକ ଦୁର୍ବଳ ଦଳ ବୋଲି ସ୍ୱୀକାର କରିବାକୁ ପଡ଼ିବ । ଟିଏମସି ସହ ଜଡିତ ସୂତ୍ରରୁ ଜଣାପଡିଛି ଯେ କେବଳ ଦଳର ମୁଖ୍ୟ ମମତା ବାନାର୍ଜୀ ବଙ୍ଗଳାର ସିଟ୍ ବୁଝାମଣାକୁ ପରିବର୍ତ୍ତନ କରିପାରିବେ । ଏହା ବ୍ୟତୀତ ଦଳ ମେଘାଳୟ ଏବଂ ଆସାମରେ ଗୋଟିଏ ଆସନରେ ନିର୍ବାଚନ ଲଢ଼ିବାକୁ ଚାହୁଁଛି ।

ଆଉ ଏଭଳି ଖବର ଏମିତି ସମୟରେ ସାମ୍ନାକୁ ଆସୁଛି ଯେତେବେଳେ ନିକଟରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଥିଲେ ଯେ ମମତା ବାନାର୍ଜୀ କହୁଛନ୍ତି ଯେ ସେ ଆମକୁ ବଙ୍ଗଳାରେ ୨ଟି ଆସନ ଦେବେ । ଆଉ ଟିଏମସି ଯେଉଁ ୨ଟି ଆସନ ଦେବକୁ ଚାହୁଁଛି ସେହି ୨ ଆସନରେ ତ କଂଗ୍ରେସ ସାଂସଦ ଅଛନ୍ତି । ଏଭଳି ପରିସ୍ଥିତିରେ ଟିଏମସି କ'ଣ ନୂଆ ଦେଉଛି ବୋଲି ପ୍ରଶ୍ନ କରିଥିଲେ କଂଗ୍ରେସ ସାଂସଦ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+