ଅଟୋ ସେକ୍ଟରରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ: ନିତିନ ଗଡକରୀ

ଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଦେଇଥିବା ସୁଚନା ଅନୁଯାୟୀ ଭାରତ ୨୦୩୦ ସୁଦ୍ଧା ବାର୍ଷିକ ୧ କୋଟି ଇଲେକଟ୍ରିକ୍ ଗାଡି (ଇଭି) ବିକ୍ରି କରିବାକୁ ଲକ୍ଷ ରଖାଯାଇଛି । ଏହି କାରଣରୁ ଏହି କ୍ଷେତ୍ରରେ ପ୍ରାୟ ୫ କୋଟି ନିଯୁକ୍ତି ସୃଷ୍ଟି କରିବ ।ଏହା ବ୍ୟତୀତ ସରକାରଙ୍କ ବାହାନ ପୋର୍ଟାଲକୁ ଦର୍ଶାଇ କହିଛନ୍ତି ଯେ, ବର୍ତ୍ତମାନ ଭାରତରେ ୩୪.୫୪ ଲକ୍ଷ ଇଭି ପଞ୍ଜୀକରଣ ହୋଇଛି ।

nitin gadkari

ବିଶ୍ୱର ଇଭି ବଜାରକୁ ଆଗେଇ ନେବା ପାଇଁ ଭାରତର ସାମର୍ଥ୍ୟକୁ ଗୁରୁତ୍ୱ ଦେଇ ଗଡକରୀ ଦେଶକୁ ଏକ ଅଗ୍ରଣୀ ଇଭି ଉତ୍ପାଦକ ଭାବରେ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରକାଶ କରିଛନ୍ତି ବୋଲି ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ କରିଛି । ସବୁଜ ଶକ୍ତି ଉତ୍ପାଦନରେ ଆତ୍ମନିର୍ଭରଶୀଳତା ତଥା ଏହାର ବୃହତ ବ୍ୟବହାରରେ ସରକାରଙ୍କ ଉତ୍ସର୍ଗୀକୃତତାକୁ ମଧ୍ୟ ସେ ଦର୍ଶାଇଛନ୍ତି ।

ବାହାନ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୩ ରେ, ସମଗ୍ର ଭାରତରେ ଇଲେକଟ୍ରିକ ଗାଡ଼ି ବିକ୍ରି ୧,୫୨,୬୧୦ ୟୁନିଟରେ ପହଞ୍ଚିଛି । ନଭେମ୍ବର ୨୦୨୨ ରେ ବିକ୍ରି ହୋଇଥିବା ୧,୨୧,୫୯୮ ୟୁନିଟରେ ଏହି ବର୍ଷ ତୁଳନାରେ ୨୬% ଅଭିବୃଦ୍ଧି ହୋଇଛି । ଏହି ସଂଖ୍ୟା ମଧ୍ୟ ମେ ୨୦୨୩ ରେ ହାସଲ ହୋଇଥିବା ୧,୫୮,୪୨୦ ୟୁନିଟ୍ ରେକର୍ଡର ମାସିକ ବିକ୍ରିର ନିକଟତର ହୋଇଛି । ମେ ମାସରେ ଇଭି ବିକ୍ରୟ ବୃଦ୍ଧି ହେବାର କାରଣ ହେଉଛି ଜୁନ୍ ୧ ରୁ ଦୁଇଟି ଚକିଆ ସେଗମେଣ୍ଟରେ ସବସିଡି ହ୍ରାସ, ଯେଉଁ କାରଣରୁ ଗ୍ରାହକମାନେ ଇଭି କିଣିବାକୁ ଇଛା ପ୍ରକାଶ କରିଥିଲେ ।

ଏହା ସହ ଦୁଇ ଚକିଆ ଯାନ, ତିନି ଚକିଆ ଯାନ, ଯାତ୍ରୀବାହୀ ଯାନ ଏବଂ ବାଣିଜ୍ୟିକ ଯାନ ସମେତ ଇଲେକଟ୍ରିକ୍ ଯାନର ମୋଟ ବିକ୍ରି ୨୦୨୩ ପୂର୍ବରୁ ୧୧ ମାସ ମଧ୍ୟରେ ବିକ୍ରୀ ହୋଇଥିବା ଏକ ଐତିହାସିକ ସ୍ତରରେ ୧୩,୮୭,୧୧୪ ୟୁନିଟରେ ପହଞ୍ଚିଛି । ଯାହା ପ୍ରତିବର୍ଷ ଏହି କ୍ଷେତ୍ରରେ ଦୃଢ଼ ସ୍ଥିତି ଥିବା ସୂଚାଇଥାଏ । ୨୦୨୨ ର ସମାନ ସମୟ ମଧ୍ୟରେ ବାର୍ଷିକ ୫୦% ବୃଦ୍ଧ ହୋଇଛି , ଯେଉଁଥିରେ କି ଜାନୁଆରୀରୁ ନଭେମ୍ବର ମଧ୍ୟରେ ୯,୨୪,୧୧୧ ୟୁନିଟ୍ ବିକ୍ରି ରେକର୍ଡ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+