କେଜ୍ରିୱାଲଙ୍କ କ୍ୟାବିନେଟରେ ବଡ଼ ଅଦଳବଦଳ, ଆତିଶୀଙ୍କୁ ମିଳିଲା ଅର୍ଥ ଏବଂ ରାଜସ୍ୱ ବିଭାଗ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟରେ ଗୁରୁବାର ବଡ଼ ଅଦଳବଦଳ ହୋଇଛି । ଆତିଶୀଙ୍କୁ ଅର୍ଥ ଏବଂ ରାଜସ୍ୱ ବିଭାଗର ଦାୟିତ୍ୱ ଦିଆଯାଇଛି । ଅତିଶୀ ପୂର୍ବରୁ ଶିକ୍ଷାମନ୍ତ୍ରୀ ରହିଥିଲେ । ବର୍ତ୍ତନାମ ତାଙ୍କୁ ଅର୍ଥ ଏବଂ ରାଜସ୍ୱ ବିଭାଗର ଦାୟିତ୍ୱ ମଧ୍ୟ ଦିଆଯାଇଛି ।
ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନା ମଧ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଏହି ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି । କେଜ୍ରିୱାଲ ସରକାରରେ ଦିଲ୍ଲୀର କାଲକାଜୀ ବିଧାନସଭା ଆସନରୁ ବିଧାୟିକା ହୋଇଥିବା ଆତିଶୀଙ୍କ ଶକ୍ତି ଏବେ ବୃଦ୍ଧି ପାଇଛି ।

ଏହାପୂର୍ବରୁ କ୍ୟାବିନେଟରେ ଅର୍ଥ ଓ ରାଜସ୍ୱ ବିଭାଗର ଦାୟିତ୍ୱ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ଥିଲା। କିନ୍ତୁ ମଦ ଦୁର୍ନୀତି ସହ ଜଡିତ ଏକ ମାମଲାରେ ସେ ଜେଲରେ ଅଛନ୍ତି, ସେଥିପାଇଁ ବର୍ତ୍ତମାନ ଆତିଷୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।
ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜେନାଙ୍କ ପରି ବରିଷ୍ଠ ମନ୍ତ୍ରୀମାନେ ଜେଲରେ ଥିବାରୁ ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଉପରେ ଅନେକ ପ୍ରଶ୍ନ ଉଠିଥିଲା । ଏହି ସମୟରେ ଖାଲି ଥିବା ପୋର୍ଟଫୋଲିଓ ଗୁଡ଼ିକୁ ବିଭିନ୍ନ ମନ୍ତ୍ରୀଙ୍କୁ ଦିଆଯାଉଛି । ସେଥିମଧ୍ୟରୁ ଅତିଶୀ ଜଣେ ଶକ୍ତିଶାଳୀ ମନ୍ତ୍ରୀ ଭାବରେ ଉଭା ହୋଇଛନ୍ତି । ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ପ୍ରାୟ ଏକ ଡଜନ ବିଭାଗର ଦାୟିତ୍ୱ ବଳକା ରହିଛି ।












Click it and Unblock the Notifications