ଭାରତରେ ଆନିମେ ଏବଂ ମାଙ୍ଗା ସଂସ୍କୃତି ଓ ସ୍ରଷ୍ଟା ଅର୍ଥବ୍ୟବସ୍ଥାକୁ ବଡ଼ ପ୍ରୋତ୍ସାହନ

ୱେଭସ୍ ଆନିମେ ଏବଂ ମାଙ୍ଗା ପ୍ରତିଯୋଗିତାର ଶୁଭାରମ୍ଭ କଲେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ ।

ଭାରତରେ ଆନିମେ (ଜାପାନୀ ଆନିମେସନ୍‌) ଏବଂ ମାଙ୍ଗା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏମଇଏଆଇ) ସହଯୋଗରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବେ ୱେଭସ୍ ଆନିମେ ଏବଂ ମାଙ୍ଗା ପ୍ରତିଯୋଗିତା (ୱାମ୍‌!)ର ଶୁଭାରମ୍ଭ କରିଛି । ଏହି ଅଭିନବ ପ୍ରତିଯୋଗିତା "କ୍ରିଏଟ ଇନ ଇଣ୍ଡିଆ ଚ୍ୟାଲେଞ୍ଜ" ର ଅଂଶବିଶେଷ, ଯାହାର ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଭାରତୀୟ ଦର୍ଶକଙ୍କ ମଧ୍ୟରେ ଜାପାନୀ ମାଙ୍ଗା ଏବଂ ଆନିମେ ପ୍ରତି ବୃଦ୍ଧି ପାଉଥିବା ଆଗ୍ରହକୁ ଉପଯୋଗ କରିବା।

Big boost to Anime amp amp Manga culture

କେନ୍ଦ୍ର ସୂଚନା ଏବଂ ପ୍ରସାରଣ, ରେଳବାଇ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ୨୨ ଅଗଷ୍ଟ, ୨୦୨୪ରେ ନୂଆଦିଲ୍ଲୀରେ କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜର ପ୍ରଥମ ସିଜନ୍ ର ଶୁଭାରମ୍ଭ କରିଥିଲେ। ୭୮ତମ ସ୍ୱାଧୀନତା ଦିବସ ଅଭିଭାଷଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ''ଭାରତରେ ଡିଜାଇନ୍, ବିଶ୍ୱ ପାଇଁ ଡିଜାଇନ୍'' ଦୃଷ୍ଟିକୋଣ ଅନୁରୂପ ଏହି ଆହ୍ୱାନ ଆଗାମୀ ୱେଭସ୍ ସମ୍ମିଳନୀର ଅଗ୍ରଦୂତ ଭାବରେ କାର୍ଯ୍ୟ କରେ।

ୱାମ୍‌ ସମ୍ପର୍କରେ

ୱାମ୍‌ ଭାରତୀୟ ସ୍ରଷ୍ଟା ବା କ୍ରିଏଟର୍‌ ମାନଙ୍କୁ ଏକ ଅଭିନବ ସୁଯୋଗ ପ୍ରଦାନ କରିବ ଯେଉଁମାନେ ଲୋକପ୍ରିୟ ଜାପାନୀ କଳା ଶୈଳୀ ସୃଷ୍ଟି କରିପାରିବେ ଯାହାକି ଉଭୟ ଘରୋଇ ଅନ୍ତର୍ଜାତୀୟ ଦର୍ଶକଙ୍କ ଆବଶ୍ୟକତା ପୂରଣ କରିପାରିବ । ବିଶ୍ବ ମାନ୍ୟତା ପାଇଁ ଉପଯୁକ୍ତ ବିପଣନ ସହଯୋଗ ଓ ସୁଯୋଗ ଯୋଗାଇ ଦେବା ଜରିଆରେ, ଏହି ପ୍ରତିଯୋଗିତା ମାଙ୍ଗା ଓ ଆନିମେ କ୍ଷେତ୍ରରେ ଏକ ଦୃଢ଼ ମଞ୍ଚ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି ।

ୱାମ୍‌ରେ ତିନୋଟି ବର୍ଗ ରହିଛି ଏବଂ ସୃଜନଶୀଳ ଅଭିବ୍ୟକ୍ତି ପାଇଁ ପ୍ରତ୍ୟେକ ବର୍ଗ ଏକ ଅଭିନବ ମଞ୍ଚ ଯୋଗାଇ ଦେଇଥାଏ।

ଅଂଶଗ୍ରହଣକାରୀ ଭର୍ଟିକାଲ୍‌
ମାଙ୍ଗା (ଜାପାନୀ ଶୈଳୀ କମିକ୍ସ) - ଛାତ୍ରଛାତ୍ରୀ ଓ ପେସାଦାର ବର୍ଗରେ ବ୍ୟକ୍ତିଗତ ଅଂଶଗ୍ରହଣ
ୱେବଟୁନ୍‌ (ଡିଜିଟାଲ ମାଧ୍ୟମ ପାଇଁ ଭର୍ଟିକାଲ କମିକ୍ସ) - ଛାତ୍ରଛାତ୍ରୀ ଓ ପେସାଦାର ବର୍ଗରେ ବ୍ୟକ୍ତିଗତ ଅଂଶଗ୍ରହଣ
ଆନିମେ (ଜାପାନୀ ଶୈଳୀ କମିକ୍ସ) - ଛାତ୍ରଛାତ୍ରୀ ଓ ପେସାଦାର ବର୍ଗରେ ଦଳଗତ (୪ ଜଣ ପର୍ଯ୍ୟନ୍ତ ଲୋକ) ଅଂଶଗ୍ରହଣ
ଫର୍ମାଟ୍‌ ଓ ଡେଲିଭରୀ - ପ୍ରତିଯୋଗିତା ସ୍ଥଳରେ ସ୍କ୍ରିପ୍ଟ ମିଳିବ । ଅଂଶଗ୍ରହଣକାରୀ ଡିଜାଇନ କରିବେ
ମାଙ୍ଗା (ଛାତ୍ରଛାତ୍ରୀ, ବ୍ୟକ୍ତିବିଶେଷ) : ଅତିକମରେ ୪ଟି ପ୍ୟାନେଲ ସହିତ ୨ଟି ପୃଷ୍ଠା, କାଳୀ ଓ ରଙ୍ଗ (ଭୌତିକ/ଡିଜିଟାଲ)
ମାଙ୍ଗା (ପେସାଦାର, ବ୍ୟକ୍ତିବିଶେଷ): ଅତିକମରେ ୪ଟି ପ୍ୟାନେଲ ସହିତ ୨ଟି ପୃଷ୍ଠା, କାଳୀ ଓ ରଙ୍ଗ (ଭୌତିକ/ଡିଜିଟାଲ)
ୱେବ୍‌ଟୁନ୍‌ (ଛାତ୍ରଛାତ୍ରୀ, ବ୍ୟକ୍ତିବିଶେଷ): କାଳୀ ଓ ରଙ୍ଗ ସହିତ ୭ ପ୍ୟାନେଲ୍‌
ୱେବଟୁନ୍‌ (ପେସାଦାର, ବ୍ୟକ୍ତିବିଶେଷ): କାଳୀ ଓ ରଙ୍ଗ ସହିତ ୧୦ ପ୍ୟାନେଲ୍‌
ଆନିମେ (ଛାତ୍ରଛାତ୍ରୀ, ଦଳଗତ): ସ୍କ୍ରିପ୍ଟ ଅନୁଯାୟୀ ୧୦ ସେକେଣ୍ଡର ଆନିମେ
ଆନିମେ (ପେସାଦାର, ଦଳଗତ) - ସ୍କ୍ରିପ୍ଟ ଅନୁଯାୟୀ ୧୫ ସେକେଣ୍ଡର ଆନିମେ

ପ୍ରତିଯୋଗିତାର ଢାଞ୍ଚା ଏବଂ କାର୍ଯ୍ୟସୂଚୀ

ଅଂଶଗ୍ରହଣକାରୀମାନେ ଛାତ୍ରଛାତ୍ରୀ ଓ ପେସାଦାରଙ୍କ ପାଇଁ ଭିନ୍ନ ଭିନ୍ନ ବର୍ଗରେ ବ୍ୟକ୍ତିଗତ ଭାବେ କିମ୍ବା ଦଳଗତ (୪ ଜଣ ପର୍ଯ୍ୟନ୍ତ) ଭାବେ ଅଂଶଗ୍ରହଣ କରିବେ । ଦୁଇଟି ସ୍ତରରେ କାର୍ଯ୍ୟକ୍ରମର ଢାଞ୍ଚା ପ୍ରସ୍ତୁତ କରାଯାଇଛି : ୧୧ଟି ସହରରେ ରାଜ୍ୟ ସ୍ତରୀର ଏବଂ ଜାତୀୟ ସ୍ତରର ଫାଇନାଲ।

ପ୍ରତ୍ୟେକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସକାଳ ୯ଟାରେ ପଞ୍ଜୀକରଣ ସହିତ ଆରମ୍ଭ ହେବ, ତା 'ପରେ ସକାଳ ୯ଟା ୩୦ରେ ଏକ ସ୍ୱାଗତ ଏବଂ ସଂକ୍ଷିପ୍ତ ଅଧିବେଶନ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ସକାଳ ୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥାଏ, ଯେଉଁଥିରେ ଏକ ବ୍ୟସ୍ତବହୁଳ ପ୍ରଦର୍ଶନୀ ଏବଂ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥାଏ, ଯାହା ଅଂଶଗ୍ରହଣକାରୀମାନଙ୍କୁ ଶିଳ୍ପ ସୁଯୋଗ ସହିତ ଯୋଡ଼ିଥାଏ। ସନ୍ଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏକ ସମାପନ ଏବଂ ଉତ୍ସବ ସହିତ ଦିନଟି ସମାପ୍ତ ହୁଏ, ଯେଉଁଥିରେ କସପ୍ଲେ ପ୍ରତିଯୋଗିତା, ସଙ୍ଗୀତ ପ୍ରଦର୍ଶନ, କଣ୍ଠ ଅଭିନୟ ଅଧିବେଶନ ଏବଂ ରୋମାଞ୍ଚକର ଗିଭଆୱେଜ୍‌ ଭଳି କାର୍ଯ୍ୟକଳାପ ରହିଛି।

ୱାମ୍‌ ପାଇଁ ଗୁରୁତ୍ବପୂର୍ଣ୍ଣ ତାରିଖ ଓ ସ୍ଥାନ

ୱାମ୍‌! ବାଙ୍ଗାଲୋର: ଅକ୍ଟୋବର ୨୭, ୨୦୨୪

ୱାମ୍‌! ଚେନ୍ନାଇ: ନଭେମ୍ବର ୧୦, ୨୦୨୪

ୱାମ୍‌! କୋହିମା: ନଭେମ୍ବର ୨୨, ୨୦୨୪

ୱାମ୍‌! କୋଲକାତା : ନଭେମ୍ବର ୨୪, ୨୦୨୪

ୱାମ୍‌! ଭୁବନେଶ୍ବର: ନଭେମ୍ବର ୨୬, ୨୦୨୪

ୱାମ୍‌! ବାରଣାସୀ: ନଭେମ୍ବର ୨୮, ୨୦୨୪

ୱାମ୍‌! ଦିଲ୍ଲୀ: ନଭେମ୍ବର ୩୦, ୨୦୨୪

ୱାମ୍‌! ମୁମ୍ବାଇ: ଡିସେମ୍ବର ୧୫, ୨୦୨୪

ୱାମ୍‌! ଅହମ୍ମଦାବାଦ: ଡିସେମ୍ବର ୧୭, ୨୦୨୪

ୱାମ୍‌!ନାଗପୁର: ଡିସେମ୍ବର ୧୯, ୨୦୨୪

ୱାମ୍‌! ହାଇଦ୍ରାବାଦ: ଡିସେମ୍ବର ୨୧, ୨୦୨୪

ଇଚ୍ଛୁକ ଅଂଶ୍ରହଣକାରୀମାନେ www.meai.in/wam ୱେବସାଇଟ୍‌ରେ ସବୁ ବର୍ଗରେ ପଞ୍ଜୀକରଣ କରିପାରିବେ । ବର୍ତ୍ତମାନ ପଞ୍ଜୀକରଣ ଖୋଲା ରହିଛି ।

୨୦୨୫ ଫେବ୍ରୁଆରି ୫ରୁ ୯ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ୱେଭ୍ସ ଶିଖର ସମ୍ମିଳନୀର ଅନୁଷ୍ଠିତ ହେବ ଏବଂ ଏହାର ଅଂଶବିଶେଷ ସ୍ୱରୂପ ୱାମ୍‌ ଫାଇନାଲ୍ ଆୟୋଜିତ ହେବ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସମର୍ଥନରେ ଆନିମେ ଜାପାନ ଏବଂ ଅନୁରୂପ ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ବିଜେତାମାନଙ୍କୁ ସମସ୍ତ ଖର୍ଚ୍ଚ ଯୋଗାଇ ଦିଆଯିବ ।

ୱେବ୍‌ଟୁନ୍ସ, ଆନିମେ ଏବଂ ମାଙ୍ଗା

ଭାରତ ଏବଂ ବିଶ୍ୱରେ ୱେବଟୁନ୍, ଆନିମେ ଏବଂ ମାଙ୍ଗାର ଅସୀମ ସମ୍ଭାବନା ବିଷୟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ କହିଛନ୍ତି, ''ଦେଶର ସମୃଦ୍ଧ କାହାଣୀ, ସୃଜନଶୀଳ ଶୈଳୀ ଏବଂ ଜୀବନ୍ତ କଳାକୃତି ସହିତ 'ୱାମ୍' ଭାରତୀୟ ପ୍ରତିଭାକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରିବାର ସାମର୍ଥ୍ୟ ରଖିଛି। ନୂଆ ପିଢ଼ିକୁ ସାହସିକତାର ସହ ସ୍ୱପ୍ନ ଦେଖିବା ପାଇଁ ପ୍ରେରଣା ଦେବା ସହ ସୃଜନଶୀଳତାକୁ ବୈଶ୍ୱିକ ସ୍ତର ସହିତ ଗଭୀର ଭାବରେ ଯୋଡ଼ି ହେବାର ସାମର୍ଥ୍ୟ ଏଥିରେ ରହିଛି । ଏପରି ସୃଜନଶୀଳ ଭାବରେ ବୁଣା ଯାଇଥିବା କାହାଣୀ ପାଇଁ ଭାରତୀୟ ଉପଭୋକ୍ତାଙ୍କ ମଧ୍ୟରେ ରହିଥିବା ଉଚ୍ଚ ଚାହିଦା ପୂରଣ କରିବା, ଆମର ସୃଜନଶୀଳ ଦୃଶ୍ୟପଟକୁ ସମୃଦ୍ଧ କରିବାରେ ମଧ୍ୟ ଏହାର ସମ୍ଭାବନା ରହିଛି । ୱାମ୍ ବିଷୟରେ ଶ୍ରୀ ଜାଜୁ ଆହୁରି କହିଛନ୍ତି, ୧୦ଟି ରାଜ୍ୟରେ ପ୍ରତିଯୋଗିତା ଆୟୋଜନ ଦ୍ୱାରା ଛାତ୍ରଛାତ୍ରୀ ଓ ପେସାଦାରମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି ହେବ ଏବଂ ନବୋନ୍ମେଷ ଓ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବ। ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ପ୍ଲାଟଫର୍ମ ପ୍ରଦାନ କରି ଆମେ ଉତ୍କର୍ଷତାକୁ ପ୍ରେରଣା ଦେଇପାରିବା ଏବଂ ଶିଳ୍ପ ମଧ୍ୟରେ ଉଦୀୟମାନ ପ୍ରତିଭାମାନଙ୍କୁ ପ୍ରଭାବଶାଳୀ ଭାବରେ ଚିହ୍ନଟ କରିପାରିବା।

ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏମଇଏଆଇ)ର ସମ୍ପାଦକ ଶ୍ରୀ ଅଙ୍କୁର ଭାସିନ୍ ଆହୁରି କହିଛନ୍ତି, 'ୱାମର ଶୁଭାରମ୍ଭ ହୋଇଛି! ଭାରତରେ ଆନିମେ ଏବଂ ମଙ୍ଗାର ଜୀବନ୍ତ ସଂସ୍କୃତିକୁ ସାମ୍ନାକୁ ଆଣିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରତିଭାସମ୍ପନ୍ନ ନିର୍ମାତାମାନଙ୍କୁ ସେମାନଙ୍କ କାର୍ଯ୍ୟ ପ୍ରଦର୍ଶନ କରିବା ଏବଂ ବିଶ୍ୱସ୍ତରୀୟ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରି ଆମେ କେବଳ ସୃଜନଶୀଳତାକୁ ପ୍ରୋତ୍ସାହିତ କରୁନାହୁଁ ବରଂ 'କ୍ରିଏଟ୍ ଇନ୍ ଇଣ୍ଡିଆ' ଦୃଷ୍ଟିକୋଣକୁ ମଧ୍ୟ ସୁଦୃଢ଼ କରୁଛୁ। ଏହି ପଦକ୍ଷେପ ସ୍ଥାନୀୟ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଏବଂ ଦେଶରେ ଏଭିଜିସି-ଏକ୍ସଆର୍ ଓ ଗଣମାଧ୍ୟମ କ୍ଷେତ୍ର ପାଇଁ ଏକ ସମୃଦ୍ଧ ଇକୋସିଷ୍ଟମ ନିର୍ମାଣ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+