ପାକିସ୍ତାନକୁ ବଡ ଝଟକା ; ଭାରତ ସହ ବଡ ସାମରିକ ଚୁକ୍ତି ସାକ୍ଷାର କଲା ଆମେରିକା

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଏପଟେ LOCରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତକୁ ଉସକାଉଛି। ଏହାରି ଭିତରେ ଭାରତ ଆମେରିକା ସହିତ ଏକ ବଡ଼ ସାମରିକ ଚୁକ୍ତି କରିଛି। ଭାରତକୁ ସାମୁଦ୍ରିକ ନିରୀକ୍ଷଣ ପ୍ରଯୁକ୍ତିବିଦ୍ୟା ଏବଂ ଉପକରଣ ବିକ୍ରୟ କରିବା ପାଇଁ ଏକ ଚୁକ୍ତିକୁ ଅନୁମୋଦନ କରିଛି ଆମେରିକା। ଏହି ଚୁକ୍ତି ଇଣ୍ଡୋ-ପାସିଫିକ୍ ମେରିଟାଇମ୍ ଡୋମେନ୍ ଆୱାରନେସ୍ (IPMDA) କାର୍ଯ୍ୟକ୍ରମ ଅଧୀନରେ କରାଯାଇଛି। ଏହାର ଉଦ୍ଦେଶ୍ୟ ଭାରତର ସାମୁଦ୍ରିକ ସୀମାର ନିରୀକ୍ଷଣ ଏବଂ ସୁରକ୍ଷାକୁ ସୁଦୃଢ଼ କରିବା।

us

ଏହି ଚୁକ୍ତିର ମୂଲ୍ୟ ୧୩ କୋଟି ଡଲାର ନିୟୁତ। ଭାରତ ଆମେରିକାରୁ ସି ଭିଜନ ସଫ୍ଟୱେର୍, ଟେକ୍ନିକାଲ୍ ଆସିଷ୍ଟାନ୍ସ ଫିଲ୍ଡ ଟିମ୍ (TAFT) ତାଲିମ, ରିମୋଟ୍ ସଫ୍ଟୱେର୍ ଏବଂ ଆନାଲିଟିକାଲ୍ ସପୋର୍ଟ ଏବଂ ଅନ୍ୟାନ୍ୟ ଉପକରଣ କିଣିବାକୁ ଅନୁରୋଧ କରିଥିଲା।

ସି ଭିଜନ ସଫ୍ଟୱେର୍ ଏକ ୱେବ୍-ଆଧାରିତ ସଫ୍ଟୱେର୍ ଯାହା ସାମୁଦ୍ରିକ କାର୍ଯ୍ୟକଳାପ ଉପରେ ନଜର ରଖେ। ଏଥିରେ ଭାରତର ଆବଶ୍ୟକତା ଅନୁସାରେ କିଛି ନୂଆ ଏଡିସନ୍‌ ସାମିଲ କରାଯାଇଛି। ଏହି ସଫ୍ଟୱେର୍ ସାମୁଦ୍ରିକ ସୀମାରେ ଜାହାଜ ଗତିବିଧି, ବେଆଇନ କାର୍ଯ୍ୟକଳାପ ଏବଂ ପରିବେଶଗତ ବିପଦ ଉପରେ ନଜର ରଖିବାରେ ସାହାଯ୍ୟ କରେ।

ଭାରତୀୟ ନୌସେନା ଏବଂ ଅନ୍ୟାନ୍ୟ ବାହିନୀ ଯେପରି ଏହି ଟେକ୍ନୋଲୋଜିକୁ ବ୍ୟବହାର କରିପାରିବେ, ସେଥିପାଇଁ ବୈଷୟିକ ସହାୟତା ଏବଂ ତାଲିମ ପାଇଁ ଭାରତରେ ତାଲିମ ପ୍ରଦାନ କରିବେ ଆମେରିକୀୟ ବିଶେଷଜ୍ଞଙ୍କ ଟିମ୍‌। ରିମୋଟ୍ ସପୋର୍ଟ ସଫ୍ଟୱେର୍ ଏବଂ ଡାଟା ବିଶ୍ଳେଷଣ ପାଇଁ ରିମୋଟ୍ ଟେକନିକ୍‌ ସହାୟତା ଯୋଗାଇବ।

ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ବୃଦ୍ଧି କରିବ। ଆମେରିକା ଭାରତକୁ ଏକ ପ୍ରମୁଖ ପ୍ରତିରକ୍ଷା ଅଂଶୀଦାର ବୋଲି ବିବେଚନା କରେ ଯାହା ଭାରତ-ପ୍ରଶାନ୍ତ ମହାସାଗର ଏବଂ ଦକ୍ଷିଣ ଏସିଆରେ ଶାନ୍ତି ଏବଂ ସ୍ଥିରତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେରିକାର ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି (DSCA) ଅନୁଯାୟୀ, ଏହି ଚୁକ୍ତି ଆଞ୍ଚଳିକ ସାମରିକ ସନ୍ତୁଳନକୁ ପ୍ରଭାବିତ କରିବ ନାହିଁ କିମ୍ବା ଭାରତରେ ଆମେରିକୀୟ ସାମରିକ କର୍ମଚାରୀଙ୍କ ନିୟୋଜିତ କରିବାର ଆବଶ୍ୟକତା ପଡ଼ିବ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+