ଦିଲ୍ଲୀରେ ବଡ଼ ବିସ୍ଫୋରଣ ଯୋଜନା ପଣ୍ଡ, ୨ ଆତଙ୍କବାଦୀ ଗିରଫ
ଦିଲ୍ଲୀରେ ବଡ଼ ବିସ୍ଫୋରଣ ଯୋଜନା ପଣ୍ଡ। ୨ ଆତଙ୍କବାଦୀ ଗିରଫ। IED ବିସ୍ଫୋରଣ ପାଇଁ ଯୋଜନା କରୁଥିବା ISIS ମଡ୍ୟୁଲ୍ ଧ୍ୱଂସ। ଗୁଇନ୍ଦା ଏବଂ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ର ମିଳିତ ରେଡ୍ ହୋଇଛି। ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ISIS ଲିଙ୍କ୍ ନେଇ ତନାଘନା ଜାରି ରହିଛି। ଆଇଇଡି ବିସ୍ଫୋରଣ ପାଇଁ ଯୋଜନା କରୁଥିବା ଆଇଏସଆଇଏସ ଆତଙ୍କୀ ମଡ୍ୟୁଲ୍ର ପର୍ଦ୍ଦାଫାସ୍ କରିଛି ପୋଲିସ୍। ଗୁଇନ୍ଦା ଏବଂ ଦିଲ୍ଲୀ ପୋଲିସ୍ର ସ୍ୱତନ୍ତ୍ର ସେଲ୍ର ମିଳିତ ରେଡ୍ରେ ଏହି ସଫଳତା ମିଳିଛି। କୌଣସି ଅଘଟଣ ଘଟିବା ପୂର୍ବରୁ ବିପଦ ଟଳି ଯାଇଛି।

ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ୨ ଆତଙ୍କବାଦୀଙ୍କ ଆଇଇଡି ବ୍ଲାଷ୍ଟ କରିବାର ଯୋଜନା ଶେଷ ପର୍ଯ୍ୟାୟରେ ଥିଲା। ସେମାନେ ହମ୍ଲା ଟ୍ରେନିଂ ନେଇ ସାରିଥିଲେ। ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ଦିଲ୍ଲୀ ଓ ଅନ୍ୟକୁ ମଧ୍ୟପ୍ରଦେଶରୁ କାବୁ କରାଯାଇଛି । ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସେଲ୍ ଦୁଇ ଆତଙ୍କୀଙ୍କୁ ଗିରଫ କରିଛି । ଦୁଇ ଜଣ ଆଇଏସଆଇଏସ ଆତଙ୍କୀ ସଂଗଠନ ସହ ସାମିଲ ଥିଲେ। ଜଣଙ୍କ ନାମ ଅଦନାନ । ଜନଗହଳିପୂର୍ଣ୍ଣ ସ୍ଥାନରେ ଆଇଇଡି ବିସ୍ଫୋରଣ କରିବାକୁ ଷଡ଼ଯନ୍ତ୍ର କରିଥିଲେ । ଆଇଏସ୍ଆଇଏସ୍ ପଠାଇଥିବା ଏହି ମଡ୍ୟୁଲ ପାକିସ୍ତାନ ଆଇଏସ୍ଆଇଏସ୍ ସହାୟତାରେ ଚାଲୁଥିବା ଜଣାପଡିଛି ।
ଗିରଫ ଦୁଇ ଆତଙ୍କୀଙ୍କୁ ପଚରାଉଚରା ଚାଲିଛି । ସୁରକ୍ଷା ଓ ଗୁଇନ୍ଦା ଏଜେନ୍ସି ପୂରା ନେଟ୍ୱର୍କର ପର୍ଦ୍ଦାଫାସ୍ କରିବାରେ ଲାଗିଛନ୍ତି । ଏମାନଙ୍କୁ କିଏ ଏହି କାମରେ ଲଗାଇଥିଲା ତା'ର ଖୋଳତାଡ଼ ଜାରି ରହିଛି । ମଡ୍ୟୁଲରେ ଆଉ କିଏ କିଏ ସାମିଲ ଅଛନ୍ତି କେଉଁଠୁ ଫଣ୍ଡିଂ ହେଉଥିଲା କଣ ଷଡ଼ଯନ୍ତ୍ର ହେଉଥିଲା ତାର ତଦନ୍ତ ଚାଲିଛି ।












Click it and Unblock the Notifications