୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ
Budget 2024: ବଜେଟ୍ ୨୦୨୪ରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ନୂଆ ଟିକସ ବ୍ୟବସ୍ଥାରେ ବାର୍ଷିକ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ । ୩ ଲକ୍ଷରୁ ୭ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୫ ପ୍ରତିଶତ । ୭ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆକର ୧୦ ପ୍ରତିଶତ ରହିବା ବେଳେ ୧୦ ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫ ପ୍ରତିଶତ ଏବଂ ୧୨ ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦ ପ୍ରତିଶତ । ୧୫ ଲକ୍ଷରୁ ଅଧିକ ଆୟ ପାଇଁ ବାର୍ଷିକ ଆୟକର ୩୦ ପ୍ରତିଶତ ରହିବା ନେଇ ଘୋଷଣ କରାଯାଇଛି । ପୁରୁଣା ଆୟକର ସ୍ଲାବ ଅପରିବର୍ତ୍ତିତ ରହିଛି ।

ତେବେ ଏହାକୁ ସବୁଠୁ ବଡ଼ ଘୋଷଣା ବୋଲି କୁହାଯାଉଛି, ଯାହା ଉପରେ ରହିଥିଲା ସମସ୍ତଙ୍କ ନଜର ।












Click it and Unblock the Notifications