ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କୁ ମିଳିବ ଦୀପାବଳି ବୋନସ୍

Delhi CM Arvind Kejriwal On Bonus: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୀପାବଳି ପୂର୍ବରୁ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି, ଦିଲ୍ଲୀ ସରକାରୀ କର୍ମଚାରୀଙ୍କୁ 7,000 ଟଙ୍କା ଲେଖାଏଁ ବୋନସ ମିଳିବ । ଏହି ପର୍ବପର୍ବାଣି ସମୟରେ ଦିଲ୍ଲୀ ସରକାରଙ୍କ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି କର୍ମଚାରୀଙ୍କୁ 7000 ଟଙ୍କା ବୋନସ୍ ପ୍ରଦାନ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Delhi_Arvind Kejriwal

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆହୁରି କହିଛନ୍ତି ଯେ, 80,000 କର୍ମଚାରୀଙ୍କୁ ବୋନସ ଦେବା ପାଇଁ ଦିଲ୍ଲୀ ସରକାର 56 କୋଟି ଟଙ୍କା ବଜେଟ୍ ଆବଣ୍ଟନ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ଦିଲ୍ଲୀ ସରକାରଙ୍କ ଗ୍ରୁପ ବି ଏବଂ ଗ୍ରୁପ ସି କର୍ମଚାରୀଙ୍କୁ 7,000 ଟଙ୍କା ବୋନସ ଦିଆଯିବ । ପ୍ରାୟ 80,000 ଗ୍ରୁପ୍ ବି ଅଣ-ଗେଜେଟେଡ୍ ଏବଂ ଗ୍ରୁପ୍ ସି କର୍ମଚାରୀ ଦିଲ୍ଲୀ ସରକାରଙ୍କ ସହ କାମ କରୁଛନ୍ତି।

ଏହି ବୋନସ ଦେବାର ମୋଟ ମୂଲ୍ୟ 56,000 କୋଟି ହେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀ ସରକାରରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଆମ ପରିବାର ପରି। ତେଣୁ, ଆମେ ସେମାନଙ୍କ ଦିପାବଳୀକୁ ଆଉ ଟିକେ ଖାସ କରିବା ପାଇଁ ପ୍ରୟାସ କରିବୁ । ଭିଡିଓ ବାର୍ତ୍ତା ମାଧ୍ୟମରେ ସିଏମ କେଜ୍ରିୱାଲ ଏନେଇ ସୂଚନା ଦେଇଛନ୍ତି । ସିଏମ କେଜ୍ରିୱାଲ ଦିଲ୍ଲୀବାସୀ ଏବଂ ଦିଲ୍ଲୀର ସମସ୍ତ ସରକାରୀ କର୍ମଚାରୀଙ୍କୁ ଦୀପିବାଳିରେ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+