ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ କଂଗ୍ରେସର ବଡ଼ ଆକ୍ସନ, ଏହି ନେତାଙ୍କୁ ୬ ବର୍ଷ ଲାଗି ଦଳରୁ କରିଲା ବହିଷ୍କାର
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଛି । ଆସନ୍ତାକାଲି ଅର୍ଥାତ୍ ଜୁନ୍ ୧ ତାରିଖରେ ସପ୍ତମ ଏବଂ ଶେଷ ପର୍ଯ୍ୟାୟ ପାଇଁ ଭୋଟିଂ ଅନୁଷ୍ଠିତ ହେବ । ୫୭ ଟି ଆସନରେ ଭୋଟ୍ ଦେବା ପୂର୍ବରୁ କଂଗ୍ରେସ ଓଡିଶାରେ ବଡ ପଦକ୍ଷେପ ନେଇଛି । କଂଗ୍ରେସ ସଞ୍ଜୟ ତ୍ରିପାଠୀଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି । ସଞ୍ଜୟ ତ୍ରିପାଠୀ ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଯେଉଁ କାରଣରୁ ଦଳ ତାଙ୍କୁ କରିଛି ବହିଷ୍କାର

ଲୋକସଭା ନିର୍ବାଚନ ସହିତ ଏଥର ଓଡିଶାରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି । ଶନିବାର (ଜୁନ୍ ୧) ର ଶେଷ ପର୍ଯ୍ୟାୟ ନିର୍ବାଚନରେ ୬ ଟି ଲୋକସଭା ଆସନ ଏବଂ ରାଜ୍ୟର ୪୨ ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କହିବାନୁସାରେ, ଓଡ଼ିଶାରେ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସେ କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କେନ୍ଦ୍ରୀୟ ବାହିନୀର ୧୨୧ କମ୍ପାନୀ ନିୟୋଜିତ ହୋଇଛନ୍ତି ।












Click it and Unblock the Notifications