Karnataka News: ବେଙ୍ଗାଲୁରୁରେ ବଡ଼ ଦୁର୍ଘଟଣା, ନିର୍ମାଣାଧୀନ କୋଠା ଭୁଶୁଡ଼ି ୩ ମୃତ
Karnataka: ମଙ୍ଗଳବାର କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ବଡ଼ ଦୁର୍ଘଟଣା ଘଟିଛି ଯେଉଁଥିରେ 4 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା ତିନୋଟି ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ନିୟୋଜିତ ଅଛନ୍ତି। ଆଗତୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ସମ୍ଭବନା ରହିଛି । ଅଗ୍ନିଶମ ବିଭାଗର ସୂଚନାନୁସାରେ ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି, ଆବର୍ଜନା ତଳେ ପୋତି ହୋଇ ରହିଥିବା ମୃତଦେହକୁ ଆବର୍ଜନା ଭିତରୁ ଉଦ୍ଧାର କରାଯାଇଛି ।













Click it and Unblock the Notifications