ବାଇଡେନ କାର ସହ ଧକ୍କା, ଅଳ୍ପକେ ବର୍ତ୍ତିଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ :ଦୁର୍ଘଟଣା ଗ୍ରସ୍ତ ହେଲା ବାଇଡେନଙ୍କ କର । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କାରକେଡ ସହ ପିଟିହେଲା ଆଉ ଏକ କାର୍ । ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆମେରିକା ରାଷ୍ଟ୍ରପତି ବାଇଦଡେନ ଓ ତାଙ୍କ ପତ୍ନୀ । ରବିବାର ରାତିରେ ଏହି ଘଟଣା ଘଟିଛି ।

ଯେଉଁ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲା, ସେଥିରେ ଜୋ ବାଇଡେନ୍ ଓ 'ଫାଷ୍ଟ୍ ଲେଡି' ଜିଲ୍ ବାଇଡେନ୍ ବସି ନ ଥିଲେ। ଦୁର୍ଘଟଣା ପରେ 'ଫାଷ୍ଟ୍ ଲେଡି' ଗୋଟାଏ ଗାଡ଼ିରେ ବସି ଯିବାକୁ ଅପେକ୍ଷା କରୁଥିବା ବେଳେ ରାଷ୍ଟ୍ରପତି ବାଇଡେନ୍ ଦୁର୍ଘଟଣା ଦୃଶ୍ୟ ଦେଖି ବିସ୍ମିତ ହେବା ପରି ମନେହେଉଥିଲା। ସୁରକ୍ଷାକର୍ମୀମାନେ ତାଙ୍କୁ ନେଇ 'ଫାଷ୍ଟ୍ଲେଡି' ବସିଥିବା ଗାଡ଼ିରେ ବସାଇଲେ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି।
ହ୍ୱାଇଟ ହାଉସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବାଇଡେନ ଗତ ରାତି ପ୍ରାୟ ୮ଟା ବଳେ ୱିମିଙ୍ଗଟନସ୍ଥିତ ବାଇଡେନ- ହେରିସ ମୁଖ୍ୟାଳୟରୁ ବାହାରିଥିଲେ। ତାଙ୍କ ସହ ତାଙ୍କ ନିର୍ବାଚନୀ କ୍ୟାମ୍ପେନ୍ ଟିମ୍ ବି ଥିଲେ। ମାତ୍ର ବାଇଡେନଙ୍କ କାର୍କେଡ ବାହାରିବାର କିଛି ସମୟ ପରେ ଏକ VVIP ନମ୍ବର ପ୍ଲେଟ ଥିବା ଗାଡ଼ି ସମ୍ମୁଖରେ ବାଇଡେନ୍ଙ୍କ କାରକେଡର ଏକ ଏସୟୁଭି ଗାଡ଼ିକୁ ଧକ୍କା ଦେଇଥିଲା।












Click it and Unblock the Notifications