ଗାଜାରେ ସହାୟତା କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ ବାଇଡେନ ଓ ଋଷି ସୁନକ
ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଗାଜାରେ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ 'ୱାର୍ଲ୍ଡ ସେଣ୍ଟ୍ରାଲ କିଚେନ୍'ର 7ଜଣ ସହାୟତା କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଭାରତୀୟ ମୂଳ ମହିଳା ଲାଲଜାଭମି ଫ୍ରାଙ୍କକମ୍ ଏବଂ ଜଣେ ଆମେରିକୀୟ ନାଗରିକ ମଧ୍ୟ ଅଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗାଜାରେ ସହାୟତା କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବାବେଳେ ଇସ୍ରାଏଲକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ କାର୍ଯ୍ୟ କରାଯାଇ ନାହିଁ। ଗାଜାରେ ହୋଇଥିବା ମାରାତ୍ମକ ଆକ୍ରମଣକୁ ନେଇ ବାଇଡେନ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଯୁଦ୍ଧ ମଧ୍ୟରେ ସେ ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଉଥିଲେ, ସେ ସାହସୀ ଏବଂ ନିସ୍ୱାର୍ଥପର, ତାଙ୍କ ମୃତ୍ୟୁ ଏକ ଦୁଃଖଦ ଘଟଣା।

ଏହି ଆକ୍ରମଣରେ ସହାୟତା କର୍ମଚାରୀଙ୍କ ମୃତ୍ୟୁ ସମ୍ପର୍କରେ ରାଷ୍ଟ୍ରପତି ଜୋ ବବାଇଡେନ କହିଛନ୍ତି ଯେ ସହାୟତା କର୍ମଚାରୀଙ୍କ କାର କାହିଁକି ଆକ୍ରମଣ କରିଥିଲା ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଇସ୍ରାଏଲ ପ୍ରତିଶୃତି ଦେଇଛି। ଅନୁସନ୍ଧାନ ଶୀଘ୍ର ହେବା ଉଚିତ, ଉତ୍ତରଦାୟିତ୍ୱ ରହିବା ଉଚିତ ଏବଂ ଏହାର ଫଳାଫଳ ସାର୍ବଜନୀନ କରାଯିବା ଉଚିତ ବୋଲି ବାଇଡେନ ତାଙ୍କ ବିବୃତ୍ତିରେ କହିଛନ୍ତି।
ଆମେରିକା ରାଷ୍ଟ୍ରପତି କହିଛନ୍ତି, "ଆହୁରି ଦୁଃଖର ବିଷୟ ହେଉଛି ଏହା ପ୍ରଥମ ଘଟଣା ନୁହେଁ। ଏହି ଆକ୍ରମଣ ସବୁଠାରୁ ବିପଜ୍ଜନକ ଆକ୍ରମଣ ହୋଇଛି। ଗାଜାକୁ ସହାୟତା ଯୋଗାଇବା ପାଇଁ ଇସ୍ରାଏଲ କୌଣସି ଉପାୟ ଛାଡି ନାହାଁନ୍ତି ଏବଂ ସେଥିପାଇଁ ହିଂସା ଘଟୁଛି। ଗାଜାକୁ "ମାନବିକ ସହାୟତା ପଠାଇବା କଷ୍ଟକର ହୋଇପଡିଛି। ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ଇସ୍ରାଏଲ୍ ଯଥେଷ୍ଟ କାର୍ଯ୍ୟ କରି ନାହିଁ। ସାଧାରଣ ନାଗରିକଙ୍କ ପ୍ରତି ଦୟାଳୁ ହେବାକୁ ଆମେରିକା ବାରମ୍ବାର ଇସ୍ରାଏଲକୁ ଅନୁରୋଧ କରିଛି।
ଗାଜାରେ ସହାୟତା କର୍ମଚାରୀଙ୍କ ମୃତ୍ୟୁକୁ ନେଇ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ଆକ୍ରମଣରେ 'ୱାର୍ଲ୍ଡ ସେଣ୍ଟ୍ରାଲ କିଚେନ୍'ର 7ଜଣ ସହାୟତା କର୍ମଚାରୀଙ୍କର ମୃତ୍ୟୁ ଘଟିଛି ଯେଉଁଥିରେ ତିନିଜଣ ବ୍ରିଟିଶ ନାଗରିକ ସାମିଲ ହୋଇଥିଲେ। ଏହି ଘଟଣାର ବ୍ୟାପକ ତଥା ନିରପେକ୍ଷ ତଦନ୍ତର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ସୁନକ ଗୁରୁତ୍ୱାରୋପ କରିଛନ୍ତି।












Click it and Unblock the Notifications