ମୋଦିଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତାଙ୍କ ଦେହାନ୍ତ

Bibek Debroy Death: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ୍ ବିବେକ ଦେବରାୟଙ୍କ ପରଲୋକ ହୋଇଛି । ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ସେପ୍ଟେମ୍ବର 2017'ରେ ଅଧ୍ୟକ୍ଷ ପଦରେ ବେକ ଦେବରାୟ ନିଯୁକ୍ତ ହୋଇଥିଲେ । ଜାନୁଆରୀ 2015 ରେ, ତାଙ୍କୁ NITI ଆୟୋଗର ସ୍ଥାୟୀ ସଦସ୍ୟ କରାଯାଇଥିଲା ।

Bibek Debroy Death

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଇଥିବା ବିବେକ ଦେବରାୟ ପୁଣେର ଗୋଖଲେ ରାଜନୀତି ଏବଂ ଅର୍ଥନୀତି ସଂସ୍ଥାନରେ କୁଳାଧିପତି ଭାବେ କାର୍ଯ୍ୟ କରିଥିଲେ । ୨୦୧୯ ମସିହା ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ସେ ନୀତି ଆୟୋଗର ସଦସ୍ୟ ରହିଥିଲେ । ସେହିପରି ସେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି । ଦେଶର ଆର୍ଥିକ ବ୍ୟବସ୍ଥାବୁ ସୁଦୃଢ କରିବା ନିମନ୍ତେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ ।


ପ୍ରଧାନମନ୍ତ୍ରୀ ମୋଦି ବିବେକ ଦେବରାୟଙ୍କ ବିୟୋଗରେ ଶୋକପ୍ରକାଶ କରି ଲେଖିଛନ୍ତି, ଡକ୍ଟର ଦେବରାୟଙ୍କୁ ମୁଁ ଦୀର୍ଘ ଦିନ ହେବ ଜାଣିଛି । ମୁଁ ତାଙ୍କ ଅନ୍ତଃଦୃଷ୍ଟି ଏବଂ ଏକାଡେମିକ ଚର୍ଚ୍ଚାକୁ ସବୁବେଳେ ମନେରଖିବି । ତାଙ୍କ ବିୟୋଗରେ ମୁଁ ଦୁଃଖିତ । ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+