ମହାକୁମ୍ଭରେ ବୁଡ଼ ପକାଇଲେ ଭୁଟାନ ରାଜା
ମହାକୁମ୍ଭରେ ବୁଡ଼ ପକାଇଛନ୍ତି ଭୁଟାନର ରାଜା ଜିଗ୍ମେ ଖେସର ନାମଗେଲ୍ ୱାଙ୍ଗଚୁକ୍। ପବିତ୍ର ଗଙ୍ଗାନଦୀରେ ସେ ମଙ୍ଗଳବାର ଏହି ବୁଡ଼ ପକାଇଛନ୍ତି। ବୁଡ଼ ପକାଇବା ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ। ସେ ମଧ୍ୟ ଭୁଟାନ ନରେଶଙ୍କ ସହିତ ମିଶି ଗଙ୍ଗା ସ୍ନାନ, ବୁଡ଼ ଓ ତିଳ ତର୍ପଣ ଅର୍ପଣ କରିଛନ୍ତି। ଏଥି ସହିତ ଉଭୟ ତ୍ରୀବେଣୀ ସଙ୍ଗମରେ ଆଳତୀ କରିବା ସହ ପୂଜାର୍ଚ୍ଚନା କରିଛନ୍ତି।ଆଜି ସକାଳ ୧୦ଟାରେ ଭୁଟାନ ରାଜା ସ୍ୱତନ୍ତ୍ର ବିମାନ ଯୋଗେ ବମରୌଲି ଏୟାରପୋର୍ଟରେ ପହଞ୍ଚିଥିଲେ । ସେଠାରୁ ସେ ହେଲିକପ୍ଟର ଯୋଗେ ଅରେଲ ଘାଟରେ ପହଞ୍ଚି ସ୍ନାନ କରିଥିଲେ ।

ଏହା ପୂର୍ବରୁ ଭୁଟାନ ରାଜା ଓ ୟୁପି ସିଏମ୍ ବିଧି ବିଧାନର ସହ ସଙ୍ଗମ ତଟରେ ପୂଜାର୍ଚ୍ଚନା କରିଥିଲେ । ଉଭୟ ପାରାଙ୍କୁ ଦାନା ଖୁଆଉଥିବା ନଜର ଆସିଥିଲେ । ରାଜା ଅକ୍ଷୟବଟ ଏବଂ ଲାଟେ ହନୁମାନ ମନ୍ଦିର ଦର୍ଶନ କରିବା ପରେ ଦ୍ୱିପ୍ରହରରେ ପ୍ରୟାଗରାଜରୁ ପ୍ରତ୍ୟାବର୍ତ୍ତନ କରିବେ
ଭାରତୀୟ ପରମ୍ପରା ଅନୁଯାୟୀ, ରାଜାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ସାଂସ୍କୃତିକ ପ୍ରଦର୍ଶନ କରାଯାଇଥିଲା। ୱାଙ୍ଗଚୁକ୍ ଳାକାରମାନଙ୍କୁ ପ୍ରଶଂସା କରିଥିଲେ ଏବଂ ସେମାନଙ୍କୁ ସେମାନଙ୍କର ପ୍ରଦର୍ଶନ ପାଇଁ କାମ ଜାରି ରଖିବାକୁ କହିଥିଲେ।
ରାଜଭବନ ଯାଇ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଥିଲେ ଭୁଟାନର ରାଜା ଜିଗ୍ମେ ଖେସର । ଏକ ବୟାନରେ ରାଜା କହିଥିଲେ ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ଗରିମାପୂର୍ଣ୍ଣ ସ୍ବାଗତ ଜଣାଥିବାରୁ ମୁଁ ଧନ୍ୟବାଦ ଜଣାଉଛି । ରାଜଭବନରେ ଭୁଟାନ ରାଜା ଏବଂ ତାଙ୍କର ବିଶିଷ୍ଠ ପ୍ରତିନିଧିମଣ୍ଡଳ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭାରତ-ଭୁଟାନ ସମ୍ପର୍କ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଆଲୋଚନା ହୋଇଥିଲା ।
।












Click it and Unblock the Notifications