Viral Video: ଅଯୋଧ୍ୟା ନେଲେ ସ୍ୱାମୀ, ଛାଡ଼ପତ୍ର ଦେଲେ ପତ୍ନୀ

Viral News: ବିବାହ ପରେ ବିଦେଶରେ ହନିମୁନ୍‌ର ସ୍ୱପ୍ନ ଦେଖୁଥିବା ପତ୍ନୀ ଏବେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି। ଏପରିକି ସେ ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ନୋଟିସ ମଧ୍ୟ ପଠାଇ ସାରିଲେଣି । ଯେତେବେଳେ ତାଙ୍କ ସ୍ୱାମୀ ଅଯୋଧ୍ୟା ଏବଂ ବାରାଣାସୀ ବୁଲିବା ପରେ ନବ ବିବାହିତ ମହିଳାଙ୍କୁ ଘରକୁ ଆଣିଥିଲେ ସେତେବେଳେ ଏପରି ଘଟଣା ଘଟିଥିଲା ।

ମଧ୍ୟପ୍ରଦେଶର ଭୋପାଳର ଜଣେ ମହିଳା ବିବାହର ଆଠ ମାସ ପରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ବିବାହ ପରଠାରୁ ତାଙ୍କ ସ୍ୱାମୀଙ୍କ ସହ କୌଣସି ସମ୍ପର୍କ ନାହିଁ ବୋଲି କୋର୍ଟରେ ଯୁକ୍ତି କରାଯାଇଛି । ମହିଳା ଜଣକ କହିଛନ୍ତି ଯେ ସ୍ୱାମୀ ତାଙ୍କୁ ହନିମୁନ୍‌ ପାଇଁ ଗୋଆ ବଦଳରେ ତାଙ୍କ ପିତାମାତାଙ୍କ ସହ ଉତ୍ତରପ୍ରଦେଶର ବାରାଣାସୀ ଏବଂ ଅଯୋଧ୍ୟାକୁ ନେଇଥିଲେ।

 Bhopal News

ଏହି ପ୍ରସଙ୍ଗରେ ଫ୍ୟାମିଲି କୋର୍ଟ ବିବାହ ପରାମର୍ଶଦାତା ଶେଲ ଆୱସ୍ତି ଗୁରୁବାର (ଜାନୁୟାରୀ 25) କହିଛନ୍ତି ଯେ, ଛାଡପତ୍ର ଆବେଦନ ବର୍ତ୍ତମାନ କାଉନସେଲିଂ ପର୍ଯ୍ୟାୟରେ ଅଛି। ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ବୁଝାମଣା କରିବାକୁ ଚେଷ୍ଟା କରାଯାଉଛି।

ବିବାହ ପରାମର୍ଶଦାତାଙ୍କ ଅନୁଯାୟୀ, ମହିଳା ଜଣକ ଗତ ବର୍ଷ ମେ 3 ରେ ବିବାହ କରିଥିଲେ। ବିବାହ ପରେ ସେ ବିଦେଶରେ ହନିମୁନ୍‌ ଯିବାକୁ ଜିଦ୍ ଧରିଥିଲେ, ହେଲେ ସ୍ୱାମୀ ତାଙ୍କୁ ବିଦେଶ ନେବାକୁ ମନା କରି ଦେଇଥିଲେ । ବାସ୍ତବରେ ମହିଳା ଜଣକ ଏକ ଘରୋଇ କମ୍ପାନୀରେ କାମ କରନ୍ତି ଏବଂ ତାଙ୍କ ସ୍ୱାମୀ ଜଣେ ଆଇଟି ପ୍ରଫେସନାଲ । ସ୍ୱାମୀ ନିଜ ପତ୍ନୀଙ୍କୁ ନ ଜଣାଇ ଅଯୋଧ୍ୟା ଏବଂ ବାରାଣସୀକୁ ବିମାନ ବୁକ୍ କରିଥିଲେ। ଯାତ୍ରାକୁ ଯିବାର ଗୋଟିଏ ଦିନ ପୂର୍ବରୁ ମହିଳାଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା।

ପତ୍ନୀଙ୍କ ଅନୁସାରେ ସ୍ୱାମୀ ତାଙ୍କୁ କହିଥିଲେ ଯେ, ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ତାଙ୍କ ମା ଅଯୋଧ୍ୟାଙ୍କୁ ଦେଖା କରିବାକୁ ଚାହୁଁଛନ୍ତି । ତେବେ ପ୍ରଥମେ ତ ମହିଳା ଜଣକ ଯାତ୍ରା କରିବାକୁ କୌଣସି ଆପତ୍ତି ପ୍ରକାଶ କରିନଥିଲେ, କିନ୍ତୁ ଘରକୁ ଫେରିବା ପରେ ଯୁକ୍ତିତର୍କ ହୋଇଥିଲା। ପରେ ଏହି ମାମଲା ଏତେ ବଢି ଯାଇଥିଲା ମାମଲା କୋର୍ଟରେ ପହଞ୍ଚିଥିଲା । ଯାହା ପରେ ପତ୍ନୀ ସ୍ୱାମୀଙ୍କୁ ଛାଡପତ୍ର ନୋଟିସ ପଠାଇଲେ। ମହିଳା ଜଣଙ୍କ କହିବା ଅନୁସାରେ ସ୍ୱାମୀ ତାଙ୍କ ଅପେକ୍ଷା ପିତାମାତାଙ୍କୁ ଅଧିକ ଯତ୍ନ ଏବଂ ଗୁରୁତ୍ୱ ଦେଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+