Get Updates
Get notified of breaking news, exclusive insights, and must-see stories!

ହୀରା ବଦଳେଇ ଦେଲା ଜୀବନ, ଲକ୍ଷପତି ହେଲେ ଆଦିବାସୀ ପରିବାର

ଜଙ୍ଗଲରେ ଜାଳେଣୀ କାଠ ଉଠାଇବା ବେଳେ ତାଙ୍କ ନଜରରେ ପଡିଥିଲା ଏକ ଚମକୁଥିବା ମୂଲ୍ୟବାନ ହୀରା । ଆଉ ଏହାପରେ ବଦଳି ଯାଇଛି ଗେନ୍ଦା ବାଇଙ୍କର ଜୀବନ । ସ୍ଥାନୀୟ ଅଞ୍ଚଳରେ ଲକ୍ଷପତି ଓ ସେଲିବ୍ରିଟି ପାଲଟିଛନ୍ତି ଗେନ୍ଦା ଓ ତାଙ୍କ ପରିବାର।

ଭୋପାଳ: ଗରିବ ଦିନ ମଜୁରିଆ ଭାବେ ଦିନ କାଟୁଥିଲେ ମଧ୍ୟପ୍ରଦେଶ ପନ୍ନା ଜିଲ୍ଲାର ପୁରସତ୍ତମପୁର ଗ୍ରାମନିବାସୀ ଗେନ୍ଦା ବାଈ। ଘରେ ରୋଷେଇ ପାଇଁ ଜଙ୍ଗଲରୁ ସେ ଜାଳେଣୀ କାଠ ଉଠାଇ ଆଣନ୍ତି । ଏହା ତାଙ୍କର ନିତିଦିନିଆ କାମ । ହେଲେ ହଠାତ ଦିନେ ଜଙ୍ଗଲରେ ଜାଳେଣୀ କାଠ ଉଠାଇବା ବେଳେ ତାଙ୍କ ନଜରରେ ପଡିଥିଲା ଏକ ଚମକୁଥିବା ମୂଲ୍ୟବାନ ହୀରା । ଆଉ ଏହାପରେ ବଦଳି ଯାଇଛି ଗେନ୍ଦଙ୍କର ଜୀବନଶୈଳୀ। ସ୍ଥାନୀୟ ଅଞ୍ଚଳରେ ଲକ୍ଷପତି ଓ ସେଲିବ୍ରିଟି ପାଲଟିଛନ୍ତି ଗେନ୍ଦା ଓ ତାଙ୍କ ପରିବାର।

 tribal woman
ଗେନ୍ଦା ବାଈଙ୍କ ପୁଅ ରାଜେଶ ଗଣମାଧ୍ୟମକୁ କହିଛନ୍ତି, ଏହି ଘଟଣା ପରେ ଆମ ପରିବାର ଯଦି କେହି ସର୍ବସାଧାରଣ ସ୍ଥାନ ଦେଇ ଯାଆନ୍ତି, ଲୋକେ ତାଙ୍କୁ ଦେଖି ଲକ୍ଷପତି ବୋଲି ସମ୍ବୋଧନ କରୁଛନ୍ତି । ହୀରା ପାଇବା ପରଠାରୁ ତାଙ୍କର ସମ୍ମାନ ବଢିବା ସହିତ ଦୁଃଖ ଦୂର ହୋଇଛି ବୋଲି ସେ କହନ୍ତି ।

ଅନ୍ୟପଟେ ଭଉଣୀର ବିବାହ କରିବା ନେଇ ଚିନ୍ତା କରିଥିବା କହିଛନ୍ତି ରାଜେଶ । ସେଠିକାର ଲୁଗା ଦୋକାନୀ ଠାରୁ ଆରମ୍ଭ କରି ଗହଣା ଦୋକାନୀ ସମସ୍ତେ ଏହି ପରିବାର ପାଇଁ ନୂଆ ଅଫର ଦେବା ସହିତ ତାଙ୍କ ଦୋକାନରୁ ଜିନିଷ କିଣିବା ପାଇଁ ଅନୁରୋଧ କରୁଥିବା ଦେଖା ଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ହୀରା ପାଇବା ପରେ କିଛି ଲୋକ ଜଙ୍ଗଲର ସଠିକ୍ ସ୍ଥାନ ଜାଣିବା ପାଇଁ ତାଙ୍କ ମା'ଙ୍କ ସହ ଯୋଗାଯୋଗ କରୁଥିଲେ । କାରଣ ସେମାନେ ମଧ୍ୟ ସେହି ଅଞ୍ଚଳରେ ଆହୁରି ହୀରା ଖୋଜିବାକୁ ଚାହୁଁଥିଲେ।

ତେବେ ଗେନ୍ଦା ବାଈ ପାଇଥିବା ହୀରାର ମୂଲ୍ୟ 25 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ବର୍ତ୍ତମାନ ହୀରା ଜମା କରିବା ପରେ ପରିବାରକୁ ଅଗ୍ରୀମ 1 ଲକ୍ଷ ଟଙ୍କା ମିଳିଛି। ପରେ ଟଙ୍କା ମିଳିବା ପରେ ନୂଆ ଘର ତିଆରି କରିବାର ଲକ୍ଷ ରଖିଛନ୍ତି ଏହି ଆଦିବାସୀ ପରିବାର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+