ଭୋପାଳ ବସ୍ ଟ୍ରାଜେଡି: ମୃତକଙ୍କ ପରିବାରକୁ 16 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା
ମହାରାଷ୍ଟ୍ର ସରକାରଙ୍କ ବସ୍ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଏଭଳି ଭାବେ ମୃତକଙ୍କ ପରିବାର ପିଛା ମୋଟ 16 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି।
ଭୋପାଳ: ମଧ୍ୟପ୍ରଦେଶ ଧାର ଜିଲ୍ଲାରେ ଭୟଙ୍କର ବସ୍ ଦୁର୍ଘଟଣା ନେଇଛି 13 ଜଣଙ୍କ ପ୍ରାଣ । ବସଟି ପ୍ରାୟ 40 ଜଣ ଯାତ୍ରୀଙ୍କୁ ନେଇ ଇନ୍ଦୋରରୁ ପୁନେ ଅଭିମୁଖେ ଯାତ୍ରା କରୁଥିଲା। ହେଲେ ହଠାତ ବ୍ରିଜ ଅତିକ୍ରମ କଲାବେଳେ ଭାରସାମ୍ୟ ହରାଇ ନର୍ମଦା ନଦୀକୁ ଖସିପଡ଼ିଲା । ଫଳରେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ 13 ଯାତ୍ରୀ । ସକାଳ 10ଟାରୁ 10.15 ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୃତକଙ୍କ ପରିଜନଙ୍କ ପାଇଁ 2ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଏବଂ ଆହତଙ୍କ ପାଇଁ 50 ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ 4ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ମହାରାଷ୍ଟ୍ର ସରକାରଙ୍କ ବସ୍ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।
ଏଭଳି ଭାବେ ମୃତକଙ୍କ ପରିବାର ପିଛା ମୋଟ 16 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି । ଅନ୍ୟପକ୍ଷରେ ବସରେ ଥିବା ବାକି ଯାତ୍ରୀଙ୍କୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରାଯାଇପାରିନଥିବା ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ସୂଚନା ଦେଇଛନ୍ତି ।












Click it and Unblock the Notifications