ହାଥରସ୍ ଦଳାଚକାଟ ଘଟଣାରେ ବାବା ଭୋଲେଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, କହିଲେ ଏଥିପାଇଁ......
ହାଥରସ୍: ଗତକାଲି ଉତ୍ତରପ୍ରଦେଶର ସିକନ୍ଦରାବାଦ ନିକଟସ୍ଥ ଫୁଲେର ଗାଁରେ ସତସଙ୍ଗ ଚାଲିଥିବା ବେଳେ ଅତ୍ୟାଧିକ ଲୋକ ହୋଇଥିବା ହେତୁ ଦଳାଚକଟାରେ ୧୧୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ସତସଙ୍ଗରେ ଦଳାଚକଟା ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ଯେତିକି ଦୁଃଖଦ ନୁହେଁ, ତାଠୁ ଅଧିକ ଚିନ୍ତାର କାରଣ ପାଲଟିଛି ।
ଜଣେ ଆତ୍ମଘୋଷିତ ବାବାଙ୍କ ପାଦଧୂଳି ପାଇଁ ଏତେ ସଂଖ୍ୟକ ଲୋକେ ଦଳାଚକଟା ହୋଇ ଚାଲିଯିବା ନିଶ୍ଚିତ ରୂପେ ହାସ୍ୟାସ୍ପଦ । ବର୍ତ୍ତମାନ ସତ୍ସଙ୍ଗ କରୁଥିବା ଭୋଲେ ବାବା ଭାବେ ପରିଚିତ ଆତ୍ମଘୋଷିତ ଗଡ୍ମ୍ୟାନ୍ ନାରାୟଣ ସାକର ହରିଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି, ମୁଁ ଘଟଣା ପୂର୍ବରୁ ସେଠାରୁ ପଳାଇଥିଲି । ଏହି ଦୁର୍ଘଟଣା ପାଇଁ ସେ ଆୟୋଜକଙ୍କୁ ଦାୟୀ କରିଛନ୍ତି । ଆହତମାନଙ୍କ ଆରୋଗ୍ୟ ପାଇଁ ସେ କାମନା କରିଥିଲେ । ଏହି ଘଟଣା ପରେ ଏବେ ବାବା ନଜର ବନ୍ଦୀ ଅଛନ୍ତି ।

ସୁଚନାନୁସାରେ ତ୍କାଲି ଭୋଲେ ବାବା ପ୍ରବଚନ ଦେଇ କାର୍ଯ୍ୟକ୍ରମସ୍ଥଳ ଛାଡିବା ପରେ ଆୟୋଜକ କମିଟି ଶ୍ରଦ୍ଧାଳୁଙ୍କୁ ବାହାରକୁ ଛାଡିଥିଲେ । ଏହି ସମୟରେ ପ୍ରବଳ ଗରମ ହେତୁ ଶ୍ରଦ୍ଧାଳୁ ଶୀଘ୍ର ଟେଣ୍ଟରୁ କିପରି ବାହାରିବା ଯିବେ ସେ ଉଦ୍ୟମ କରିଥିବାରୁ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଦଳାଚକଟାରେ ଜଣକପରେ ଜଣେ ପଡ଼ି ଯାଇଥିଲେ ।
ଭିଡ଼କୁ ଆୟତ୍ତ କରାଯାଇ ନପାରିବାରୁ ତଳେ ପଡ଼ିଯାଇଥିବା ଲୋକଙ୍କ ଉପରେ ଶହଶହ ଶ୍ରଦ୍ଧାଳୁ ମାଡ଼ି ଯାଇଥିଲେ ଫଳରେ ଘଟଣାସ୍ଥଳରେ ହିଁ ଆହତଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଆହତ ଓ ମୃତକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications