ଏହି ପ୍ରାର୍ଥୀଙ୍କ ନାଁରେ ସବୁଠୁ ଅଧିକ ମାମଲା, ଜାଣନ୍ତୁ ସେ କିଏ ଏବଂ କେଉଁଠୁ କରୁଛନ୍ତି ପ୍ରତିଦ୍ୱନ୍ଦିତା

ଲକ୍ଷ୍ନୌ: ଦେଶର ଉତ୍ତରପ୍ରଦେଶର ନାଗିନା ଲୋକସଭା ଆସନରୁ ପ୍ରାର୍ଥୀ ଚନ୍ଦ୍ରଶେଖରଙ୍କ ବିରୋଧରେ ରୁଜୁ ହୋଇଛି ସର୍ବାଧିକ ମାମଲା । ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡ଼ିଆର)ର ରିପୋର୍ଟରୁ ଏହା ଜଣାପଡ଼ିଛି । ଏଡିଆର ରିପୋର୍ଟ ଅନୁଯାୟୀ, ନାଗିନା ଆସନରୁ ଆଜାଦ ସମାଜ ପାର୍ଟି ପ୍ରାର୍ଥୀ ଚନ୍ଦ୍ରଶେଖର ଆଜାଦ (ରାବଣ)ଙ୍କ ବିରୋଧରେ ଦେଶରେ ସର୍ବାଧିକ ମାମଲା ରୁଜୁ ହୋଇଛି ।ଆଜାଦ ସମାଜ ପାର୍ଟି କାନଶିରାମର ନେତା ତଥା ମୁଖ୍ୟ ୩୬ ବର୍ଷିୟ ଚନ୍ଦ୍ରଶେଖରଙ୍କର ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ସମ୍ପରି ରହିଛି ।

ତାଙ୍କର ସମ୍ପତ୍ତି ୩୯ ଲକ୍ଷ ୭୧ ହଜାର ୫୮୧ ଟଙ୍ଗାର ସମ୍ପରି ରହିଛି । ଏଥିମଧ୍ୟରୁ ୬ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର ସମ୍ପରି ଏବଂ ୩୩ ଲକ୍ଷ ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି । ନଗିନା ଲୋକସଭା ଆସନ ପାଇଁ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ଚନ୍ଦ୍ରଶେଖର ଚଳିତ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ତାଙ୍କ ବିରୋଧରେ ମୋଟ ୩୬ଟି ମାମଲା ରହିଛି ।

Chandrashekhar Azad

ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ୧୬୭ଟି ଭିନ୍ନ ଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିବା ବେଳେ ସେଥିମଧ୍ୟରୁ ୭୮ଟି ଗୁରୁତର ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ଅନ୍ୟାନ୍ୟ ମାମଲା ରୁଜୁ ହୋଇଛି ଯେଉଁଥିରେ ଜଣେ ସରକାରୀ ଅଧିକାରୀ ତାଙ୍କ କର୍ତ୍ତବ୍ୟ ପାଳନ ନକରାଇ ଦେବା, ହତ୍ୟା ଉଦ୍ୟମ, ଡକାୟତି ମାମଲା ପରି ଅନେକ ମାମଲା ତାଙ୍କ ନାଁରେ ରୁଜ୍ଜୁ ହୋଇଛି ।

ଭୀମ ସେନା ମୁଖ୍ୟଙ୍କ ବିରୋଧରେ ୩୬ ଟି ମାମଲା ମଧ୍ୟରୁ ସାହାରନପୁରର ବିଭିନ୍ନ କୋର୍ଟରେ ୨୬ ଟି ମାମଲା ଚାଲିଛି ଯାହା ଜିଲ୍ଲାର ବିଭିନ୍ନ ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଛି । ଏହା ବ୍ୟତୀତ ଗାଜିଆବାଦରେ ୨, ଦିଲ୍ଲୀରେ ୨, ମୁଜାଫରନଗରରେ ୨, ଲକ୍ଷ୍ନୌରେ ୧, ହାଥରସରେ ୧, ଆଲିଗଡରେ ୨ ଏବଂ ନାଗିନାରେ ୧ ଟି ମାମଲା ପଞ୍ଜିକୃତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+