ଭଜନଲାଲ ସରାକାରଙ୍କୁ ଲାଗିଲା ବଡ଼ ଝଟକା, ଉପ ନିର୍ବାଚନରେ ହାରିଲା ଦଳ

ଜୟପୁର:ରାଜ୍ୟରେ ବିଜେପି ସରକାର ଗଠନ କରିଲା, କିନ୍ତୁ ଉପ ନିର୍ବାଚନରେ ଦଳର କିଛି ବି ଜଲୱା କାମ କରିଲା ନାହିଁ । ଆଉ ବିଜେପିକୁ ପରାସ୍ତ କରିଦେଲା ବିରୋଧୀ କଂଗ୍ରେସ । ୧୦ଦିନ ପୂର୍ବରୁ ରାଜସ୍ଥାନରେ ସୁରେନ୍ଦ୍ର ପାଲ ସିଂ ଶପଥ ନେଇଥିଲେ । ହେଲେ ୧୦ ଦିନ ପରେ ହୋଇଥିବା ଉପ-ନିର୍ବାଚନରେ ୧୨ ହଜାର ଭୋଟରେ ପରାଜିତ ହୋଇଛନ୍ତି । କରଣପୁର ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ କଂଗ୍ରେସ ବାଜି ମାରି ନେଇଛି ।

ସୂଚନା ଅନୁଯାୟୀ, ୨୦୨୩ ରାଜସ୍ଥାନର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଗୁରମିତ ସିଂ କୁନରଙ୍କ ଦେହାନ୍ତ ହୋଇଥିଲା । ଯେଉଁଥିପାଇଁ କରଣପୁର ଆସନରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା ଏବଂ ଏହି ଆସନରେ ଉପନିର୍ବାଚନ ପାଇଁ ଘୋଷଣା ହୋଇଥିଲା । ବିଜେପି ପକ୍ଷରୁ ଭଜନଲାଲ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିବା ସୁରେନ୍ଦ୍ର ପାଲ ସିଂ ମୈଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ଗୁରମିତଙ୍କ ପୁଅ ରୂପିନ୍ଦରଙ୍କୁ ପ୍ରାର୍ଥୀ କରିଥିଲା ।

Bhijan Lal

କୁନର ବିଜେପିର ସୁରେନ୍ଦ୍ର ପାଲ ସିଂ ଙ୍କୁ ୧୧,୨୬୧ ଭୋଟରେ ପରାସ୍ତ କରିଛନ୍ତି । ସମସ୍ତ ୧୮ ରାଉଣ୍ଡ ଗଣନା ପରେ କଂଗ୍ରେସ ଦଳର ରୁପିନ୍ଦର ସିଂ କୁନର ୯୪,୭୬୧ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୮୩,୫୦୦ ଭୋଟ୍ ପାଇଛନ୍ତି । ଆଉ ତୃତୀୟ ସ୍ଥାନରେ ରହିଥିଲେ ଆମ୍ ଆଦମୀ ପାର୍ଟିର ପ୍ରୀତିପାଲ ସିଂ ରହି । ଆଉ ସେ ପାଇଥିଲେ ୧୧୯୧୨ ଖଣ୍ଡ ଭୋଟ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+