ଭାରତ ବିକାଶ ପରିଷଦର ନୂଆ ଟିମ୍, ସତ୍ୟବାଦୀ ପ୍ରାନ୍ତ ଅଧକ୍ଷ, ସୌମେନ୍ଦ୍ର ପ୍ରାନ୍ତ ମହାସଚିବ
ଭୁବନେଶ୍ୱର: ଭାରତ ବିକାଶ ପରିଷଦ, ଓଡିଶା ପୂର୍ବପ୍ରାନ୍ତର ପ୍ରାନ୍ତ ପରିଷଦ ବୈଠକ ଏବଂ ପ୍ରାନ୍ତ ନିର୍ବାଚନ ଭୁବନେଶ୍ୱର ରୋଟାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୦୨୪-୨୫ ବର୍ଷ ପାଇଁ ପ୍ରାନ୍ତ ଅଧକ୍ଷ ଭାବେ ସତ୍ୟବାଦୀ ଦାଶ, ପ୍ରାନ୍ତ ମହାସଚିବ ଭାବେ ସୌମେନ୍ଦ୍ର ଦାସ,ପ୍ରାନ୍ତ ଅର୍ଥ ସଚିବ ଭାବେ ନରସିଂହ ମିଶ୍ର ଙ୍କୁ ନିର୍ବାଚିତ କରାଯାଇଛି ।
କ୍ଷେତ୍ରୀୟ ସଚିବ ଶ୍ୟାମ ସୁନ୍ଦର ଶର୍ମା ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ ନିର୍ବାଚନ ପରିଚାଳନା କରିଥିଲେ। ଭାରତ ବିକାଶ ପରିଷଦ ପୂର୍ବାଞ୍ଚଳ କ୍ଷେତ୍ରୀୟ ମହାସଚିବ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମାର୍ଗଦର୍ଶନ କରିଥିଲେ। ଭାରତ ବିକାଶ ପରିଷଦ, ଓଡିଶା ପୂର୍ବପ୍ରାନ୍ତର ୨୨ଟି ଶାଖାର ପ୍ରମୁଖ ପଦାଧିକାରୀମାନେ ଏହି ନିର୍ବାଚନରେ ଅଂଶଗ୍ରହଣ କରିଥିଲେ ।

ଓଡିଶା ପୂର୍ବପ୍ରାନ୍ତର ସମସ୍ତ ସଦସ୍ୟ, ବୁଦ୍ଧିଜୀବୀ, ସମାଜସେବୀ ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟାଶାଳା ରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି l ଭାରତ ବିକାଶ ପରିଷଦ, ପୂର୍ବ ପ୍ରାନ୍ତ ତରଫରୁ ସେମିନାର ସଂଯୋଜକ ଶ୍ରୀଯୁକ୍ତ ବସନ୍ତ କୁମାର ମିଶ୍ର ଏବଂ ମିଡ଼ିଆ ପ୍ରଭାରୀ ଶ୍ରୀ ନିହାର ରଞ୍ଜନ ସ୍ୱାଇଁ ଏକ ସାମ୍ବାଦିକ ସମିଳନୀ କରି ଉକ୍ତ କାର୍ଯ୍ୟଶଳାର ରୂପରେଖ ସମ୍ବନ୍ଧରେ ସବିଶେଷ ତଥ୍ୟ ସମସ୍ତଙ୍କ ଅବଗତି ନିମନ୍ତେ ଜଣାଇଛନ୍ତି ।












Click it and Unblock the Notifications