ଭାରତ ବିକାଶ ପରିଷଦର ପ୍ରାନ୍ତୀୟ କାର୍ଯ୍ୟଶାଳା: ୨୦୨୫-୨୬ ବର୍ଷ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ

ଭୁବନେଶ୍ବର, ୨୫,୦୫,୨୦୨୫: ଭାରତ ବିକାଶ ପରିଷଦ ଓଡିଶା ପୂର୍ବପ୍ରାନ୍ତର ପ୍ରାନ୍ତୀୟ କାର୍ଯ୍ୟଶାଳ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ଵର ଠାରେ ଆୟୋଜିତ ହୋଇଯାଇଛି। ସଂଗଠନର ଲକ୍ଷ୍ୟ,ଉଦ୍ଦେଶ୍ୟ, ବିଚାର, ଉପଲବ୍ଧି , କାର୍ଯ୍ୟପଦ୍ଧତି, କାର୍ଯ୍ୟକର୍ତ୍ତା ନିର୍ମାଣ, ସଙ୍ଗଠନର ଆୟାମ ( ସଂଗଠନ, ସଂପର୍କ, ସେବା, ପର୍ଯ୍ୟାବରଣ, ମହିଳା ସହଭାଗିତା) ସମ୍ପର୍କରେ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।

ODISHA STATE LEVEL Workshop

ଭାରତ ବିକାଶ ପରିଷଦ ପୂର୍ବକ୍ଷେତ୍ରର କ୍ଷେତ୍ରୀୟ ପୃଷ୍ଟପୋଷକ ପଦ୍ମଶ୍ରୀ ଡାକ୍ତର ଅଶୋକ ମହପାତ୍ର ଯୋଗ ଦେଇ ପରିଷଦର ମୂଳ ମନ୍ତ୍ର ସୁସ୍ଥ ସମର୍ଥ ସଂସ୍କାରିତ ଭାରତ ଗଠନ ସଂପର୍କରେ କାର୍ଯ୍ୟକର୍ତ୍ତାମାନଙ୍କୁ ଦିଗଦର୍ଶନ କରିଥିଲେ । ପୂର୍ବକ୍ଷେତ୍ରର କ୍ଷେତ୍ରୀୟ ମହାସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ପରିଷଦର ସୈଦ୍ଧାନ୍ତିକ ଭୂମିକା, ସାଂଗଠନିକ ସଂରଚନା, ନିୟମ, ପ୍ରୋଟୋକୋଲ, ବୈଠକ ଏବଂ ସଂଗଠନର ପଞ୍ଚସୂତ୍ର ମାନଙ୍କ ବିଷୟର କାର୍ଯ୍ୟକର୍ତ୍ତାଙ୍କୁ ଅବଗତ କରାଇଥିଲେ । ପୂର୍ବକ୍ଷେତ୍ରର ସଂଯୁକ୍ତ ମହାସଚିବ ଡାକ୍ତର ପୁରୁଷୋତ୍ତମ୍ ଅଗ୍ରୱାଲ ଯୋଗଦେଇ କାର୍ଯ୍ୟକର୍ତ୍ତା ନିର୍ମାଣ, ପଞ୍ଚ ପରିବର୍ତ୍ତନ ସଂପର୍କରେ କାର୍ଯ୍ୟକର୍ତ୍ତା ମାନଙ୍କୁ ବିସ୍ତୃତ ଭାବେ ଅବଗତ୍ କରାଇଥିଲେ ।ପୂର୍ବତନ ଅଖିଳ ଭାରତୀୟ ଉପସଭାପତି ସଚ୍ଚିଦାନନ୍ଦ ପଣ୍ଡା ମାର୍ଗଦର୍ଶନ କରିଥିଲେ।

ଓଡ଼ିଶା ପୂର୍ବ ପ୍ରାନ୍ତର ଅଧ୍ୟକ୍ଷ ସତ୍ୟବାଦୀ ଦାଶଙ୍କ ଅଧ୍ୟକ୍ଷତାରେ ତଥା ମହାସଚିବ ସୌମେନ୍ଦ୍ର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରାନ୍ତୀୟ କାର୍ଯ୍ୟଶାଳାରେ କାର୍ଯ୍ୟକର୍ତ୍ତା ମାନଙ୍କୁ ଚଳିତ ବର୍ଷ ସମାଜର ୧୫୦୦ ରୁ ଅଧିକ ସମାଜର ସମ୍ପର୍ଣ୍ଣ ଓ ପ୍ରଭାବୀ ବ୍ୟକ୍ତିଙ୍କୁ ସାମିଲ୍ କରାଇବା, ଚଳିତି ବର୍ଷ ୨୦ ଟି ନୂଆ ଶାଖା କରାଇବା, ୧୦୦୦ରୁ ଅଧିକ ମହିଳାଙ୍କୁ ସ୍ବାବଲମ୍ବୀ କରାଇବା, ଆନିମିଆ ମୁକ୍ତ ଭାରତ ଅନ୍ତର୍ଗତ ୫୦୦୦୦ ମହିଳାଙ୍କୁ ସଚେତନ କରାଇବା । ସମାଜରେ ମୂଖ୍ୟସୋତ୍ରରେ ସାମିଲ୍ ହେବାର କୌଶଳ ମହିଳାଙ୍କୁ ଶିଖାଇବା । ୫୦,୦୦୦ ବୃକ୍ଷରୋପଣ, ୧୦୦୦ ଆର୍ଥକ ଅନଗ୍ରସର ଦକ୍ଷତା ଥିବା ଯୁବକ ଯୁବତୀ ମାନଙ୍କୁ ତାଲିମ ପ୍ରଦାନରେ ସହଯୋଗ କରିବା । ପ୍ରତି ଶାଖାରେ ଅନୁନ୍ୟୁ ୧୦୦ ଟି ପରିବାରକୁ ସଂସ୍କାରିତ କରାଇବା । ଚଳିତ ବର୍ଷ ୧୦୦୦ ବିଦ୍ୟାଳୟ ଭାରତ ସମ୍ବନ୍ଧରେ ଜାଣିବା ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମ " ଭାରତ କୋ ଜାନୋ" , ସେହିପରି ଦେଶାତ୍ମକବୋଧ ସଙ୍ଗୀତ ପରିବେଷଣ " ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଆଯୋଜନା ହେବେ ନେଇ ରୋଡ଼ମ୍ୟାପ ପ୍ରସ୍ତୁତ ହୋଇଛି । ଗୁରୁ ଦିବସରେ ଗୁରୁମାନଙ୍କୁ ସମ୍ମାନିତ କରିବା ତଥା ମେଧାବୀ ଛାତ୍ରମାନଙ୍କୁ ଅଭିନନ୍ଦନ କରିବା ପାଇଁ " ଗୁରୁ ବନ୍ଦନ ଛାତ୍ର ଅଭିନନ୍ଦନ କାର୍ଯ୍ୟକ୍ରମ ପାଇଁ ଲକ୍ଷ୍ୟ ରଖାଯାଇଛି ।

ସଙ୍ଗଠନର ବିତ୍ତିୟ ପରିଚାଳନା ସମ୍ପର୍କରେ ପ୍ରାନ୍ତୀୟ ଅର୍ଥ ସଚିବ ସଚ୍ଚିଦାନନ୍ଦ ନାୟକ, କ୍ଷେତ୍ରୀୟ ଅଡିଟର ସୁଶାନ୍ତ କୁମାର ଖଟୁଆ, l ମହିଳା ସହଭାଗିତା ସମ୍ପର୍କରେ ରାଷ୍ଟ୍ରୀୟ ପରିଷଦର ସଦସ୍ୟା ଶ୍ରୀମତି ସୁପ୍ରିତି ରଥ, ପ୍ରାନ୍ତୀୟ ଆବାହକ ମହିଳା ସହଭାଗିତା ଶ୍ରୀମତି ବିଜୟାନନ୍ଦିନୀ ଦୁବେ , ସଂସ୍କାର ସମ୍ପର୍କରେ ରାଷ୍ଟ୍ରୀୟ ପରିଷଦର ସଦସ୍ୟା ବିଜୟଲକ୍ଷ୍ମୀ ସାହୁ, ପ୍ରାନ୍ତୀୟ ଆବାହକ ବିମଳାକାନ୍ତ ମହାନ୍ତି , ସେବା ସମ୍ବନ୍ଧରେ କ୍ଷେତ୍ରୀୟ ସେବା ଆବାହକ ପ୍ରସନ୍ନ ଛୋଟରାୟ, ପ୍ରାନ୍ତୀୟ ଆବାହକ ଇଞ୍ଜିନିୟର ରମେଶ ଚନ୍ଦ୍ର ପଣ୍ଡା, ପର୍ଯ୍ୟା ସମ୍ବନ୍ଧରେ ପର୍ଯ୍ୟାବରଣର କ୍ଷେତ୍ରୀୟ ଆବାହକ ଜିବିଏନ ଚଇନି, ପ୍ରାନ୍ତୀୟ ଆବାହକ ଜିତେନ୍ଦ୍ର ନାଥ ଦାସ, ସଂପର୍କ ସମ୍ବନ୍ଧରେ ପ୍ରାନ୍ତୀୟ ଆବାହକ ପ୍ରଫେସର ନିର୍ମଳ ଚନ୍ଦ୍ର ଦାସ,ପ୍ରାନ୍ତୀୟ ଉପସଭାପତି ଶ୍ରୀଧର ସାହୁ ଓ ପୀୟୂଷ ପାଣି କାର୍ଯ୍ୟକର୍ତ୍ତା ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଅନ୍ୟମାନଙ୍କ ଭିତରେ ରଜେଶ୍ୱର ମହାରଣା, ବାସନ୍ତୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ସଂଗଠନ ସଚିବ ରାମଚନ୍ଦ୍ର ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ମାତରମ ଓ ଶେଷରେ ରାଷ୍ଟ୍ରଗାନ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+