୯ ଦିନ ପରେ ପୁଣି ଆରମ୍ଭ ହେଲା 'ଭାରତ ଯୋଡୋ ଯାତ୍ରା', ଯୋଗ ଦେଇପାରନ୍ତି ଅଖିଳେଶ ଯାଦବ
ପୁଣି ଆରମ୍ଭ ହେଲା ଭାରତ ଯୋଡୋ ଯାତ୍ରା
ନୂଆ ଦିଲ୍ଲୀ: ଶୀତକାଳୀନ ବିଶ୍ରାମ ପରେ ଆଜି ଦିଲ୍ଲୀରୁ ପୁଣି ବାହାରିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା । ଦିଲ୍ଲୀର କାଶ୍ମୀର ଗେଟର ପ୍ରାଚୀନ ହନୁମାନ ମନ୍ଦିରରେ ଦର୍ଶନ ସାରି ସକାଳ ୧୦ଟାରୁ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ଏହି ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ନଜର ଆସିବେ ଭଉଣୀ ପ୍ରିୟଙ୍କା ଗାନ୍ଧୀ । ଉଭୟ ଆଜି ବଜରଙ୍ଗବାଲୀଙ୍କ ଦର୍ଶନ କରି ନିଜ ଯାତ୍ରାରେ ବାହାରିଛନ୍ତି ।

ରାହୁଲ ଗାନ୍ଧୀ ଦିଲ୍ଲୀ ଦଙ୍ଗାରେ ପ୍ରଭାବିତ ହୋଇଥିବା ମୌଜପୁର, ଜାଫରାବାଦ୍, ଗୋକୁଲପୁରିରୁ ଦେଇ ୟୁପିରେ ପ୍ରବେଶ କରିବା ନେଇ ସୂଚନା ରହିଛି । ରିପୋର୍ଟ ଅନୁସାରେ, ୟୁପିର ଲୋନିରୁ ଗାଜିଆବାଦ ହୋଇ ବାଗପତରେ ରାତିରେ ରହି ବିଶ୍ରାମ ନେବେ । ସେପଟେ ଭାରତ ଯୋଡ ଯାତ୍ରା ପାଇଁ ଭିଡକୁ ନଜରରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ଟ୍ରାଫିକ୍ ଆଡଭାଇଜରି ଜାରି କରାଯାଇଛି ।
ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ କଂଗ୍ରେସ 'ଭାରତ ଯୋଡୋ ଯାତ୍ରା'ରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛି । ତେବେ ଉଭୟ ଏହି ଯାତ୍ରାରେ ଯୋଗ ଦେବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ ହେଲେ 'ଭାରତ ଯୋଡୋ ଯାତ୍ରା' ର ସଫଳତାର କାମନା କରିଛନ୍ତି ।












Click it and Unblock the Notifications