ଆଜି ଜାମ୍ମୁ କାଶ୍ମୀରର କାଠୁଆରେ 'ଭାରତ ଯୋଡୋ' ଯାତ୍ରା ଆରମ୍ଭ, ପ୍ରଥମ ଥର ଜ୍ୟାକେଟ୍ ପିନ୍ଧିଥିବାର ନଜର ଆସିଲେ ରାହୁଲ ଗାନ୍ଧୀ

ଆଜି ଜାମ୍ମୁ କାଶ୍ମୀରର କାଠୁଆରେ 'ଭାରତ ଯୋଡୋ' ଯାତ୍ରା ଆରମ୍ଭ, ପ୍ରଥମ ଥର ଜ୍ୟାକେଟ୍ ପିନ୍ଧିଥିବାର ନଜର ଆସିଲେ ରାହୁଲ ଗାନ୍ଧୀ ।

ଜାମ୍ମୁ କାଶ୍ମୀର: ଆଜି ଜାମ୍ମୁ କାଶ୍ମୀରର କାଠୁଆରେ ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡୋ' ଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । କାଠୁଆରେ ହାଲୁକା ବର୍ଷା ମଧ୍ୟରେ ରାହୁଲ ଗାନ୍ଧୀ ଯାତ୍ରା ଆରମ୍ଭ କରିଛନ୍ତି । ଏହି ସମୟରେ ପ୍ରଥମ ଥର ରାହୁଲ ଗାନ୍ଧୀ ଜ୍ୟାକେଟ୍ ପିନ୍ଧିଥିବାର ନଜର ଆସିଲେ । ପୂର୍ବରୁ ହାଡଭଙ୍ଗା ଶୀତରେ ମଧ୍ୟ ରାହୁଲ ଗାନ୍ଧୀ କେବଳ ଖଣ୍ତିଏ ଟି-ସାର୍ଟ ପିନ୍ଧି ଯାତ୍ରାରେ ଚାଲୁଥିବାର ନଜର ଆସିଥିଲେ । କନ୍ୟାକୁମାରୀରୁ ଯାତ୍ରା ଆରମ୍ଭ କରିବା ପରେ ଦିଲ୍ଲୀ-ପଞ୍ଜାବ ଶୀତରେ ମଧ୍ୟ ରାହୁଲ ଟି-ସାର୍ଟରେ ହିଁ ନଜର ଆସିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ଏବଂ ଅନେକ ବିଜେପି ନେତା ଏହାକୁ ନେଇ ପ୍ରଶ୍ନ ମଧ୍ୟ ଉଠାଇଥିଲେ ।

 Bharat Jodo Yatra

ଗୁରୁବାର ଦିନ ଜାମ୍ମୁର କାଠୁଆରେ ପ୍ରବେଶ କରିଥିଲା ରାହୁଲଙ୍କ 'ଭାରତ ଯୋଡୋ' ଯାତ୍ରା । ଏହି ଯାତ୍ରା ପଞ୍ଜାବ ଦେଇ ଜାମ୍ମୁ କାଶ୍ମୀରରେ ପ୍ରବେଶ କରିଛି । କଂଗ୍ରେସର ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ଜାମ୍ମୁର ବିଭିନ୍ନ ଜିଲ୍ଲାରେ ଜାନୁଆରୀ ୨୬ ପର୍ଯ୍ୟନ୍ତ ଚାଲିବ । କଡ଼ା ସୁରକ୍ଷା ମଧ୍ୟରେ ଜାମ୍ମୁ କାଶ୍ମୀରେ 'ଭାରତ ଯୋଡୋ' ଆରମ୍ଭ ହୋଇଛି । ଆତଙ୍କବାଦୀଙ୍କ ଧମକକୁ ନଜରରେ ରଖି ରାହୁଲଙ୍କ ଏହି ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା ଅନେକ ପର୍ଯ୍ୟାୟରେ କରାଯାଇଛି । ତେବେ ଜାମ୍ମୁ କାଶ୍ମୀର ହେଉଛି 'ଭାରତ ଯୋଡୋ' ଯାତ୍ରାର ଶେଷ ଗନ୍ତବ୍ୟ ସ୍ଥଳ । ଏଠାରେ ହିଁ ଶେଷ ହେବ କଂଗ୍ରେସର 'ଭାରତ ଯୋଡୋ' ଯାତ୍ରା ।

ସୂଚନାଥାଉ ଯେ, କଂଗ୍ରେସର 'ଭାରତ ଯୋଡୋ' ଯାତ୍ରା କନ୍ୟାକୁମାରୀରୁ ୭ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିଲା । ଯାହା ଚଳିତ ମାସ ୩୦ରେ ଶ୍ରୀନଗରରେ ଶେଷ ହେବ । ଗତ ୧୨୫ ଦିନରୁ ଅଧିକ ସମୟ ମଧ୍ୟରେ ଏହି ଯାତ୍ରା ଦେଶର ୧୦ ଟି ରାଜ୍ୟର ୫୨ ରୁ ଅଧିକ ଜିଲ୍ଲା ଦେଇ ଜାମ୍ମୁ କାଶ୍ମୀରରେ ପହଞ୍ଚିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+