ସାଧାରଣତନ୍ତ୍ର ଦିବସରେ ଲଞ୍ଚ୍ ହେବ ଦେଶର ପ୍ରଥମ କୋଭିଡ୍ ନାଜାଲ୍ ଟିକା
ଜାନୁଆରୀ ୨୬ ତାରିଖରେ ଭାରତରେ ଲଞ୍ଚ୍ ହେବା ପାଇଁ ଯାଉଛି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଦେଶର ପ୍ରଥମ କୋଭିଡ୍ ନାଜାଲ ଟିକା INCOVACC । ଏନେଇ କମ୍ପାନୀ ଚେୟାରମ୍ୟାନ୍ କ୍ରିଷ୍ଣା ଇଲ୍ଲା ସୂଚନା ଦେଇଛନ୍ତି ।
ନୂଆଦିଲ୍ଲୀ: କରୋନା ବିରୋଧରେ ଲଢେଇ ବର୍ତ୍ତମାନ ଜାରି ରହିଛି ଏବଂ ଏହାକୁ ହରାଇବାର ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଟିକା । ଫାର୍ମା କମ୍ପାନୀଗୁଡିକ କ୍ରମାଗତ ଭାବରେ ପରୀକ୍ଷଣ ଜାରି ରଖିଛନ୍ତି । ଖୁବ ଶୀଘ୍ର ଅର୍ଥାତ୍ ଚଳିତ ମାସ ଜାନୁଆରୀ ୨୬ ତାରିଖରେ ଭାରତରେ ଲଞ୍ଚ୍ ହେବା ପାଇଁ ଯାଉଛି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଦେଶର ପ୍ରଥମ କୋଭିଡ୍ ନାଜାଲ ଟିକା INCOVACC । ଏହି ଟିକାକୁ ନାକରେ ପକାଇ ପାରିବେ । ଏନେଇ କମ୍ପାନୀ ଚେୟାରମ୍ୟାନ୍ କ୍ରିଷ୍ଣା ଇଲ୍ଲା ସୂଚନା ଦେଇଛନ୍ତି ।

ଭୋପାଳର ଇଣ୍ତିଆନ ଇଣ୍ଟରନ୍ୟାଶନାଲ ସାଇନ୍ସ ଫେଷ୍ଟିଭାଲରେ ଯୋଗ ଦେଇ କ୍ରିଷ୍ଣା ଇଲ୍ଲା କହିଛନ୍ତି ଯେ, ଜାନୁଆରୀ ୨୬, ସାଧାରଣତନ୍ତ୍ର ଦିବସରେ ଆମର ନାଜାଲ ଟିକା INCOVACC ଆନୁଷ୍ଠାନିକ ଭାବେ ଆରମ୍ଭ ହେବ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ପଶୁମାନଙ୍କ ମଧ୍ୟରେ ଲମ୍ପି ନାମକ ଏକ ଚର୍ମ ରୋଗ ପାଇଁ ଆସନ୍ତା ମାସ ସୁଦ୍ଧା ଏକ ସ୍ୱଦେଶୀ ଟିକା Lumpi-Pro Vacind ଲଞ୍ଚ୍ କରାଯିବ ।
କ୍ରିଷ୍ଣା ଇଲ୍ଲା ସୂଚନା ଦେଇ କହିଛନ୍ତି ଯେ ଆମର ନାଜାଲ୍ ଟିକା ବିଧିବଦ୍ଧ ଭାବେ ୨୬ ଜାନୁଆରୀ ଦିନ ଲଞ୍ଚ୍ କରାଯିବ ଏବଂ ଏହାକୁ ବେଶ୍ ସହଜରେ ଲୋକ ମାନେ ବ୍ୟବହାର କରିପାରିବେ । ଯେଉଁଥି ପାଇଁ ଅନୁମତି ମଧ୍ୟ ମିଳି ସାରିଛି ।
-
ନସ ମଙ୍ଗରାଜ ଓ ସୁଲତା ଦେଓଙ୍କୁ ବଡ ଦାୟିତ୍ୱ ଦେଲା ବିଜେଡ଼ି -
ସମ୍ରାଟ ଚୌଧୁରୀ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ହେଲେ ବିଧାୟକ ଦଳ ନେତା -
ଆଲୋଚନା ବିଫଳ ପରେ ବଢ଼ିଲା ଟେନସନ୍, ଇରାନ ବନ୍ଦରକୁ ସାମୁଦ୍ରିକ ପରିବହନ ବନ୍ଦ କରିବ ଆମେରିକା -
୭୮ ବର୍ଷ ବୟସରେ ପାଦ ଥାପିଲା ଭୁବନେଶ୍ୱର, ସମୟ ସହ ବଦଳିଛି.. -
ରାଜ୍ୟରେ ଲାଗୁହେଲା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ ଅଧିନିୟମ-୨୦୨୬ -
Adani Energyର ବଡ଼ ପଦକ୍ଷେପ; ମୁମ୍ବାଇକୁ ମିଳିଲା କ୍ଲିନ୍ ଏନର୍ଜି ବୁଷ୍ଟ, 1000 MW ପାୱାର୍ ଲିଙ୍କ ଚାଲୁ -
ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ -
ଆଜିଠୁ ଭିତର ରତ୍ନଭଣ୍ଡାରରେ ହେବ ଗଣତିମଣତି -
ଆଜି ଆଶାତାଇଙ୍କ ଶେଷକୃତ୍ୟ -
ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିବେ ହଜାର ହଜାର ସଂଖ୍ୟାର ଭକ୍ତ -
ବକେୟା ବିଲ୍ ଥିଲେ ବି ବିଦ୍ୟୁତ୍ କାଟ ନୁହେଁ : ଶକ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶ -
IPL 2026 : ସନ୍ଧ୍ୟାରେ ବେଙ୍ଗାଲୁରୁ-ଲକ୍ଷ୍ନୌ ଟକ୍କର









Click it and Unblock the Notifications