ଏସ୍ଡିଏମ୍ଙ୍କ ଉପରେ ଲାଠି ଚାର୍ଜ କରିଦେଲେ ପୋଲିସ ଯବାନ, ପରେ କହିଲେ ସାର୍...
ପାଟନା: ସଂରକ୍ଷଣକୁ ନେଇ ଆଜି ସାରା ଦେଶରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏସସି/ଏସଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି କିଛି ସଂଗଠନ ଏହି ବନ୍ଦ ଡାକରା ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଉ ଥିବାବେଳେ ବିହାରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଫଳରେ କିଛି ଭିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରିଛି ପୁଲିସ। ଏଭଳି ସମୟରେ ଆଉ ଦୃଶ୍ୟ ଧେଖିବାକୁ ମିଳିଛି, ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହି ବିକ୍ଷୋଭ ସମୟରେ, ପାଟଣାର ଡାକବଙ୍ଗଲୋ ଛକ ଠାରେ ବିହାର ପୋଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଆଉ ପ୍ରଦର୍ଶନକାରୀଙ୍କ ଉପରେ ପୋଲିସ ଲାଟିଚାର୍ଡ କରଥିଲା । । ତା'ପରେ ଜଣେ ପୋଲିସ କର୍ମଚାରୀ ଏସଡିଏମଙ୍କ ଉପରେ ଭୁଲରେ ଲାଠିଚାର୍ଜ କରିଦେଇଥିଲେ ।

ସୁଚନାନୁସାରେ ଭରତ ବୃନ୍ଦକୁ ଦୃଷ୍ଟିରେ ରଖି ବିହାର ରାଜଧାନୀ ପାଟନାରେ ଅନେକ ଦୋକାନ ବନ୍ଦ ରହିଥିଲା। ମିଳିଥିବା ସୂଚନା ଅନୁଯାୟୀ, ବିକ୍ଷୋଭକାରୀମାନେ ପାଟଣାର ଡାକବଙ୍ଗଲା ଛକ ନିକଟରେ ବ୍ୟାରିକେଡ୍ କରି ରାସ୍ତା ଅବରୋଧ କରିଥିଲେ। ପରେ ପୋଲିସ୍ ବିକ୍ଷୋଭକାରୀଙ୍କ ଉପରେ ଲାଠି ଚାର୍ଜ କରିଥିଲା ଏବଂ ପାଣି ମାଡ଼ ମଧ୍ୟ କରିଥିଲା । ଏହି ସମୟରେ ପ୍ରଦର୍ଶନକାରୀଙ୍କୁ ଶାନ୍ତି କରିବାକୁ ପହଁଞ୍ଚିଥିବା ଏସଡିଏମ୍ଙ୍କ ଉପରେ କିଛି ପୋଳି ପାଲିସ କର୍ମଚାରୀ ଭୁଲ୍ରେ କରିଦେଇଛନ୍ତି ଲାଠି ଚାର୍ଜା ଏହି କାରଣରୁ ଅଳ୍ପ ସମୟ ପାଇଁ ପୋଲିସ ଓ ପ୍ରଶାସନ ମଧ୍ୟରେ ଅସହଜ ସ୍ଥିତି ଉପୁ ଉପୁଜିଥିଲା ।
ଏସଡିଏମ୍ଙ୍କ ଉପରେ ଲାଠି ମାଡ କରିବାର ଦେଖ୍ ସିନିୟର ଅଫିସର କନଷ୍ଟେବଳ ଜଣଙ୍କୁ ରୋକି ଥିଲେ । ଏହାପରେ ଏସଡିଏମ୍ ମଧ୍ଯ ଖୁବ୍ ରାଗି ଯାଇଥିଲେ । ଯବାନ ଜଣକ ଏସ୍ଡିଏମ୍ଙ୍କୁ କ୍ଷମା ମାଗିଥିଲେ ଓ କହିଥିଲେ ଭୁଲ୍ ହୋଇଗଲା ସାର.।' ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡି ମିଡିଆରେ ଖୁବ୍ ଭାଇରାଲ ହେଉଛି।












Click it and Unblock the Notifications