୧୨ ଘଣ୍ଟିଆ ବନ୍ଦ ଡାକରାକୁ ବିରୋଧୀଙ୍କ ସମର୍ଥନ: ବିହାରରେ ଲାଠିଚାର୍ଜ
Bihar News: ଏସସି/ଏସଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଆଜି କିଛି ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି । ଆଜି ଏହି ବନ୍ଦ ଡାକରାକୁ ଅନେକ ବିରୋଧୀଙ୍କ ସମର୍ଥନ ମଧ୍ୟ ମିଳିଛି । ଏହି ବନ୍ଦ ସପକ୍ଷରେ ବିଏସପି ସମେତ ଅନେକ ରାଜନୈତିକ ଏବେ ଏକାଠି ହୋଇଛି । BSP ନେତା ମାୟାବତୀ, ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ, ଆଦିବାସୀ ପାର୍ଟି ନେତା ମୋହନ ଲାଲ ରୋତଙ୍କ ସମେତ କେତେକ ପ୍ରମୁଖ ଦଳିତ ସଂଗଠନ ଏହି ଆହ୍ୱାନକୁ ସମର୍ଥନ ଜଣାଇଛନ୍ତି ।

ଏପରିକି କଂଗ୍ରେସ ଏବଂ ଅନ୍ୟ ନେତା ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରୁଥିବାର ଦେଖିବା ପାଇଁ ମିଳିଛି । ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଉ ଥିବାବେଳେ ବିହାରରେ ବିଶୃଙ୍ଖଳା ପିରିସ୍ଥିତି ସୃଷ୍ଟି ହୋଇଛି ଯାହା ପରେ ପୋଲିସି ଉକ୍ତ ସ୍ଥାନରେ ଲାଠିଜାର୍ଜ କରୁଥିବା ଦେଖିବା ପାଇଁ ମିଳିଛି ।












Click it and Unblock the Notifications