ଆସନ୍ତାକାଲି ଭାରତ ବନ୍ଦ , ଜାଣନ୍ତୁ କ’ଣ ରହିବ ଖୋଲା, କ’ଣ ବନ୍ଦ
୯ ଜୁଲାଇ ୨୦୨୫ରେ ଟ୍ରେଡ ୟୁନିଅନଗୁଡ଼ିକ ଭାରତ ବନ୍ଦ ପାଇଁ ଆହ୍ବାନ ଦେଇଛନ୍ତି। ଏଥିରେ ବ୍ୟାଙ୍କିଂ, ବୀମା, ଡାକ ସେବାଠାରୁ କୋଇଲା ଖଣି ପର୍ଯ୍ୟନ୍ତ କାମ କରୁଥିବା ଶ୍ରମିକ ସାମିଲ ହେବେ। ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନର ମିଳିତ ମଞ୍ଚ ଏହାକୁ 'ଭାରତ ବନ୍ଦ' ନାମ ଦେଇଛି। ୟୁନିଅନଗୁଡ଼ିକ କହିଛନ୍ତି ଯେ ସରକାର ଶ୍ରମିକଙ୍କ ଦାବିକୁ ଅଣଦେଖା କରିଛନ୍ତି ଏବଂ କର୍ପୋରେଟ ସ୍ବାର୍ଥକୁ ପ୍ରୋତ୍ସାହିତ କରିଛନ୍ତି। ଏହି ଧର୍ମଘଟର ପ୍ରସ୍ତୁତି ମାସ ମାସ ଧରି ଚାଲିଛି।
ଅଲ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସର ଅମରଜିତ କୌର କହିଛନ୍ତି, 'ଏହି ଧର୍ମଘଟରେ ୨୫ କୋଟିରୁ ଅଧିକ ଶ୍ରମିକ ଯୋଗ ଦେବେ। ୟୁନିଅନ ଧର୍ମଘଟ ସମୟରେ ବ୍ୟାଙ୍କିଂ ସେବା, ଡାକ ସେବା, ବୀମା ସେବା ପ୍ରଭାବିତ ହେବ । ଏହା ବ୍ୟତୀତ ସରକାରୀ ପରିବହନ ମଧ୍ୟ ପ୍ରଭାବିତ ହେବ । ସେହି ସମୟରେ, ଷ୍ଟକ ବଜାର ଖୋଲା ରହିବ । ସରକାରଙ୍କ ଶ୍ରମିକ କର୍ମଚାରୀ ମାରଣା ନୀତି ବିରୋଧରେ ୧୦ ଟ୍ରେଡ ୟୁନିୟନ ଏହି ବନ୍ଦ ଡାକରା ଦେଇଛି ।
ସେମାନଙ୍କର ୧୭ ଦଫା ଦାବି ରହିଛି । ଟ୍ରେଡ ୟୁନିୟନଗୁଡିକର ଅଭିଯୋଗ ରହିଛି କି, କେନ୍ଦ୍ର ସରକାର ଦେଶରେ ଶ୍ରମିକମାନଙ୍କ ଅଧିକାରୀଙ୍କୁ ଗୌଣ କରି କର୍ପୋରେଟର ହାଉସ୍ ଓ ପୁଞ୍ଜିପତିମାନଙ୍କୁ ବିଶେଷ ଲାଭ ଦେଉଛନ୍ତି । ବିଶେଷ କରି କେନ୍ଦ୍ର ସରକାର ଆଣିଥିବା ୪ଟି ଶ୍ରମିକ ବିରୋଧୀ ଶ୍ରମ କୋଡକୁ ବାତିଲ କରିବାକୁ ସଂଗଠନ ଦାବି କରିଛି । କେବଳ ଶ୍ରମିକ ଓ କର୍ମଚାରୀ ନୁହଁନ୍ତି ଏହି ଷ୍ଟ୍ରାଇକରେ କୃଷକ ମଧ୍ୟ ସାମିଲ ହେବେ । ଦେଶରେ ୨୫ କୋଟି କର୍ମଚାରୀ ଏହି ଆନ୍ଦୋଳନକୁ ସମର୍ଥନ କରି ରାଜରାସ୍ତାକୁ ଓହ୍ଲାଇବେ ।

ଆସନ୍ତାକାଲି ହେବାକୁ ଥିବା ଷ୍ଚ୍ରାଇକରେ ଅନେକ ସେକ୍ଟର ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ଯେପରିକି ବ୍ୟାଙ୍କିଙ୍ଗ୍, ଫାଇନାନ୍ସ ସେକ୍ଟର, ଡାକ ବିଭାଗ, କୋଲ ମାଇନ୍ସ ଓ ଫ୍ୟାକ୍ଟ୍ରି ଓ ପରିବହନ ଆଦି ଉପରେ ପ୍ରଭାବ ପଡିବ । ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ସ୍କଲ, କଲେଜ, ସରକାରୀ ଅଫିସ୍ ବସ୍, ରେଳ ସେବା ବିମାନ ସେବା, ବଜାର ମେଡିକାଲ ପରି ଜରୁରୀ ସେବା ଖୋଲି ରହିପାରେ । ଏହା ପୂର୍ବରୁ ଶ୍ରମିକ ସଂଗଠନ ୨୦୨୦ ନଭେମ୍ବର ୨୬ରେ, ୨୦୨୨, ୨୮-୨୯ ମାର୍ଚ୍ଚ ଏବଂ ଗତବର୍ଷ ଫେବୃଆରୀ ୧୬ରେ ଏହିପରି ଦେଶବ୍ୟାପୀ ଧର୍ମଘଟ କରିଥିଲେ












Click it and Unblock the Notifications