For Quick Alerts
Turn On Notification  
For Daily Alerts
Oneindia App Download

ଭାରତ ବନ୍ଦ : ଆଜି ଭାରତ ବନ୍ଦ, ଚାକ୍କା ଜାମ ସହିତ ବନ୍ଦ ରହିବ ବଜାର

ଆଜି ଭାରତ ବନ୍ଦ । ସାରା ଦେଶରେ ବନ୍ଦ ଡାକରା ଦେଇଛି Confederation of All India Traders (CAIT)।

|

ନୂଆଦିଲ୍ଲୀ : ଆଜି ଭାରତ ବନ୍ଦ । ସାରା ଦେଶରେ ବନ୍ଦ ଡାକରା ଦେଇଛି Confederation of All India Traders (CAIT)। ଜଟୀଳ ଜିଏସଟି ବ୍ୟବସ୍ଥା, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଏବଂ ଇ-ୱେ ବିଲ୍ ଆଦି ଦାବି ନେଇ ସାରା ଦେଶରେ 8 କୋଟି ବ୍ୟବସାୟୀ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହି ବନ୍ଦ ଡାକରାକୁ ଦେଶର ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ ସମର୍ଥନ ଦେଉଛନ୍ତି । ଆଜିର ଭାରତ ବନ୍ଦ ଯୋଗୁଁ ଦେଶର ସମସ୍ତ ବାଣିଜ୍ୟିକ ବଜାର ବନ୍ଦ ରହିଛି ।

Bharat-Bandh

ତେବେ ବନ୍ଦ ପାଳନରୁ ମେଡ଼ିସିନ ଦୋକାନ, ପେଟ୍ରୋଲ ପମ୍ପ ବାଦ୍ ରହିବ । ଗମନାଗମନ ବା ଗାଡି ଚଳାଚଳରେ କୌଣସି ବାଧା ଉପୁଯିବ ନାହିଁ ବୋଲି କୁହାଯାଇଛି । ବଢୁଥିବା ଦରଦାମକୁ ନେଇ କେନ୍ଦ୍ର ସରକାର ବିରୋଧରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ବନ୍ଦକୁ ପରିବହନ କ୍ଷେତ୍ରରେ ଦେଶର ସର୍ବବୃହତ ସଂଗଠନ ସର୍ବଭାରତୀୟ ପରିବହନ କଲ୍ୟାଣ ସଂଗଠନ ସମର୍ଥନ ଜଣାଇଛି । ଏହାଦ୍ବାରା ଦେଶର ପରିବହନ କାର୍ଯ୍ୟରେ ନିୟୋଜିତ ୧ ଲକ୍ଷ ଟ୍ରକ ଆଜି ଗାଡ଼ି ଚଲାଇବେ ନାହିଁ ବୋଲି କହିଛନ୍ତି ।

ଜନସାଧାରଣଙ୍କୁ ଅସୁବିଧାରେ ପକାଇବା ଏହି ବନ୍ଦ ଆହ୍ବାନର ଉଦ୍ଦେଶ୍ୟ ନୁହେଁ। ଜିଏସଟି ବ୍ୟବସ୍ଥାର ସରଳୀକରଣ ନେଇ ଦେଶବ୍ୟାପୀ ବ୍ୟବସାୟୀଙ୍କ ଦାବି ସରକାରଙ୍କୁ ଜଣାଇବା ପାଇଁ ବାଣିଜ୍ୟ ବନ୍ଦ ଆହ୍ବାନ ଦିଆଯାଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Bharat Bandh Update
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X