ଜାତି ଭିତ୍ତିକ ଜନଗଣନା ଏବଂ ଅନ୍ୟ ଦାବି ନେଇ ଭାରତ ବନ୍ଦ ଡାକରା, ଜାଣନ୍ତୁ କଣ ରହିଛି ଦାବି
ନୂଆଦିଲ୍ଲୀ : ଅଲ ଇଣ୍ଡିଆ ବ୍ୟାକୱାର୍ଡ ଆଣ୍ଡ ମାଇନରିଟି କମ୍ୟୁନିଟି ଏମ୍ପ୍ଲଏଜ୍ ଫେଡେରେସନ୍ ଆଜି ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ଓବିସି ପାଇଁ ଜାତି ଭିତ୍ତିକ ଜନଗଣନା କରାଯିବ ନାହିଁ ବୋଲି କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧ କରି ଅହି ବନ୍ଦ ଡାକରା ଦିଆଯାଇଛି ।

ଏହା ବ୍ୟତୀତ ବହୁଜନ ମୁକ୍ତି ପାର୍ଟିର ସାହାରନପୁର ଜିଲ୍ଲା ସଭାପତି ନୀରଜ ଧିମାନ କହିଛନ୍ତି ଯେ ଜାତି ଭିତ୍ତିକ ଜନଗଣନା ବ୍ୟତୀତ ଫେଡେରେସନ୍ ନିର୍ବାଚନରେ ଇଭିଏମ୍ ରେ ନିର୍ବାଚନ ନକରିବାକୁ ଦାବି କରୁଛି । ଘରୋଇ କ୍ଷେତ୍ରରେ ମଧ୍ୟ ଏସସି, ଏସଟି, ଓବିସି ଭିତ୍ତିକ ସଂରକ୍ଷଣ ରହିବା ଉଚିତ ବୋଲି ସେ କହିଛନ୍ତି । ବହୁଜନ ମୁକ୍ତି ପାର୍ଟି, ବହୁଜନ କ୍ରାନ୍ତି ମୋର୍ଚ୍ଚା ମଧ୍ୟ BAMCEF ଦ୍ୱାରା ଦିଆଯାଇଥିବା ଦେଶବ୍ୟାପୀ ବନ୍ଦ ଡାକରାକୁ ନିଜର ସମର୍ଥନ ଜଣାଇଛନ୍ତି ।
Why Bharat Bandh called on 25th May???
— #मै_भी_बेरोजगार (@rakesh_bym) May 21, 2022
What are their demands?@PMOIndia@AmitShahOffice#25thmaybharatbandh pic.twitter.com/VnIpe0vD6C
କଣ ରହିଛି ଦାବି
- ଜାତି ଭିତ୍ତିକ ଜନଗଣନା
- ନିର୍ବାଚନରେ ଇଭିଏମ୍ ବ୍ୟବହାର ବନ୍ଦ କରିବା
- ଘରୋଇ କ୍ଷେତ୍ରରେ ଏସସି ଏସଟି ଏବଂ ଓବିସି ସଂରକ୍ଷଣ
- କୃଷକମାନଙ୍କୁ ଏମଏସପି ଗ୍ୟାରେଣ୍ଟି
- NRC, CAA, NPR ଲାଗୁ ଉପରେ ରୋକ ଲଗାଇବା
- ପୁରୁଣା ପେନସନ୍ ସ୍କିମ୍ ଲାଗୁ କରିବା
- ଓଡ଼ିଶା ଓ ମଧ୍ୟପ୍ରଦେଶରେ ଓବିସି ଆରକ୍ଷଣ ଆଧାରିତ ପଞ୍ଚାୟତ ନିର୍ବାଚନ
- ଟୀକାକରଣକୁ ବାଦ୍ୟତାମୂଳକ ନ କରିବା
- ପରିବେଶ ସୁରକ୍ଷା ନାମରେ ଆଦିବାସୀମାନେ ବିସ୍ଥାପିତ ନ କରିବା