ଆଜି ଭାରତ ବନ୍ଦ: କଣ ରହିଛି କାରଣ ? କ'ଣ ରହିବ ବନ୍ଦ ? କ'ଣ ଖୋଲା ରହିବ ?
ଆଜି ଭାରତ ବନ୍ଦ । 'ସଂରକ୍ଷଣ ବଚାଓ ସଂଘର୍ଷ ସମିତି' ଏହି ବନ୍ଦ ଡାକରା ଦେଇଛି। ମୁଖ୍ୟତଃ ରାଜସ୍ଥାନର ଏସ୍ସି/ଏସ୍ଟି ଗୋଷ୍ଠୀ ଏହି ବନ୍ଦକୁ ସମର୍ଥନ କରୁଛନ୍ତି। ଦେଶବ୍ୟାପୀ ଅନ୍ୟ ସ୍ଥାନରେ ମଧ୍ୟ ଏହି ବନ୍ଦକୁ ସମର୍ଥନ କରାଯିବ ବୋଲି ଆଶା କରାଯାଉଛି । ତେବେ ବନ୍ଦ ଏବଂ ଆନ୍ଦୋଳନ ବେଳେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ନିକଟରେ ଏସ୍ସି/ଏସ୍ଟି କୋଟାରୁ 'କ୍ରିମି ଲେୟର' ତଥା ସ୍ବଚ୍ଛଳ ବର୍ଗଙ୍କୁ ବାଦ୍ ଦେବାପାଇଁ ନିଷ୍ପତ୍ତି ନେବାପରେ ଏହାକୁ ବିରୋଧ କରି ଆସନ୍ତାକାଲି ଏହି ବନ୍ଦ ଡାକରା ଦିଆଯାଇଛି। ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ କେରଳରେ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିପାରେ। ଉକ୍ତ ୩ ରାଜ୍ୟରେ ସୁରକ୍ଷା ବୃଦ୍ଧି କରାଯାଇଛି। ତେବେ ବନ୍ଦ ସତ୍ତ୍ବେ ଜରୁରୀ ସେବା ଜାରି ରହିବ। ସରକାରୀ ଅଫିସ, ବ୍ୟାଙ୍କ୍, ସ୍କୁଲ୍ ଏବଂ କଲେଜ ଖୋଲା ରହିବ। ତେବେ ସାଧାରଣ ପରିବହନ ସେବା ବନ୍ଦ ରହିବ।

ପୋଲିସ୍କୁ ଏନେଇ ସତର୍କ କରାଯାଇଛି
କିଛିଦିନ ତଳେ ସୁପ୍ରିମ୍କୋର୍ଟ ଏସ୍-ଏସ୍ଟି ଆରକ୍ଷଣରେ କ୍ରିମି ଲେୟର କରିବାକୁ ଅନୁମତି ଦେଇଛନ୍ତି । କୋର୍ଟ ଏ ନେଇ କହିଥିଲେ ଯେ, ଯେଉଁମାନଙ୍କୁ ବାସ୍ତବରେ ଏହି ଆରକ୍ଷଣର ଆବଶ୍ୟକତା ଅଛି ସେମାନଙ୍କୁ ପ୍ରଥମିକତା ଦେବା ମିଳିବା ଜରୁରୀ । ଯାହାକୁ ବିରୋଧ କରୁଛନ୍ତି କିଛି ଦଳ । ଭାରତ ବନ୍ଦ ଡାକରା ଦେଇଥିବା ଦଳ ଏହି ନିଷ୍ପତ୍ତିକୁ ଫେରାଇ ନେବାକୁ ଦାବି କରିଛି ।
ଭରତ ବନ୍ଦ ସମୟରେ କ'ଣ ବନ୍ଦ ରହିବ
ଭାରତ ବନ୍ଦ ସମୟରେ କ'ଣ ଖୋଲା ରହିବ ଏବଂ କ'ଣ ବନ୍ଦ ରହିବ ସେନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ। ତେବେ ଭାରତ ବନ୍ଦ ସମୟରେ ଏହା ସାଧାରଣ ପରିବହନ ସେବା ଉପରେ ପ୍ରଭାବ ପକାଇପାରେ । କେତେକ ସ୍ଥାନରେ ଘରୋଇ କାର୍ଯ୍ୟାଳୟ ବନ୍ଦ ହୋଇପାରେ ।
ଏହି ସେବାଗୁଡିକ ଜାରି ରହିବ
ଭରତ ବନ୍ଦ ସମୟରେ ଡାକ୍ତରଖାନା ଏବଂ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା କାର୍ଯ୍ୟକ୍ଷମ ରହିବ। ବ୍ୟାଙ୍କ କାର୍ଯ୍ୟାଳୟ ଏବଂ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବା ନେଇ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ଆଦେଶ ଆସିନାହିଁ। ତେଣୁ ବୁଧବାର ଦିନ ବ୍ୟାଙ୍କ ଏବଂ ସରକାରୀ କାର୍ଯ୍ୟାଳୟ ଖୋଲା ରହିବା ସମ୍ଭାବନା ରହିଛି ।
ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ କ୍ରିମି ଲେୟାର ଲାଗୁ କରିବା ନେଇ ସୁପ୍ରିମ୍କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଏହି ନିଷ୍ପତ୍ତିକୁ ବିରୋଧକରି ଆରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି ୨୧ ଅଗଷ୍ଟ ଅର୍ଥାତ କାଲି ଭାରତ ବନ୍ଦ ଡାକରା ଦେଇଛି। ଏହାର ସମର୍ଥନରେ କିଛି ଦଳିତ ସଂଗଠନ ବାହାରିଛନ୍ତି । ଏହାଛଡ଼ା ସମାଜବାଦୀ ପାର୍ଟି ମଧ୍ୟ ଏହାକୁ ସମର୍ଥନ କରିଛି ।












Click it and Unblock the Notifications