Get Updates
Get notified of breaking news, exclusive insights, and must-see stories!

୨୧ ଅଗଷ୍ଟ ଭାରତ ବନ୍ଦ: ଜାଣନ୍ତୁ କ'ଣ ରହିବ ଖୋଲା, କ'ଣ ହେବ ବନ୍ଦ

Bharat Bandh 2024: ଏସସି / ଏସଟି ସଂରକ୍ଷଣରେ କ୍ରିମି ଲେୟାର ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ଦଳିତ ସଂଗଠନ ଅଗଷ୍ଟ ୨୧ ରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ସଂରକ୍ଷଣ ବଚାଓ କମିଟିର ଭାରତ ବନ୍ଦ ଡାକରକୁ ଅନେକ ସଂଗଠନ ସମର୍ଥନ ଜଣାଇଛନ୍ତି । ଏପରିକି ବିଏସପିର ସମର୍ଥନ ମଧ୍ୟ ମିଳିଛି । ଏହି ବନ୍ଦ ଡାକରାକୁ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ଏବଂ ପୋଲିସକୁ ମଧ୍ୟ ଏନେଇ ସତର୍କ କରାଯାଇଛି ।

ପଶ୍ଚିମ ୟୁପିର କ୍ଷେତ୍ର ଅତ୍ୟନ୍ତ ସମ୍ବେଦନଶୀଳ, ତେଣୁ ଏଠାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃଦ୍ଧି କରାଯାଇଛି । ସେହିପରି ରାଜସ୍ଥାନରେ ଜୋରଦାର ବହୁ ସଂଖ୍ୟାରେ ଲୋକ ଭାରତ ବନ୍ଦ ଡାକରାକୁ ସମର୍ଥନ କରିବା ନେଇ ସୂଚନା ରହିଛି । ହେଲେ ଏପର୍ଯ୍ୟନ୍ତ ଏନେଇ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ । ତେବେ ଚାଲନ୍ତୁ ଜାଣିବା ଭରତ ବନ୍ଦ ସମୟରେ କ'ଣ ଖୋଲା ରହିବ । ଯଦିଓ ଏନେଇ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ, ହେଲେ ନିମ୍ନଲିଖିତ ସେବାଗୁଡିକ ଉପରେ ପ୍ରଭାବ ପକାଇପାରେ ।

Bharat Bandh

ଭରତ ବନ୍ଦ ସମୟରେ କ'ଣ ବନ୍ଦ ରହିବ?

ଜନସାଧାରଣ ପରିବହନ ସେବା (ବସ୍, ଅଟୋ) ବନ୍ଦ ରହିବ।
ଡାକ୍ତରଖାନା ଏବଂ ଆମ୍ବୁଲାନ୍ସ ପରି ଜରୁରୀକାଳୀନ ସେବା କାର୍ଯ୍ୟକ୍ଷମ ରହିବ
ବ୍ୟାଙ୍କ ଏବଂ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ।
ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଏବଂ ଏଟିଏମ୍ ଖୋଲା ରହିବ ।

କିଛି ଦିନ ତଳେ ସୁପ୍ରିମକୋର୍ଟ ଏସ-ଏସଟି ଆରକ୍ଷଣରେ କ୍ରିମି ଲେୟର କରିବାକୁ ଅନୁମତି ଦେଇଥିଲେ । ଏହି ନିଷ୍ପତ୍ତି ରାଜ୍ୟମାନଙ୍କୁ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଏସସି-ଏସଟି) ମଧ୍ୟରେ ଉପ-ବର୍ଗ ସୃଷ୍ଟି କରିବାକୁ ଅନୁମତି ଦେଇଛି, ଯାହା ବିବାଦ ସୃଷ୍ଟି କରିଛି। କୋର୍ଟ ଏହି ନିଷ୍ପତ୍ତିକୁ ବିରୋଧ କରି ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+