'୪ ଜୁନ୍ରେ ହେବ ୪୦୦ ପାର୍'
ଜୟପୁର: ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଛି । ସକାଳ ୭ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି । ନିର୍ବାଚନ ଚାଲିଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ବଡ଼ ବୟାନ୍ । ରାଜସ୍ଥାନ ସିଏମ ଭଜନଲାଲ ଶର୍ମା କହିଛନ୍ତି, "ମୁଁ ଯେଉଁ ଭଳି ଭାବରେ ସାରା ଦେଶ ଭ୍ରମଣ କରିଛି, ମୁଁ କହିପାରେ ଯେ '୪ ଜୁନ୍ ରେ ବିଜେପି ୪୦୦ ଅତିକ୍ରମ କରିବ' .. ଲୋକମାନଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିଶ୍ୱାସ ଅଛି ।

ଲୋକମାନେ ଦେଖିଛନ୍ତି ଯେ ସେମାନେ ବିରୋଧିଙ୍କ ଇଣ୍ଡିଆ ସହଯୋଗୀ ଦଳ ଦିଲ୍ଲୀ ଏବଂ ପଞ୍ଜାବରେ ଅଛନ୍ତି । ଯେତେବେଳେ ଆପ୍ ଆସିଲା, ସେତେବେଳେ ଏହି ଦଳ କଂଗ୍ରେସର ଦୁର୍ନୀତି ବିଷୟରେ କହୁଥିଲା, କିନ୍ତୁ ପରେ ଏକାିଂ ହୋଇଗଳେ । ଆଉ ଆଜି ଲୋକମାନେ ସେମାନଙ୍କ ବିଷୟରେ ସତ କଣ ଜାଣିବାକୁ ପାଇଛନ୍ତି ଏବଂ ସେଥିପାଇଁ ଲୋକମାନେ ବିଜେପି ସହିତ ଅଛନ୍ତି ବୋଲି କହିଛନ୍ତି ଭଜନ ଲାଲ୍ ଶର୍ମା ।












Click it and Unblock the Notifications