ଗେହଲୋଟ ସରକାରଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇଲେ ଭଜନଲାଲ

ଜୟପୁର:ରାଜସ୍ଥାନରେ ବିଜେପି ସରକାର କ୍ଷମତାକୁ ଆସିବା କ୍ଷଣି ପୂର୍ବ କଂଗ୍ରେସର ଗେହଲୋଟ୍ ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତ । ସିଏମ୍ ଭଜନଲାଲ ଶର୍ମା ପୂର୍ବ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମହାତ୍ମା ଗାନ୍ଧୀ ସେବା ପ୍ରେରକ ନିଯୁକ୍ତି ଯୋଜନା ୨୦୨୩କୁ ବନ୍ଦ କରିଦେଇଛନ୍ତି । ଏହି ନିଯୁକ୍ତି ପ୍ରକ୍ରିୟା ବନ୍ଦ କରିବାକୁ ଭଜନଲ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏହି ନିଯୁକ୍ତି ଅଧୀନରେ ମୋଟ ୫୦,୦୦୦ ନିଯୁକ୍ତି ଦିଆଯିବାର ଥିଲା । ମହାତ୍ମା ଗାନ୍ଧୀ ସେବା ପ୍ରେରକ ନିଯୁକ୍ତି ପାଇଁ ଅଗଷ୍ଟ ୧୩ରେ ବାହାରିଥବା ବିଜ୍ଞପ୍ତିକୁ ମଧ୍ୟ ଭଜନଲାଲ ସରକାର ବିଚାରକୁ ନେଇଛନ୍ତି । ଶାନ୍ତି ଏବଂ ଅହିଂସା ବିଭାଗ ଦ୍ୱାରା ରାଜସ୍ଥାନର ସମସ୍ତ ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମରେ ଏହି ନିଯୁକ୍ତି କରାଯିବାର ଥିଲା । ମହାତ୍ମା ଗାନ୍ଧୀ ସେବା ର୍ପ୍ରେରକ ନିଯୁକ୍ତି ୨୦୨୩ ର ବିଜ୍ଞପ୍ତି କିଛି ମାସ ପୂର୍ବରୁ ପ୍ରକାଶ ପାଇଥିଲା ।

bhajanlal sarma

ଏହି ନିଯୁକ୍ତି ଅଧୀନରେ ସମୁଦାୟ ୫୦ ଟି ପଦବୀରେ ନିଯୁକ୍ତି ଦିଆଯିବାର ଥିଲା । ଏହି ନିଯୁକ୍ତି ପାଇଁ ଚଳିତ ବର୍ଷ ଅଗଷ୍ଟ ୨୯ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ହାଇକୋର୍ଟଙ୍କ ଦ୍ୱାରା ଏହି ନିଯୁକ୍ତି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଶାନ୍ତି ଏବଂ ଅହିଂସା ବିଭାଗ ଏହାର ନିର୍ଦ୍ଦେଶ ଜାରି କରିଛି । ଏହି ସମୟରେ ଚାଲିଥିବା ନିଯୁକ୍ତି ପ୍ରକ୍ରିୟା ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହାପୂର୍ବରୁ ଭଜନଲାଲ ସରକାର ରାଜୀବ ଗାନ୍ଧୀ ଯୁବା ମିତ୍ର ଇଣ୍ଟର୍ନସିପ୍ ଯୋଜନାକୁ ୩୧ ଡିସେମ୍ବର ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଗେହଲୋଟ୍ ସରକାର ୨୦୨୧-୨୨ ବର୍ଷରୁ ଏହି ଯୋଜନା ଚଳାଉଥିଲେ । ଡିସେମ୍ବର ୨୫ ରେ ରାଜୀବ ଗାନ୍ଧୀ ଯୁବା ମିତ୍ର ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମକୁ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାର ଆଦେଶ ଅର୍ଥନୈତିକ ଏବଂ ପରିସଂଖ୍ୟାନ ନିର୍ଦ୍ଦେଶକ ଭଂବରୱାଲ ବେୟାରା ନିର୍ଦ୍ଦେଶ ଦେଇଥିଲେ ।

ବିଜେପିର ଏହି ନିଷ୍ପତ୍ତିକୁ କଂଗ୍ରେସର ପ୍ରଶ୍ନ

ଏହି ସମୟରେ ରାଜସ୍ଥାନ କଂଗ୍ରେସ ସଭାପତି ଗୋବିନ୍ଦ ଦୋଟାସାରା ଆଜି ଜୟପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜୀବ ଗାନ୍ଧୀ ଯୁବା ମିତ୍ର ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ବନ୍ଦକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ନୂଆ ବର୍ଷ ପୂର୍ବରୁ ହଜାର ହଜାର ଯୁବକଙ୍କୁ ବେକାର କରିବାକୁ ବିଜେପି ସରକାର ପ୍ରସ୍ତୁତ ହେଉଛି । ରାଜୀବ ଗାନ୍ଧୀ ଯୁବା ମିତ୍ର ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମକୁ ବନ୍ଦ କରି ବିଜେପି ସରକାର ଯୁବକମାନଙ୍କୁ ବେରୋଜଗାର ଉପହାର ଦେଇଛନ୍ତି । ସେ ଆହୁରି କହିଛନ୍ତି ବିଜେପିର ରାଜନୈତିକ ର୍ଦୁଭାବର୍ନା କେବଳ ନାମରେ ଅଛି ।

ପୂର୍ବ ବିଜେପି ସରକାରରେ ପଞ୍ଚାୟତ ସହାୟକ ନିଯୁକ୍ତ ହୋଇଥିଲା , ଆଉଏହା ପରେ ରାଜ୍ୟରେ ଆମ ସରକାର ଆସିବା ପରେ ସେମାନଙ୍କ ସମ୍ମାନ ବୃଦ୍ଧି ତଥା ସେମାନଙ୍କୁ ସ୍ଥାୟୀ କରିବା ପାଇଁ ବ୍ୟବସ୍ଥା କରିବାକୁ ଚେଷ୍ଟା କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+