ତୃତୀୟ ଥର ପାଇଁ ଭୁଶୁଡ଼ିଲା ଭାଗଲପୁର-ସୁଲତାନଗଞ୍ଜ ବ୍ରିଜ୍‌

ବିହାରରେ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହି ଆସିଥିବା ଭାଗଲପୁର-ସୁଲତାନଗଞ୍ଜ ଆଗଓ୍ବାନି ବ୍ରିଜ୍‌ ଭଶୁଡ଼ି ପଡ଼ିଛି। ଗଙ୍ଗା ନଦୀରେ ନିର୍ମାଣାଧୀନ ୪ ଲେନ୍‌ ବିଶିଷ୍ଟ ଏହି ବ୍ରିଜ୍‌ ଶନିବାର ତୃତୀୟ ଥର ପାଇଁ ଭୁଶୁଡ଼ି ପଡ଼ିଛି। ସୁଲତାନଞ୍ଜରୁ ଆଗଓ୍ବାନି ଘାଟ ପର୍ଯ୍ୟନ୍ତ ନଅରୁ ଦଶ ନମ୍ବର ପିଲାର୍‌ ମଧ୍ୟରେ ଥିବା ଅଂଶ ଗଙ୍ଗା ନଦୀରେ ଖସିପଡ଼ିଛି। ଏସ୍‌ପି ସିଙ୍ଗଲା କମ୍ପାନୀ ଏହି ମହାସେତୁ ନିର୍ମାଣକରୁଛି। ଖାଗରିଆ ଏବଂ ଭାଗଲପୁର ଜିଲାକୁ ସଂଯୋଗ କରିବା ପାଇଁ ଭାଗଲପୁର ଜିଲାର ସୁଲତାନଞ୍ଜରେ ଏହି ବ୍ରିଜ୍‌ ନିର୍ମାଣ କରାଯାଉଛି।

Bhagalpur-Sultanganj Bridge

ଏହାପୂର୍ବରୁ ୪ ଜୁନ୍‌ ୨୦୨୩ରେ ସୁଲତାନଗଞ୍ଜ-ଆଗଓ୍ବାନି ବ୍ରିଜ୍‌ ଗଙ୍ଗା ନଦୀରେ ପଡ଼ିଥିଲା। ନିର୍ମାଣାଧୀନ ବ୍ରିଜ୍‌ର ଗଠନ ଯୋଗୁ ଏହା ପଡ଼ିଯାଇଥିଲା। ଏହି ସମୟରେ ବ୍ରିଜ ଉପରେ ଡ୍ୟୁଟିରେ ଥିବା ଦୁଇଜଣ ସୁରକ୍ଷାକର୍ମୀ ମଧ୍ୟ ନିଖୋଜ ହୋଇଯାଇଥିଲେ। ସେହି ସମୟରେ ବ୍ରିଜ୍‌ଟି ପ୍ରାୟ ୨୦୦ ମିଟିର ପର୍ଯ୍ୟନ୍ତ ଖସିପଡ଼ିଥିଲା।

ଏହାପୂର୍ବରୁ ୨୭ ଏପ୍ରିଲ ୨୦୨୨ରେ ମଧ୍ୟ ବ୍ରିଜ୍‌ଟି ଖସିପଡ଼ିଥିଲା ପ୍ରବଳ ଝଡ଼ ଓ ବର୍ଷା ହେତୁ ପ୍ରାୟ ୧୦୦ ଫୁଟ ଲମ୍ବର ଅଂଶ ନଦୀରେ ପଡ଼ିଯାଇଥିଲା। ତେବେ ସେହି ସମୟରେ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନ ଥିଲା। ଏହା ପରେ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହେଲା। ଏଥର ଏହି ମହାସେତୁର ପ୍ରାୟ ୮୦ ପ୍ରତିଶତ କାର୍ଯ୍ୟ ସମାପ୍ତ ହୋଇସାରିଥିଲା। ଠିକ୍‌ ଏହି ସମୟରେ ମଧ୍ୟ ଏହା ଭୁଶୁଡ଼ି ପଡ଼ିଛି।

ସୂଚନାଯୋଗ୍ୟ, ଭାଗଲପୁର-ସୁଲତାନଗଞ୍ଜ ବ୍ରିଜ ଉତ୍ତର ଏବଂ ଦକ୍ଷିଣ ବିହାରକୁ ସଂଯୋଗ କରୁଥିବା ବିହାର ସରକାରଙ୍କ ଏକ ଉଚ୍ଚକୋଟୀର ପ୍ରକଳ୍ପ। ଏହି ପ୍ରକଳ୍ପର ପ୍ରାରମ୍ଭିକ ମୂଲ୍ୟ ୧୭୧୦.୭୭ କୋଟି ଟଙ୍କା ଥିଲା। ୨୩ ଫେବୃଆରୀ ୨୦୧୪ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାର ମୂଳଦୁଆ ପକାଇଥିଲେ। ଏହି ବ୍ରିଜ୍‌ ଏବଂ ରାସ୍ତା ନିର୍ମାଣ ସହିତ ଏନ୍‌ଏଚ୍‌ ୩୧ ଏବଂ ଏନ୍‌ଏଚ୍‌ ୮୦ ସଂଯୋଗ ହେବ। ଏହି ବ୍ରିଜ୍‌ର ଲମ୍ବ ୩.୧୬୦ କିଲୋମିଟର ହୋଇଥିବା ବେଳେ ଆପ୍ରୋଚ୍‌ ରୋଡ୍‌ର ଦୈର୍ଘ୍ୟ ୨୫ କିଲୋମିଟର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+