Get Updates
Get notified of breaking news, exclusive insights, and must-see stories!

କେନ୍ଦ୍ର ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ଭାରତର ସଡ଼କ ଆମେରିକା ଭଳି.....

ଆସନ୍ତା ଦୁଇ ବର୍ଷରେ ଭାରତର ସଡ଼କ ଆମେରିକାଠାରୁ ଭଲ ହେବ ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରତିଶ୍ରୁତି ଦେଇଥିଲେ। ଏବେ ସେ କହିଛନ୍ତି ଯେ ଆମ ସଡ଼କ ଆମେରିକାଠାରୁ ଭଲ ହୋଇଗଲାଣି। କିଛି ଆମେରିକୀୟ ତାଙ୍କ ସହ ଆଲୋଚନା କରିବା ବେଳେ ତାହା ସ୍ବୀକାର କରିଛନ୍ତି।

କେନ୍ଦ୍ର ସରକାର ସଡ଼କ ଭିତ୍ତିଭୂମିରେ ଉନ୍ନତି ଆଣିବାରେ ନିରନ୍ତର ଉଦ୍ୟମ କରୁଛନ୍ତି। ଜାରି ରହିଥିବା ପ୍ରକଳ୍ପଗୁଡ଼ିକ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ସରକାର ସଡ଼କ ନେଟ୍‌ୱର୍କରେ ଉନ୍ନତି ଆଣୁଥିବାରୁ ପରିବହନ ଖର୍ଚ୍ଚ କମ୍ ହେବାରେ ଲାଗିଛି। ତେଣୁ ରପ୍ତାନି ବଜାରରେ ଭାରତର ପ୍ରତିଦ୍ବନ୍ଦ୍ବିତା ବୃଦ୍ଧି ପାଉଛି। ରପ୍ତାନି ବଢ଼ାଇବାକୁ ହେଲେ ଆମକୁ କୃଷି, ମାନୁଫାକ୍‌ଚରିଂ ଓ ସେବା କ୍ଷେତ୍ରରେ ଉନ୍ନତି ଆଣିବାକୁ ପଡ଼ିବ ବୋଲି ସେ କହିଛନ୍ତି। ପୂର୍ବରୁ ଭାରତର ପ୍ରାଥମିକ ଚିନ୍ତା ଥିଲା ପରିବହନ ଖର୍ଚ୍ଚ ଯାହା ୧୬ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା। ଚୀନ୍‌ରେ ସେହି ହାର ୮ ପ୍ରତିଶତ ଓ ୟୁରୋପରେ ୧୨ ପ୍ରତିଶତ ରହିଛି।

nitin gadkari
ଗଡ଼କାରୀ କହିଛନ୍ତି ଯେ ଆମ ସଡ଼କ ଭଲ ନାହିଁ। ବନ୍ଦର ଭଲ ନାହିଁ। ଟ୍ରାଫିକ୍‌ ଭିଡ଼ ପାଇଁ ପରିବହନ ଖର୍ଚ୍ଚ ବଢ଼ୁଛି। କିନ୍ତୁ ସଡ଼କ ଭିତ୍ତିଭୂମିରେ ଉନ୍ନତି ଆଣି ମୋଦୀ ସରକାର ପରିବହନ ଖର୍ଚ୍ଚକୁ ୯ ପ୍ରତିଶତକୁ କମ୍ କରିପାରିଛନ୍ତି। ଦେଶରେ ୨୫ଟି ନୂଆ ଏକ୍ସପ୍ରେସ୍‌ୱେ, ୩୦୦୦ କିମିର ବନ୍ଦର ସଂଯୋଗ ରାଜପଥ ଓ ଧାର୍ମିକ ପର୍ଯ୍ୟଟନ ସର୍କିଟ୍‌ ପାଇଁ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ସହ ସଡ଼କ ନିର୍ମାଣ କରାଯାଉଛି। ବୌଦ୍ଧ ସର୍କିଟ୍‌କୁ ସଂଯୋଗ ପ୍ରଦାନ କରିବା ଏବଂ ଚାରି ଧାମକୁ ସବୁଦିନିଆ ସଡ଼କ ସହ ଯୋଡ଼ିବା ଲାଗି ସରକାରଙ୍କ ଯୋଜନା ରହିଛି। ପର୍ବତମାଳା ଯୋଜନାରେ ୧୫ ରୋପୱେ ତିଆରି କରାଯାଉଥିବା ବେଳେ ୩୫ଟି ମଲ୍ଟିମୋଡାଲ୍ ଲଜିଷ୍ଟିକ୍ ପାର୍କ ନିର୍ମାଣ କରାଯାଉଛି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+