ସବୁ ବର୍ଗର ଲୋକଙ୍କର ଯୋଗଦାନ ବେଟି ବଚାଓ ବେଟି ପଢ଼ାଓ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିଛି : ପ୍ରଧାନମନ୍ତ୍ରୀ

ବେଟି ବଚାଓ-ବେଟି ପଢ଼ାଓ ଅଭିଯାନର ଆଜି ଦଶବର୍ଷ ପୂର୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହା ଏବେ ଜନଆନ୍ଦୋଳନରେ ପରିଣତ ହୋଇଛି । ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କର ଯୋଗଦାନ ଯୋଗୁଁ ନୂତନ ରୂପାନ୍ତରଣ ସମ୍ଭବ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସାମାଜିକ ଗଣମାଧ୍ୟମରେ ପୋଷ୍ଠ କରି ସେ କହିଛନ୍ତି, ଶିଶୁକନ୍ୟାମାନେ ଶିକ୍ଷାର ସୁବିଧା ପାଇବା ସହ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସୁଯୋଗ ପାଇପାରିଛନ୍ତି ।

ସେ କହିଛନ୍ତି, ଯେଉଁସବୁ ଜିଲ୍ଲାରେ ଲିଙ୍ଗ ଅନୁପାତ ଅତ୍ୟନ୍ତ କମ୍ ଥିଲା, ସେହିସବୁ ସ୍ଥାନରେ ପୂର୍ବାପେକ୍ଷା ଅନେକ ଉନ୍ନତି ଘଟିଛି । ଫଳରେ ଲିଙ୍ଗଗତ ସମାନତା ଆଣିବା ଦିଗରେ ଏହି ଅଭିଯାନ ଜନଜାଗରଣ ସୃଷ୍ଟି କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଭଳି ଐତିହାସିକ ସଫଳତା ଆଣିବା ଦିଗରେ ପ୍ରୟାସ କରିଥିବା ବ୍ୟକ୍ତି ଏବଂ ସଂସ୍ଥାଗୁଡ଼ିକୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ତୃଣମୂଳସ୍ତରରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନକୁ ଯେଉଁମାନେ ବ୍ୟାପକ କରିବାରେ ହିତଧାରକ ପାଲଟିଛନ୍ତି, ସେମାନଙ୍କୁ ପ୍ରଧାନମନ୍ତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

pm modi

ଝିଅମାନଙ୍କର ଅଧିକାରକୁ ସୁରକ୍ଷିତ ରଖିବା, ସେମାନଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଏବଂ ବିନ୍ଧା ପକ୍ଷପାତିତାର ସମାଜ ଗଠନ କରିବା ଲାଗି ସେ ଆହ୍ୱାନ ଦେଇଛନ୍ତି । ନୂଆଦିଲ୍ଲୀରେ ଏହି ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ସଶସ୍ତ୍ର ବାହିନୀ, ଅର୍ଦ୍ଧ ସାମରିକ ବାହିନୀ, ଦିଲ୍ଲୀ ପୁଲିସ୍‌, ଛାତ୍ରୀ ଏବଂ ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି ।

ଯୋଜନାର ଦଶ ବର୍ଷ ପୂର୍ତି ମାର୍ଚ୍ଚ ୮ ତାରିଖ ଆର୍ନ୍ତଜାତିକ ମହିଳା ଦିବସ ପର୍ଯ୍ୟନ୍ତ ପାଳନ କରାଯିବାକୁ ନିଷ୍ପରି ହୋଇଛି । ସୂଚନାଯୋଗ୍ୟ, ଦେଶରେ ଲିଙ୍ଗଗତ ସନ୍ତୁଳନକୁ ବଜାୟ ରଖିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୦୧୫ ଜାନୁଆରୀ ୨୨ ତାରିଖରେ ହରିଆଣାର ପାନିପଥଠାରେ 'ବେଟି ବଚାଓ ବେଟି ପଢ଼ାଓ " ଯୋଜନାର ଶୁଭାରମ୍ଭ କରିଥିଲେ ।

ଇତିମଧ୍ୟରେ ଏହି ଯୋଜନା ଉଲ୍ଲେଖନୀୟ ସଫଳତା ହାସଲ କରିଛି । ୨୦୧୪-୧୫ରେ ଲିଙ୍ଗଗତ ଅନୁପାତ ୯୧୮ ଥିବାବେଳେ ଗତ ଆର୍ଥକ ବର୍ଷରେ ଏହା ୯୩୦କୁ ବୃଦ୍ଧି ପାଇଛି । ମାଧ୍ୟମିକ ସ୍ତରରେ କନ୍ୟା ସନ୍ତାନଙ୍କ ନାମଲେଖା ୭୫ ଦଶମିକ ୫/୧ ପ୍ରତିଶତରୁ ବୃଦ୍ଧି ପାଇ ୭୮ ପ୍ରତିଶତରେ ପହଁଞ୍ଚିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+