କାର୍‌ ଉପରେ ଚଢ଼ିଗଲା କଣ୍ଟେନର୍‌,ଏହି କମ୍ପାନୀର ସିଇଓଙ୍କ ସମେତ ୬ ଜଣକ ମୃତ୍ୟୁ, ଏହି କାର୍ କେତେ ସୁରକ୍ଷିତ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଘଟିଥିବା ଭୟଙ୍କର ସଡ଼କ ଦୁର୍ଘଟଣା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି। ଏହି ଦୁର୍ଘଟଣାରେ ଗୋଟିଏ କମ୍ପାନିର ସିଇଓ ଏବଂ ତାଙ୍କ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି। ଏକ ଆଲୁମିନିୟମ ବୋଝେଇ କଣ୍ଟେନର ଟ୍ରକ, କାର ଉପରେ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଟ୍ରକ କାର୍ ଉପରେ ପଡ଼ିଯିବା କାରଣରୁ କାର୍‌ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ଏମିତିକି କାର୍‌ରେ ଥିବା ୬ ଜଣଙ୍କ ଶରୀର କ୍ଷତ ବିକ୍ଷତ ହୋଇଯାଇଥିଲା। ତେବେ ଏହି ଭୟଙ୍କର ଦୁର୍ଘଟଣା ପରେ ଏବେ ପ୍ରଶ୍ନ ଉଠିଛି ଯେ, କେବଳ ସୁରକ୍ଷିତ କାର ଅସୁରକ୍ଷିତ ରୋଡ୍ ପାଇଁ ଠିକ୍‌ ହେବ। କାରଣ ଏହି ପରିବାର ଭଲଭୋର ଏକ ଏସୟୁଭି କାର୍‌ରେ ଯାତ୍ରା କରୁଥିଲା।

ଆଇଏଏସ୍‌ଟି ସଫ୍ଟୱେର କମ୍ପାନୀର ସିଇଓ ଚନ୍ଦ୍ରମ ତାଙ୍କ ପରବାର ସଦସ୍ୟଙ୍କ ସହ ନିଜ ଗାଁ ମହାରାଷ୍ଟ୍ରର ସାଙ୍ଗଲୀକୁ ଯାଉଥିଲେ। କୋଟିଏ ଟଙ୍କାର ଭଲ୍‌ଭୋ ଏସୟୁଭି କାରରେ ଯାଉଥିଲେ ପୂରା ପରିବାର। ହେଲେ ସେମାନଙ୍କ ଗାଁକୁ ଯିବା ସଫଳ ହୋଇନଥିଲା। ରାସ୍ତାରେ ଜଗିଥିଲା ଜମ। ରାସ୍ତାରେ ଏକ କଣ୍ଟେନର ତାଙ୍କ କାର ଉପରେ ପଡ଼ିଯାଇଥିଲା।

Bengaluru Tragedy

କାରରେ ଥିବା ସମସ୍ତ ୬ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକେ ଦାମୀ କାର କିଣନ୍ତି କୋଟିଏ ଟଙ୍କାର କାର ଜୀବନ ବଞ୍ଚାଇନପାରିବାରୁ ପ୍ରଶ୍ନ ଉଠିଛି ଭଲଭୋ ଏକ୍ସସି୯୦ କାରରେ ଗୋଲ୍ଟ ଷ୍ଟାଣ୍ଡାଡ ସୁରକ୍ଷା ରହିଛି
ଗାଡିର ଗତି ମଧ୍ୟ ଅଧିକ ନଥିଲା ବୋଲି ପୁଲିସ କହିଛି କଣ୍ଟେନରର ଡ୍ରାଇଭର କହିଛନ୍ତି ହଠାତ୍ ବ୍ରେକ ମାରି କାର ରହିଯାଇଥିଲା ବଞ୍ଚାଇବାକୁ କଣ୍ଟେନର ଚାଳକ ଗାଡିରୁ ଡେଇଁବା ସହ ଡାହାଣକୁ ମୋଡିଥିଲେ ଅନ୍ୟ ଏକ କ୍ଷୀର ନେଇ ଯାଉଥିବା ଟ୍ରକକୁ ଧକ୍କା ଦେଇ ଓଲଟି ପଡିଥିଲା କଣ୍ଟେନର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+