ସାଇବର ଠକଙ୍କ ମାୟାଜାଲରେ ସଫ୍ଟୱେର ଇଞ୍ଜିନିୟର, ଠକି ନେଲେ ୧୧ କୋଟି

ବେଙ୍ଗାଲୁରୁର ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ଠାରୁ ସାଇବର ଠକ ଦଳ ୧୧ କୋଟି ଟଙ୍କା ଠକି ନେଇଛନ୍ତି। ଠକାମିର ଶିକାର ଇଞ୍ଜିନିୟର ହେଉଛନ୍ତି ବିଜୟ କୁମାର। ସାଇବର ଠକ ଦଳ ନିଜକୁ ପୁଲିସ, ବହିର୍ଶୁଳ୍କ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଅଧିକାରୀର ପରିଚୟ ଦେଇ ତାଙ୍କ ଠାରୁ ଟଙ୍କା ଠକି ନେଇଛନ୍ତି। ବିଜୟ କୁମାର ସେୟାର ବଜାରରେ ୫୦ ଲକ୍ଷ ଟଙ୍କାର ପୁଞ୍ଜିନିବେଶ କରିଥିଲେ। ଏହା ବୃଦ୍ଧି ପାଇ ୧୨ କୋଟିରେ ପହଞ୍ଚିଥିଲା।

ବିଜୟଙ୍କ ପାଖରେ ଏତେ ଟଙ୍କାର ଅର୍ଥ ଥିବା ଜାଣି ସାଇବର ଠକମାନେ ଲୁଟିବାର ଯୋଜନା କରିଥିଲେ। ଠକମାନେ ତଦନ୍ତକାରୀ ଏଜେନ୍ସିର ପରିଚୟ ଦେଇ ତାଙ୍କୁ ଗିରଫର ଧମକ ଦେଇଥିଲେ। ପରେ ତାଙ୍କ ଠାରୁ ତାଙ୍କର ଆଧାର ନମ୍ବର, ପାନ୍ ନମ୍ବର ଓ କେୱାଇସି ତଥ୍ୟ ମାଗିଥିଲେ। ବିଜୟ ନିଜର ସମସ୍ତ ବ୍ୟକ୍ତିଗତ ତଥ୍ୟ ଦେବା ପରେ ଠକ ଦଳ ତାଙ୍କର ସମସ୍ତ ଅର୍ଥ ଲୁଟି ନେଇଥିଲେ।

Bengaluru Techie Loses Rs 11 Cr In

ଅଭିଯୋଗ ପାଇବା ପରେ ସାଇବର ଅପରାଧ ପୁଲିସ ଘଟଣାର ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ୭.୫ କୋଟି ଟଙ୍କା ଜବତ କରିଛି। ଟଙ୍କା ଠକେଇ ପରେ ଅଭିଯୁକ୍ତମାନେ ସୁରତ ଯାଇ ସେଠାରେ ସୁନା କିଣିଥିଲେ। ଫଳରେ ସେମାନଙ୍କୁ ପୁଲିସ ଧରିବାରେ ସଫଳ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+