Atul Subhash Case: ଅତୁଲ ସୁଭାଷ ହତ୍ୟା ମାମଲାରେ ତାଙ୍କ ପତ୍ନୀ ନିକିତା ସିଙ୍ଗାନିଆଙ୍କ ସମେତ ୩ ଗିରଫ

AI ସଫ୍ଟଓ୍ବୟାର ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ତାଙ୍କ ପତ୍ନୀ ତଥା ଅଭିଯୁକ୍ତ ନିକିତା ସିଙ୍ଘାନିଆଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି ପୋଲିସ। ନିକିତା ହରିୟାଣାର ଗୁରୁଗ୍ରାମରେ ଭୟରେ ଲୁଚି ରହିଥିଲେ । ତାଙ୍କ ସହ ମା' ନିଶା ସିଙ୍ଘାନିଆ ଏବଂ ଶଳାଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାପଡ଼ିଛି ।

ନିଶା ଏବଂ ଅନୁରାଗ ପ୍ରୟାଗରାଜରେ ଲୁଚିଥିଲେ । ବାଙ୍ଗାଲୋର ପୋଲିସକୁ ଏନେଇ ସୂଚନା ମିଳିବା ପରେ ୩ଜଣଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଛି। ସେଠାରୁ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ହେଲେ ଦାଦା ସୁଶୀଲ ସିଙ୍ଘାନିଆ ଫେରାର ଅଛନ୍ତି । ପୋଲିସ ତାଙ୍କୁ ଗିରଫ କରିବା ଲାଗି ଚଢ଼ାଉ କରୁଛି ।

୩୪ ବର୍ଷୀୟ ଆଇଟି ପ୍ରଫେସନାଲ ଅତୁଲ ସୁଭାଷ ନିଜ ଅଲଗା ରହୁଥିବା ପତ୍ନୀ ଏବଂ ଶଶୁର ଘର ପରିବାର ଦ୍ୱାରା ନିର୍ଯ୍ୟାତନା ଏବଂ ଦୁଇ ବର୍ଷ ମଧ୍ୟରେ ୧୨୦ ଥର କୋର୍ଟ ତାରିଖ ସତ୍ତ୍ୱେ ନ୍ୟାୟ ପାଇନଥିଲେ । ଏହା ଯୋଗୁଁ ଅତୁଲ ସୁଭାଷ ଆତ୍ମହତ୍ୟାକୁ ଶେଷ ବିକଳ୍ପ ଭାବରେ ନେଇ ଏହି ଦୁନିଆ ଛାଡିବା ପୂର୍ବରୁ ପ୍ରାୟ ଦେଢ଼ ଘଣ୍ଟାର ଭିଡିଓ ଓ ୨୪ ପୃଷ୍ଠାର ସୁଇସାଇଡ୍ ନୋଟ ଛାଡି ଯାଇଛନ୍ତି । ଯେଉଁଥିରେ ବୈବାହିକ ଜୀବନରେ ଘଟଣା, ଜୀବନ ସାଥୀର ଲୋଭ ଏବଂ ଷଡଯନ୍ତ୍ରର କାହାଣୀ ରହିଛି ।

Atul Subhash

ଆକସେଞ୍ଚର ଭଳି ପ୍ରତିଷ୍ଠିତ ଆଇଟି କଂପାନୀରେ ଚାକିରୀ କରୁଥିବା ସତ୍ତ୍ୱେ ତାଙ୍କ ପତ୍ନୀ ନିକିତା ଏକାଥରକେ ଛାଡ଼ପତ୍ର ସେଟେଲମେଣ୍ଟ ପାଇଁ ୩ କୋଟି ଟଙ୍କା ଦାବି କରୁଥିଲେ। ଯାହାକୁ ନେଇ ମାନସିକ ଚାପରେ ରହୁଥିଲେ ଅତୁଲ।

ନିଜ ସୁସାଇଡ୍‌ ନୋଟ୍‌ରେ ତାଙ୍କ ସ୍ତ୍ରୀ ନିକିତା ସିଙ୍ଘାନିଆ ଏବଂ ଶାଶୁଙ୍କ ବିରୋଧରେ ଅତୁଲ ଗୁରୁତର ଅଭିଯୋଗ କରିଛନ୍ତି। ତାଙ୍କ ସୁଇସାଇଡ ନୋଟରେ କୋଟି କୋଟି ଟଙ୍କା ଦାବି ସହ ମିଛ ମାମଲାରେ ଫଶାଯିବା ଭଳି ଅଭିଯୋଗ ରହିଛି।

ଏହି ମାମଲାରେ ଅତୁଲଙ୍କ ଭାଇ ବିକାଶ କୁମାରଙ୍କ ଅଭିଯୋଗରେ ଅତୁଲଙ୍କ ପତ୍ନୀ ନିକିତା ସିଙ୍ଗାନିଆଙ୍କ ସମେତ ଚାରି ଜଣଙ୍କ ବିରୋଧରେ ବିଏନଏସର ଧାରା ୧୦୮ ଏବଂ ୩(୫) ଅନୁଯାୟୀ ମରାଠାଲୀ ପୋଲିସ ଏକ ଏଫଆଇଆର ପଞ୍ଜିକରଣ କରିଥିଲା । ନିକିତା ସିଙ୍ଗାନିଆ, ତାଙ୍କ ମାତା ନିଶା ସିଙ୍ଗାନିଆ, ଶଳା ଅନୁରାଗ ସିଙ୍ଗାନିଆ ଏବଂ ମାମୁଁ ସୁଶୀଲ ସିଙ୍ଗାନିଆଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଥିଲା । ଏହାପରେ ସମସ୍ତେ ଫେରାର ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+