ସୋଶାଲ ମିଡିଆରେ ଭାଇରାଲ କର୍ତ୍ତବ୍ୟପରାୟଣ ଡାକ୍ତର, ଦେଖନ୍ତୁ ଭିଡିଓ

ଭାଇରାଲ ଡାକ୍ତର ହେଲେ ବେଙ୍ଗାଲୁରୁର ଗେଷ୍ଟ୍ରୋଏଣ୍ଟ୍ରୋଲେଜୀ ସର୍ଜନ ଡା. ଗୋବିନ୍ଦ ନନ୍ଦକୁମାର। ସେ ବେଙ୍ଗାଲୁର ସର୍ଜାପୁରରେ ଥିବା ମଣିପାଲ ହସ୍‌ପିଟାଲ୍‌ରେ ଗେଷ୍ଟ୍ରୋଏଣ୍ଟ୍ରୋଲେଜୀ ସର୍ଜନ ଭାବେ କାର୍ଯ୍ୟ କରନ୍ତି ।

ବେଙ୍ଗାଲୁରୁ: କଥାରେ ଅଛି କର୍ମ ହିଁ ଭଗବାନ । ତେବେ ଆଜିକାଲି ସମାଜରେ ଏହାକୁ କିଏ ବା ମାନୁଛି । କମ ସମୟ ଓ ବିନା ଟେନସନରେ ଅନେକ କାର୍ଯ୍ୟ ହାସଲ କରିବା ପାଇଁ ଚାହାଁନ୍ତି । କିନ୍ତୁ ଯିଏ ନିଜର କର୍ମକୁ ସବୁକିଛି ବୋଲି ସ୍ଥିର କରି ସାରିଛି । ତାକୁ ବା କିଏ ରୋକିବ । ନିକଟରେ ବେଙ୍ଗାଲୁରୁର ଜଣେ ଡାକ୍ତର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି । ଭିଡିଓଟି ଚଳିତ ବର୍ଷ ଅଗଷ୍ଟ 30 ତାରିଖର ବୋଲି ଜଣାପଡିଛି।

viral doc
ଭାଇରାଲ ଡାକ୍ତର ହେଲେ ବେଙ୍ଗାଲୁରୁର ଗେଷ୍ଟ୍ରୋଏଣ୍ଟ୍ରୋଲେଜୀ ସର୍ଜନ ଡା. ଗୋବିନ୍ଦ ନନ୍ଦକୁମାର। ସେ ବେଙ୍ଗାଲୁର ସର୍ଜାପୁରରେ ଥିବା ମଣିପାଲ ହସ୍‌ପିଟାଲ୍‌ରେ ଗେଷ୍ଟ୍ରୋଏଣ୍ଟ୍ରୋଲେଜୀ ସର୍ଜନ ଭାବେ କାର୍ଯ୍ୟ କରନ୍ତି । ତେବେ ଅଗଷ୍ଟ 30 ତାରିଖରେ ନନ୍ଦକୁମାରଙ୍କୁ ଜଣେ ମହିଳାଙ୍କର ଲାପୋରୋସ୍କୋପିକ୍ ଗଲବ୍ଲାଡର ସର୍ଜରୀ କରିବାର ଥିଲା। ସକାଳ 10ଟାରେ ଅପରେସନ ସମୟ ସ୍ଥିର କରାଯାଇଥିଲା । ଏନେଇ ଡାକ୍ତର ଠିକ୍ ସମୟରେ ନିଜ ଘରୁ ହସ୍ପିଟାଲ ଅଭିମୁଖ୍ୟ ବାହାରିଥିଲେ । ହେଲେ ବେଙ୍ଗାଲୁରୁର ଟ୍ରାଫିକରେ ଫସିଯାଇଥିଲେ ।

ଏପଟେ ସର୍ଜରୀ ପାଇଁ ସରିଥିଲା ସବୁ ପ୍ରସ୍ତୁତି । ହେଲେ ଏପଟେ ଏତେ ଭିଡ ରାସ୍ତା ଖାଲି ହେବାର କୌଣସି ବି ବାଟ ଦିଶୁନଥିଲା ନନ୍ଦକୁମାରଙ୍କୁ। ଟ୍ରାଫିକ ଠାରୁ ମାତ୍ର ତିନି କିଲୋମିଟର ଦୂରରେ ମଝି ରାସ୍ତାରେ ଫସିଥିଲେ ଡାକ୍ତର । ଆଉ ଭିଡ କମିବା ପାଇଇଁ ଅଧିକ ସମୟ ଲାଗିବ ଭାବି ଶେଷରେ କିଛି ବାଟ ନପାଇ ଦୌଡି ଦୌଡି ହସ୍ପିଟାଲରେ ପହଞ୍ଚିଥିଲେ ଡାକ୍ତର ନନ୍ଦକୁମାର । ଆଉ ଠିକ୍ ସମୟରେ ଅପରେସନ କରିବାରୁ ମହିଳାଙ୍କ ଜୀବନ ବଞ୍ଚିଯାଇଥିଲା। ସେ ସୁସ୍ଥ ହୋଇ ଡାକ୍ତରଖାନାରୁ ଖୁସିରେ ଘରକୁ ମଧ୍ୟ ଫେରିଛନ୍ତି ।

ଏପଟେ ହଲେ ନନ୍ଦକୁମାରଙ୍କର ଏଭଳି କର୍ତ୍ତବ୍ୟପରାୟଣ ଗୁଣକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ସୋଶଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ହସ୍ପିଟାଲରେ ମଧ୍ୟ ନନ୍ଦକୁମାରଙ୍କର ସମ୍ମାନ ଦ୍ୱିଗୁଣିତ ହୋଇଛି। ତାଙ୍କୁ ନେଇ ସମସ୍ତେ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+