ଏହି ସ୍କୁଲକୁ ବୋମାରେ ଉଡାଇବାକୁ ମିଳିଲା ଧମକ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି
Bengaluru News: ବେଙ୍ଗାଲୁରୁର 15ରୁ ଅଧିକ ବିଦ୍ୟାଳୟକୁ ବୋମାରେ ଉଡାଇବାକୁ ଧମକ । ଶୁକ୍ରବାର ଦିନ ଏକ ଅଜଣା ଇମେଲ୍ ଦ୍ୱାରା ଏହି ଧମକ ମିଳିଥିବା ନେଇ ସୂଚନା । ଧମକ ମିଳିବା ପରେ ଛାତ୍ର ଓ କର୍ମଚାରୀମାନଙ୍କୁ ଶୀଘ୍ର ବିଦ୍ୟାଳୟରୁ ସ୍ଥାନାନ୍ତର କରାଯାଇଥିଲା। ସ୍କୁଲକୁ ଟାର୍ଗେଟ କରିବାର ଧମକ ମିଳିବା ପରେ ଛାତ୍ରୀଛାତ୍ର, ଅଭିଭାବକ ଏବଂ ବିଦ୍ୟାଳୟର ଅଧିକାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ପ୍ରଥମେ ବସଭେଶ୍ୱର ନଗରର ନେପେଲ୍ ଏବଂ ବିଦ୍ୟାଶିଲ୍ପା ସମେତ ୭ ଟି ବିଦ୍ୟାଳୟକୁ ଧମକପୂର୍ଣ୍ଣି ଇମେଲ୍ ମିଳିଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏହା ମଧ୍ୟରୁ ଗୋଟିଏ ସ୍କୁଲ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ବାସଭବନ ସମ୍ମୁଖରେ ଅବସ୍ଥିତ। ଏହି ଘଟଣାର ତଦନ୍ତ ବେଙ୍ଗାଲୁରୁ ପୋଲିସ ଆରମ୍ଭ କରିଛି। ବର୍ତ୍ତମାନ କେଉଁଠୁ ଏବଂ କିଏ ଏହି ଇମେଲ ପଠାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ଏବଂ ଜାଣିବା ପାଇଁ ଉଦ୍ୟମ କରାଯାଉଛି । ସମସ୍ତ ବିଦ୍ୟାଳୟ ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି।
ସୁରକ୍ଷା ଦୃଷ୍ଟିରୁ ବେଙ୍ଗାଲୁରୁ ପୋଲିସ ଛାତ୍ର ଏବଂ ସମସ୍ତ କର୍ମଚାରୀଙ୍କୁ ସ୍କୁଲରୁ ସ୍ଥାନାନ୍ତର କରିଛନ୍ତି । ଆଜି ସମସ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବା ନେଇଁ ସୂଚନା ରହିଛି । ତେବେ ବୋମା ଧମକ ଏକ ଗୁଜବ ହୋଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ବର୍ତ୍ତମାନ ସମସ୍ତ ସ୍କୁଲରେ ଯାଞ୍ଚ କରାଯାଉଛି ହେଲେ ଏପର୍ଯ୍ୟନ୍ତ କୌଣସି ବିଦ୍ୟାଳୟରେ ବୋମାର ଥିବା ନେଇ ସୂଚନା ମିଳିନାହିଁ । ଗତ ବର୍ଷ ମଧ୍ୟ ବେଙ୍ଗାଲୁରୁର ଅନେକ ବିଦ୍ୟାଳୟକୁ ସମାନ ଇମେଲ ଧମକ ମିଳିଥିଲା ।












Click it and Unblock the Notifications