ବାଂଲାଦେଶୀ ଆତଙ୍କବାଦୀଙ୍କୁ ୭ ବର୍ଷ ଜେଲ ଦଣ୍ଡ ଶୁଣାଇଲେ ବାଙ୍ଗାଲୁରୁର ଏହି କୋର୍ଟ

ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟ ଜଣେ ବାଂଲାଦେଶୀ ଆତଙ୍କବାଦୀଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି । ଅଭିଯୁକ୍ତ ଜାହିଦୁଲ୍‍ ଇସଲାମ୍‍ ଅକ୍କା କୌଶରକୁ ଡକାୟତି, ଷଡ଼ଯନ୍ତ୍ର ଏବଂ ପାଣ୍ଠି ସଂଗ୍ରହ ଭଳି ଘଟଣାରେ କୋର୍ଟ୍‍ ୫୭ ହଜାର ଟଙ୍କା ଜରିମାନା କରିଛନ୍ତି । ତଦନ୍ତରୁ ଜଣାପଡ଼ିଛି ଯେ ଆତଙ୍କବାଦୀ ଜଣଙ୍କ ବାଂଲାଦେଶରେ ସିରିଏଲ୍‍ ବୋମା ବିସ୍ଫୋରଣ କରିବା ପରେ ଭାରତ ମଧ୍ୟକୁ ପ୍ରବେଶ କରିଥିଲା ।

court

ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‍.ଆଇ.ଏ. ଅଦାଲତ ଏହି ଦଣ୍ଡାଦେଶ କରିଛନ୍ତି । ସମ୍ପୃକ୍ତ ଆତଙ୍କବାଦୀ ଜଣକ ୨୦୧୮ରେ ବୋଧଗୟା ବୋମା ବିସ୍ଫୋରଣ ଏବଂ ୨୦୧୪ରେ ବର୍ଧମାନ ବୋମା ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିଲା ଏବଂ ଭାରତରେ ଜମାତ୍‍-ଉଲ୍‍-ମୁଜାହିଦ୍ଦିନ୍‍ ବାଂଲାଦେଶର କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ସହ ଏକାଧିକ ମାମଲାରେ ସମ୍ପୃକ୍ତ ଥିଲା । ଏହି ମାମଲା ଗୁଡ଼ିକରେ ମୋଟ୍‍ ୧୧ ଜଣଙ୍କୁ ଏନ୍‍.ଆଇ.ଏ. କୋର୍ଟ୍‍ ପକ୍ଷରୁ ଦୋଷୀ ସାବ୍ୟସ୍ତ କରାଯାଇଛି । ୨୦୧୯ ଜୁନ୍‍ ମାସରେ ସମ୍ପୃକ୍ତ ଆତଙ୍କବାଦୀମାନଙ୍କ ବିରୋଧରେ ପ୍ରଥମେ ବର୍ଧମାନ ବିସ୍ଫୋରଣ ମାମଲାର ତଦନ୍ତ ସମୟରେ ବେଙ୍ଗାଲୁରୁ ସିଟି ପୋଲିସ୍‍ ମାମଲା ଦାଏର କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+