ପ୍ରେମିକାର ଅନ୍ତରଙ୍ଗ ଭିଡିଓ କରି ବ୍ଲାକମେଲ କରୁଥିଲା ପ୍ରେମିକ, ଲୁଟୁଥିଲା କୋଟି କୋଟି ଟଙ୍କା, ଗିରଫ କଲା ପୋଲିସ
ବେଙ୍ଗାଲୁରୁ: ନିଜ ପ୍ରେମିକ ଉପରେ ବିଶ୍ୱାସ କରିବା ଜଣେ ପ୍ରେମିକାଙ୍କୁ ମହଙ୍ଗା ପଡ଼ିଛି। ପ୍ରେମିକଙ୍କୁ ବିଶ୍ବାସ କରି ନିଜ ବ୍ୟକ୍ତିଗତ ମୁହୁର୍ତ୍ତର ଭିଡିଓ କରି ବ୍ଲାକ୍ମେଲ୍ର ଶିକାର ହେବା ପରେ କୋଟି କୋଟି ଟଙ୍କା ଦେବାକୁ ବାଧ୍ୟ ହୋଇଛନ୍ତି ୨୦ ବର୍ଷୀୟା ଯୁବତୀ ଜଣକ। ପ୍ରେମିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ଭାଇରାଲ କରି ଦେବାର ଧମକ ଦେଇ ୨.୫୭ କୋଟି ଟଙ୍କା ନେଇଥିବା ଜଣେ ଯୁବଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୁଲିସ। ଅଭିଯୁକ୍ତଙ୍କ ନାଁ ମୋହନ କୁମାର (୨୨)।
ଉଭୟ ଅଭିଯୁକ୍ତ ଓ ପୀଡ଼ିତା ଗୋଟିଏ ବୋର୍ଡିଂ ସ୍କୁଲରେ ପଢୁଥିଲେ। କିନ୍ତୁ ସ୍କୁଲ ପଢ଼ା ଶେଷ ହେବା ପରେ ସେମାନଙ୍କ ମଧ୍ୟରେ ଆଉ ଯୋଗାଯୋଗ ନଥିଲା। ତା'ପରେ ଏଇ କିଛି ବର୍ଷ ହେବ ସେମାନେ ପୁଣି ସଂପର୍କରେ ଆସିଥିଲେ। ସେମାନେ ପରସ୍ପରକୁ ଡେଟ୍ କରୁଥିଲେ। ମୋହନ କୁମାର ତାଙ୍କୁ ବିବାହ ହେବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ।

ଆଉ ସୁଯୋଗ ଦେଖି ସେହି ସବୁ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଓ ଭିଡିଓ ଉତ୍ତୋଳନ କରି ପାଖରେ ରଖିଥିଲେ।ପରବର୍ତ୍ତୀ ସମୟରେ ସେ ଉକ୍ତ ଫଟୋ ଓ ଭିଡିଓଗୁଡ଼ିକୁ ପ୍ରେମିକାଙ୍କୁ ଦେଖାଇ ତାଙ୍କୁ ଟଙ୍କା ମାଗିଥିଲେ। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ ହୋଇଯିବା ଭୟରେ ଯୁବତୀ ଜଣଙ୍କ ତାଙ୍କୁ ପ୍ରଥମେ ୧.୨୫ କୋଟି ଟଙ୍କା ଦେଇଥିଲେ।
ସେ ତାଙ୍କ ଜେଜେ ମା'ଙ୍କ ଆକାଉଣ୍ଟରୁ ଏହି ଟଙ୍କା ଅଭିଯୁକ୍ତ ମୋହନ କୁମାରଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ପରେ ସେ ନଗଦ ୧.୩୨ କୋଟି ଟଙ୍କା ଦେଇଥିଲେ। ଏତିକିରେ ଅଭିଯୁକ୍ତଙ୍କ ମନ ପୂରି ନଥିଲା। ତାଙ୍କ ଲୋଭ ବଢ଼ି ଯାଇଥିଲା। ସେ ଉକ୍ତ ଯୁବତୀଙ୍କୁ ବିଭିନ୍ନ ସମୟରେ ଦାମୀ କାର, ଘଣ୍ଟା ଓ ସୁନାଗହଣା ଦେବାକୁ ବାଧ୍ୟ କରୁଥିଲେ।
ମୋହନ କୁମାରଙ୍କ ବ୍ଲାକମେଲ ଅସହ୍ୟ ହେବା ପରେ ଯୁବତୀ ଜଣଙ୍କ ବେଙ୍ଗାଲୁରୁ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ସେ ତାଙ୍କ ନାଁରେ ଏତଲା ଦେଇଥିଲେ। ପୁଲିସ ତାଙ୍କ ଏତଲା ରଖି ମାମଲା ରୁଜୁ କରି ଅଭିଯୁକ୍ତ ମୋହନ କୁମାରଙ୍କୁ ଗିରଫ କରିଥିଲା।












Click it and Unblock the Notifications