କଂଗ୍ରେସକୁ ଦାୟୀ କରି ଜୀବନ ହାରିଲେ ବିଜେପି କର୍ମୀ
କଂଗ୍ରେସ ପାଇଁ ଜୀବନ ହାରିଦେଲେ ବିଜେପି କର୍ମୀ। କଂଗ୍ରେସ କର୍ମୀଙ୍କ ଅପମାନ ଓ ଲୋକଲଜ୍ୟା ସହିପାରିଲେନି। ଦୀର୍ଘ ୨ ମାସ କାଳ ଅପମାନିତ ହୋଇ ହୋଇ ଶେଷରେ ନିଜ ଅଫିସରେ ଆତ୍ମହତ୍ୟା କରିଦେଲେ ବିଜେପି କର୍ମୀ ଜଣଙ୍କ। ଆଉ ଆତ୍ମହତ୍ୟା ପୂର୍ବରୁ ତାଙ୍କ ମୃତ୍ୟୁ ପାଇଁ କଂଗ୍ରେସ ଦାୟୀ ବୋଲି ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଲେଖିଛନ୍ତି ବିଜେପି କର୍ମୀ ଜଣଙ୍କ। ଆଉ ଶେଷରେ କ୍ଷମା ମାଗିଛନ୍ତି ଏବଂ ତାଙ୍କ ମାଆ, ସ୍ତ୍ରୀ ଏବଂ ଝିଅଙ୍କୁ "ସାମାଜିକ ଏବଂ ଆର୍ଥିକ" ସାହାଯ୍ୟ କରିବାକୁ ବିଜେପି ୟୁନିଟ୍କୁ ଅନୁରୋଧ କରିଛନ୍ତି।

କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ସୋମୱାରପେଟର ମୂଳ ବାସିନ୍ଦା ବିନୟ "କୋଡାଗିନା ସମସ୍ୟେଗାଲୁ" ହ୍ୱାଟସଆପ୍ ଗ୍ରୁପର ପ୍ରଶାସକ (ଆଡ୍ମିନ) ଥିଲେ, ଯେଉଁଠାରେ କଂଗ୍ରେସ ବିଧାୟକ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଆଇନଗତ ପରାମର୍ଶଦାତା ଏଏସ ପୋନାନ୍ନାଙ୍କ ବିରୋଧରେ ଏକ ବିବାଦୀୟ ପୋଷ୍ଟ ସେୟାର କରାଯାଇଥିଲା। ଫଟୋରେ ଶ୍ରୀ ପୋନାନ୍ନା ଏକ ପାରମ୍ପରିକ କୋଡାଭା ପୋଷାକ ପିନ୍ଧି ଶୌଚାଳୟ ପାଖରେ ଠିଆ ହୋଇଥିଲେ।
ଫଟୋ ସହିତ ଅପମାନଜନକ ଲେଖା ମଧ୍ୟ ଥିଲା। ଏହା ପରେ, ଫଟୋ ପୋଷ୍ଟ କରିଥିବା ବ୍ୟକ୍ତି ଏବଂ ଗ୍ରୁପର ଆଡମିନ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା, ଯେଉଁଥିରେ ବିନୟ ମଧ୍ୟ ସାମିଲ ଥିଲେ। ଏତଲା ପରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ଜାମିନରେ ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ମାମଲା ଉପରେ କୋର୍ଟ ରହିତାଦେଶ ଜାରି କରିବା ସତ୍ତ୍ୱେ ପୁଲିସ ଏବଂ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଦ୍ବାରା ଅତ୍ୟାଚାରର ଶିକାର ହେଉଥିଲେ ବିନୟ। ୨ମାସ ଧରି ଏଭଳି ହେବାରୁ ମାନସିକସ୍ତରରେ ଚାପଗ୍ରସ୍ତ ହୋଇ ସେ ଜୀବନ ହାରିଥିବା ଚିଠିରେ ଲେଖିଛନ୍ତି।












Click it and Unblock the Notifications