ଟ୍ରାଫିକ ଇଣ୍ଡେକ୍ସରେ ମେକ୍ସିକୋ ପରେ ବିଶ୍ବର ୨ୟ ଗହଳିପୂର୍ଣ୍ଣ ସହର ବେଙ୍ଗାଲୁରୁ
ଭାରତର ସୂଚନା ଓ ପ୍ରଯୁକ୍ତି କେନ୍ଦ୍ର ବେଙ୍ଗାଲୁରୁ ୨୦୨୫ ମସିହାରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଯାତାୟତ ଭିଡର ସହର ଥିଲା। ଏଠାରେ ଯାତାୟାତ ଭିଡର ସ୍ତର ୭୪.୪% ରହିଛି। ଏହି ସୂଚନା ନେଦରଲ୍ୟାଣ୍ଡସ୍ଥିତ ଲୋକେସନ ଟେକ୍ନୋଲଜି କମ୍ପାନୀ 'ଟମଟମ' ତଥ୍ୟରୁ ଜଣାପଡିଛି। ରିପୋର୍ଟରେ ୨୦୨୫ର ଟମଟମ ଟ୍ରାଫିକ ଇଣ୍ଡେକ୍ସ ମେକ୍ସିକୋ ସିଟିକୁ ଶୀର୍ଷ ସ୍ଥାନରେ ରଖିଛି। ଏହା ପଛକୁ ବେଙ୍ଗାଲୁରୁ ଓ ତା ପଛକୁ ଆୟରଲ୍ୟାଣ୍ଡର ଡବଲିନ ସହର ରହିଛି। ମହାରାଷ୍ଟ୍ରର ପୁଣେ ତାଲିକାର ପଞ୍ଚମ ସ୍ଥାନରେ ରହିଛି।
ରିପୋର୍ଟ ଅନୁଯାୟୀ ବେଙ୍ଗାଲୁରୁ ସହରରେ ୧୦ କିମି ରାସ୍ତା ଅତିକ୍ରମ କରିବାକୁ ଜଣେ ବ୍ୟକ୍ତିଙ୍କୁ ହାରାହାରି ୩୬ ମିନିଟ ୯ ସେକେଣ୍ଡ ସମୟ ଲାଗିଥାଏ। ୨୦୨୪ରେ ଏହି ସମୟ ୩୪ ମିନିଟ ୫ ସେକେଣ୍ଡ ରହିଥିଲା। ସକାଳ ଅଫିସ ସମୟରେ ବେଙ୍ଗାଲୁରୁ ସହରରେ ୧୦ କିମି ରାସ୍ତା ଯିବାକୁ ହାରାହାରି ୪୧ ମିନିଟ ୬ ସେକେଣ୍ଡ ସମୟ ଲାଗିଥାଏ। ଏହି ବ୍ୟସ୍ତବହୁଳ ସମୟରେ ପ୍ରତ୍ୟେକ ଯାନବାହନ ଘଣ୍ଟାକୁ ହାରାହାରି ସର୍ବାଧିକ ୧୪ କିମି ବେଗରେ ଗତି କରୁଥିବା କୁହାଯାଇଛି। ସନ୍ଧ୍ୟାରେ ଏହି ସମୟ ୪୫ ମିନିଟ ୨୭ ସେକେଣ୍ଡକୁ ବୃଦ୍ଧି ପାଇଥାଏ।













Click it and Unblock the Notifications