ବିସ୍ଫୋରଣରୁ ବର୍ତ୍ତିଲା ବେଙ୍ଗାଲୁରୁ:୫ ସନ୍ଦିଗ୍ଧ ଆତଙ୍କୀ ଗିରଫ
ବେଙ୍ଗାଲୁରୁ:ବିସ୍ଫୋରଣରୁ ବର୍ତ୍ତିଲା ବେଙ୍ଗାଲୁରୁ । କର୍ଣ୍ଣାଟକରୁ ୫ ସନ୍ଦିଗ୍ଧ ଆତଙ୍କୀ ଗିରଫ । ଗୁଇନ୍ଦା ସୂତ୍ରରୁ ଖବର ପାଇ ଗିରଫ କଲା ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ । ବେଙ୍ଗାଲୁରୁରେ ସିରିଜ ବସ୍ଫୋରଣ ପାଇଁ ଯୋଜନା କରାଯାଇଥିଲା । ୪ଟି ୱାକିଟକି, ୭ ଦେଶୀ ପିସ୍ତଲ, ୪୨ଟି ଗୁଳି, ୪ ଗ୍ରେନେଡ ଜବତ କରାଯାଇଛି ।

ସୂଚନା ଅନୁସାରେ, ସିସିବି ଓ ସିଆଇଡିର ମିଳିତ ଅପରେସନରେ ୫ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ୫ ସନ୍ଦିଗ୍ଧ ହେଲେ ଜୁନୈଦ, ସୋହେଲ, ଉମର, ସମେତ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ସେମାନଙ୍କୁ ପଚରାଉଚରା କରାଯାଉଛି । କେଉଁ କେଉଁ ସ୍ଥାନରେ ବିସ୍ଫୋରଣ କରିବା ପାଇଁ ଏବଂ ତାଙ୍କ ସହ ଆଉ କେତେ ଜଣ ସାମିଲ ଥିଲେ ସେନେଇ ଜେରା କରାଯାଉଛି ।
ସୂଚନାଥାଉ ଯେ, ଗିରଫ ହୋଇଥିବା ସମସ୍ତ ସନ୍ଦିଗ୍ଧ ସେଣ୍ଟ୍ରାଲ ଜେଲରେ ଥିବା ସମୟରେ ଆତଙ୍କବାଦୀଙ୍କ ସହ ସମ୍ପର୍କରେ ଥିଲେ ।












Click it and Unblock the Notifications