ବିଜେପି କାର୍ଯ୍ୟାଳୟ ଉପରେ ବିସ୍ଫୋରଣ କରିବା ଯୋଜନା କରିଥିଲା ISIS, ଚାଞ୍ଚଲ୍ୟକର ଖୁଲାସା କଲା NIA

ବେଙ୍ଗାଲୁରୁ : ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଜାତୀୟ ଯାଞ୍ଚ ଏଜେନ୍ସୀ (ଏନଆଇଏ) ସୋମବାର ୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଆଇପିସି, ୟୁଏ(ପି) ଅଧିନିୟମ, ବିସ୍ଫୋରକ ପଦାର୍ଥ ଅଧିନିୟମ ଏବଂ ପିଡିଏଲ୍‌ପି ଅଧିନିୟମର ସମ୍ପୃକ୍ତ ବିଭାଗ ଅଧୀନରେ ମୁସାଭିର ହୁସେନ ଶାଜିବ, ଅବଦୁଲ ମାଥିନ ଅହମ୍ମଦ ତାହା, ମାଜ ମୁନିର ଅହମ୍ମଦ ଏବଂ ମୁଜାମିଲ ସରିଫଙ୍କ ବିରୋଧରେ ଏନଆଇଏ ଏକ ଚାର୍ଜସିଟ ଦାଖଲ କରିଛି। ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି ।

ଏନଆଇଏର ଚାର୍ଜସିଟ୍‌ରେ ଆଇଏସଆଇଏସ (ISIS) ଆକ୍ରମଣ ସମ୍ପର୍କରେ ଖୁଲାସା ହୋଇଛି । ଏନଆଇଏ ଅନୁଯାୟୀ, ISIS ଅଯୋଧ୍ୟା ରାମ ମନ୍ଦିର (୨୨ ଜାନୁଆରୀ ୨୦୨୪)ର ପ୍ରାଣ ପ୍ରତିଷ୍ଠା ଦିନ ଏକ ବଡ଼ ଆକ୍ରମଣ ଯୋଜନା କରିଥିଲା । ସେଦିନ ବେଙ୍ଗାଲୁରୁର ବିଜେପି କାର୍ଯ୍ୟାଳୟ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି ଚାଲିଥିଲା । ଚାର୍ଜସିଟରେ କୁହାଯାଇଛି ଯେ ଅଭିଯୁକ୍ତ ମାନେ ଅନେକ ବିସ୍ଫୋରଣ ଯୋଜନା କରିଥିଲେ ।

NIA

ଚାର୍ଜସିଟରେ କୁହାଯାଇଛି ଯେ, ଅଭିଯୁକ୍ତମାନେ ଅନେକ ବିସ୍ଫୋରଣ ଯୋଜନା କରଥିଲେ ଚଳିତ ବର୍ଷ ମାର୍ଚ୍ଚ ୧ରେ ବେଙ୍ଗାଲୁରୁର ବ୍ରୁକଫିଲ୍ଡର ରାମେଶ୍ୱରାମ କାଫେରେ ଆଇଡି ବିସ୍ଫୋରଣରେ ୯ ଜଣ ଆହତ ହୋଇଥିଲେ ଏବଂ ହୋଟେଲ ସମ୍ପତ୍ତିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।

୩ ମାର୍ଚ୍ଚ ୨୦୨୪ରେ ଏନ୍‌ଆଇଏ ତଦନ୍ତ ଆରମ୍ଭ କରିଥିଲା। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଅନେକ ରାଜ୍ୟର ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସିର ସହଯୋଗରେ ବୈଷୟିକ ଅନୁସନ୍ଧାନ କରିଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ, ଶାଜିବ ହିଁ ଏହି ବୋମା ଲଗାଇଥିଲେ। ତାହା ସହିତ ଅଲ-ହିନ୍ଦ ମଡ୍ୟୁଲ ବଷ୍ଟ ହେବା ପରେ ସେ ୨୦୨୦ ଠାରୁ ପଳାଉଥିଲେ। ରାମେଶ୍ୱରମ କାଫେ ବିସ୍ଫୋରଣର ୪୨ ଦିନ ପରେ ଏନଆଇଏ ତାଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+